ଭିଟାମିନ୍ C ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ଶରୀରକୁ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ C ଥଣ୍ଡା କାଶକୁ ସିଧାସଳଖ ପ୍ରଭାବିତ କରେ ନାହିଁ, କିନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ୨୫୦ ମିଲିଗ୍ରାମରୁ ୧ ଗ୍ରାମ ଭିଟାମିନ୍ C ଗ୍ରହଣ କରିବା ଦ୍ୱାରା ଥଣ୍ଡା ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ । ପ୍ରତିଦିନ ଭିଟାମିନ୍ C ସେବନ କରିବା ଦ୍ୱାରା ଥଣ୍ଡାରେ ପୀଡିତ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଯାଆନ୍ତି । ତେବେ ଭିଟାମିନ୍ C ହୃଦ୍ ରୋଗ ସହିତ ଲଢ଼ିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଭିଟାମିନ୍ C ଶରୀରରେ ଫୁଲାକୁ ହ୍ରାସ କରେ, ହେଲଦି ବ୍ଲଡ଼ ସେଲସ ବୃଦ୍ଧି କରେ ଏବଂ କୋଲେଷ୍ଟ୍ରଲ ହ୍ରାସ କରେ । ଏହା ଆପଣଙ୍କ ହୃତ୍ ପିଣ୍ଡର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଭିଟାମିନ୍ C ପାଇଁ କ’ଣ ଖାଇବେ?
ପ୍ରାୟତଃ ଫଳ ଏବଂ ବିଭିନ୍ନ ପନିପରିବା ଭିଟାମିନ୍ Cର ସର୍ବୋତ୍ତମ ଉତ୍ସ । ଭିଟାମିନ୍ C ପାଇଁ, ଆପଣ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାରର ଖଟା ଫଳ ଯେପରିକି କମଳା, ଲେମ୍ବୁ, ପିଜୁଳି, ଲଙ୍କା, ଷ୍ଟ୍ରବେରୀ, ଗୁଜବେରୀ, ବ୍ଲାକ୍ କରେଣ୍ଟ, ବ୍ରୋକୋଲି ଆଦି ସାମିଲ କରିବା ଉଚିତ୍ ।ଏହି ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FoIIow) କରନ୍ତୁ ।
