ଦୀର୍ଘ ଦିନର ନିରବତା ପରେ ଓଡ଼ିଶାରେ ପୁଣିଥରେ କରୋନା ଭାଇରସ୍ (Covid-19) ନିଜର ଉପସ୍ଥିତି ଜାହିର କରିଛି। ରାଜଧାନୀ ଭୁବନେଶ୍ୱରରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି।ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ନେଇ ଜଣାପଡିଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଆକ୍ରାନ୍ତଙ୍କ କେଉଁଠାରୁ ସଂକ୍ରମିତ ହୋଇଛନ୍ତି ସେନେଇ ସୂଚନା ମିଳିନାହିଁ।ମିଳିଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତ ବ୍ୟକ୍ତି ଜଣକ ଗତ କିଛି ଦିନ ହେବ ଥଣ୍ଡା, କାଶ ଏବଂ ଜ୍ୱର ଭଳି ସାମାନ୍ୟ ଲକ୍ଷଣ ଅନୁଭବ କରୁଥିଲେ। ସନ୍ଦେହ ହେବାରୁ ସେ ନିଜର କୋଭିଡ୍ ନମୁନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଛି।
