ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ଯାତ୍ରୀଙ୍କ ଅସନ୍ତୋଷ। ଇଣ୍ଡିଗୋ ବିମାନ ବିଳମ୍ବ ଓ ବାତିଲକୁ ନେଇ ଅସନ୍ତୋଷ ଝାଡ଼ିଲେ ମହିଳା ଯାତ୍ରୀ।ସକାଳୁ ସକାଳୁ ବିମାନବନ୍ଦରରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି। କଲିକତାକୁ ଉଡାଣ ଭରିବାକୁ ଥିବା ବିମାନ ୩ଘଣ୍ଟା ବିଳମ୍ବ ହେବା ପରେ ଏହାକୁ ବାତିଲ୍ କରାଯାଇଥିଲା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ହୋହଲ୍ଲା କରିଥିଲେ ଯାତ୍ରୀ । ସେପଟେ ବିମାନଟି ବାତିଲ ହେବା ପରେ ଅନ୍ୟ କନେକଟିଂ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ଅଭିମୁଖେ ଯାଇଥିଲେ।
