ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ଆଲମାରୀରେ ବିଡ଼ା ବିଡ଼ା ନୋଟ୍ ରଖାଯାଇଛି। ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା ହୋଇଛନ୍ତି।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଇଡି ଚଢାଉ କରୁଛି । ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ED ରେଡ। ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁରରେ ଚାଲିଛି ରେଡ୍ । ଲାଞ୍ଜିପଲି, କନିଷି, ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ମଧ୍ୟ ଚଢାଉ ।ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ତେବେ ଏହି ଟଙ୍କା କେଉଁଠୁ ମିଳିଛି, ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।ସେହିପରି ଶେରଗଡ଼ର ହୃଷିକେଶ ପାଢ଼ୀ ଓ ଖାରିଆ ପଂଚାୟତ ର ଭଗବାନ ସାହୁଙ୍କ ଘରେ ବି ହୋଇଛି ରେଡ୍ ।
ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା
By madhulekha1 Min Read
