ଦୁଗ୍ଧଜାତ ଦ୍ରବ୍ୟ ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି।ଏହାର ସୁଯୋଗ ନେଇ ବେପାରୀମାନେ ଅପମିଶ୍ରଣର ଆଶ୍ରୟ ନେଲେଣି। ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଫ୍ୟାଟ୍ ମିଶ୍ରଣ କରି ଛେନା, ପନିର୍ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ଯେଉଁଥିରେ ଷ୍ଟାର୍ଚ୍ଚ, ଡିଟରଜଣ୍ଟ ଓ ୟୁରିଆ ମିଶାଯାଉଛି । ଅଧିକ ସମୟ ଯାଏ ଭଲ ରଖିବା ପାଇଁ ପନିର୍ରେ ସଂରକ୍ଷକ ଓ ରଙ୍ଗ ମିଶାଇ ଦିଆଯାଉଛି । ଫଳରେ ଏହାକୁ ଖାଇବା ଦ୍ୱାରା ବ୍ୟକ୍ତିଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ପନିର୍ କିଣିବା ପୂର୍ବରୁ ଏହାକୁ ଭଲ ବାବେ ପରଖି ନେବା ଉଚିତ୍ ।ପନିର୍ କିଣିବା ସମୟରେ ଏହାକୁ ସାମାନ୍ୟ ଚକଟି ନିଅନ୍ତୁ । ସିନ୍ଥେଟିକ୍ ପନିର୍ ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଭଲ ପନିର୍ରେ କ୍ରିମ୍ର ସ୍ଥିତି ରହିଥିବା ଜଣାପଡିଥାଏ । ଏକ ପ୍ୟାନ୍ରେ ପାଣି ନିଅନ୍ତୁ । ସେଥିରେ ପନିର୍ ପକାଇ ଫୁଟାନ୍ତୁ । ଥଣ୍ଡା ହେବା ପରେ ଏଥିରେ କିଛି ବୁନ୍ଦା ଆୟୋଡିନ୍ ପକାଇ ଦିଅନ୍ତୁ । ଯଦି ପନିର୍ର ରଙ୍ଗ ନୀଳ ହୋଇଯାଏ, ତେବେ ଏହା କୃତ୍ରିମ ହୋଇଥାଏ ।ପନିର୍ କିଣିବା ପୂର୍ବରୁ ଏହାକୁ ଚାଖି ନେବା ଉଚିତ୍ ।ପନିର୍କୁ ଛାଣିବା ସମୟରେ ଯାଞ୍ଚ କରିପାରିବେ । ଅସଲ ପନିର୍ କମ୍ ତେଲ ଛାଡୁଥିବା ବେଳେ ନକଲି ପନିର୍ରେ ଷ୍ଟାର୍ଚ୍ଚ ଥିବାରୁ ଅଧିକ ତେଲ ଛାଡିଥାଏ । ତେବେ ସିନ୍ଥେଟିକ୍ ପନିର କ୍ଷତିକାରକ ଅଟେ । କୋଲେଷ୍ଟ୍ରଲ୍ ବୃଦ୍ଧି ସହ ହୃଦ୍ଘାତର ଆଶଙ୍କା ବଢ଼ିଯାଏ। ଆଇସିଏମ୍ଆର୍ ତଥ୍ୟ କହୁଛି, ଦେଶରେ ଉତ୍ପାଦିତ କ୍ଷୀର ମୁଣ୍ଡପିଛା ମାତ୍ର ୧୨୦ରୁ ୧୩୦ ଗ୍ରାମ। କିନ୍ତୁ ଲୋକେ ଖାଉଛନ୍ତି ୩୦୦ରୁ ୩୨୦ ଗ୍ରାମ। ୧ ଲିଟର କ୍ଷୀରରେ ସାଧାରଣତଃ ୮୦ ପ୍ରତିଶତ ପାଣି। ଏହାସତ୍ତ୍ବେ ଏତେ ପରିମାଣର ଦୁଗ୍ଧଜାତ ଦ୍ରବ୍ୟ ବିଶେଷ କରି ପନିର, ଛେନା ବଜାରରେ ବିକ୍ରି ପାଇଁ କୁଆଡ଼ୁ ଆସୁଛି? ପନିର ଖାଇବା ପରେ ୩ରୁ ୬ ଘଣ୍ଟା ଭିତରେ ନିଃଶ୍ବାସପ୍ରଶ୍ବାସ କଷ୍ଟ, ଝାଡ଼ାବାନ୍ତି, ପେଟ କାଟିବା, ପରିଶ୍ରା ନହେବା ଲକ୍ଷଣ ଦେଖାଗଲେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
ଖାଉଛନ୍ତି କି ସିନ୍ଥେଟିକ୍ ପନିର୍? ଅସଲି ବା ନକଲି ପନିର୍ ପ୍ରଭେଦ କେମିତି ଜାଣିବେ?
By madhulekha2 Mins Read
