ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର। ୩୧ ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା। । ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ଭିତରେ ଫେରିପାଇବେ ଟଙ୍କା ବୋଲି କହିଛନ୍ତି ରାଜ୍ୟ ସରକାର। ତେବେ ନିଜ ଜିଲ୍ଲାର ସରକାରୀ websiteରେ ଫେରସ୍ତ ପାଇ ନଥିବା ଜମାକାରୀ ମାନଙ୍କର ସମ୍ପୂର୍ଣ୍ଣ ତାଲିକା ଉପଲବ୍ଧ ଅଛି | ଏତଦ୍ ବ୍ୟତୀତ, ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ / Affidavit ନମ୍ବର www.opid.odisha.gov.in ରେ ଦେଇ ସେମାନଙ୍କର ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସଂପର୍କରେ ଜାଣି ପାରିବେ |ସମସ୍ତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଅବଶିଷ୍ଟ ଜମାକାରୀଙ୍କ ସୁବିଧା ନିମନ୍ତେ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଅଛି ବୋଲି କହିଛି ଅର୍ଥ ବିଭାଗ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩୧ ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା
By madhulekha1 Min Read
