କିଛିଦିନ ହେବ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛନ୍ତି ବଲିଉଡର ହିରୋ ନମ୍ବର ଓ୍ବାନ୍ ଭାବେ ପରିଚିତ ଗୋବିନ୍ଦା । କେତେବେଳେ ନିଜର କ୍ୟାରିୟକକୁ ନେଇ ତ ଆଉ କେତେବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଗୋବିନ୍ଦା । ବର୍ତ୍ତମାନ ସେ ଏକ ନୂଆ ଫିଲ୍ମ ପ୍ରୋଜେକ୍ଟ ଆରମ୍ଭ କରିଥିବା ବେଳେ ତାଙ୍କ ସାର୍ବଜନୀନ ଛବି ଖରାପ କରିବା ଏବଂ ତାଙ୍କ ବ୍ୟବସାୟିକ କ୍ଷତି କରିବା ପାଇଁ କୌଣସି ସୁଯୋଗ ଛାଡ଼ାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଗୋବିନ୍ଦା ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ଏବଂ ସାଧାରଣ ପରିବାରର ଲୋକଙ୍କୁ ଏଭଳି ଭାବେ ଅପମାନିତ କରାଯିବା ଉଚିତ ନୁହେଁ, ଯାହା ଫଳରେ ସେମାନେ ଭୟଭୀତ ହୋଇ ଶିଳ୍ପ ଛାଡ଼ିଦିଅନ୍ତୁ | ତେବେ ଦୀର୍ଘଦିନ ପରେ ପୁଣିଥରେ କମବ୍ୟାକ୍ କରିଥିବା ଗୋବିନ୍ଦା ‘ରୂପା’ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନାୟିକା ରାଣୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଉଭୟଙ୍କ ସମ୍ପର୍କକୁ ନେଇ ପତ୍ନୀ ସୁନୀତା କମେଣ୍ଟ କରିଥିବାବେଳେ ରାଗି ଯାଇଛନ୍ତି ଗୋବିନ୍ଦା । ସୁନୀତା ନିକଟରେ ଗୋବିନ୍ଦାଙ୍କୁ ନେଇ ଦେଇଥିବା ‘ଶୁଗର ଡ୍ୟାଡି’ (Sugar Daddy) ମନ୍ତବ୍ୟ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣତଃ ଏଭଳି ବ୍ୟକ୍ତିଗତ ମନ୍ତବ୍ୟ ଉପରେ ନୀରବ ରହୁଥିବା ଗୋବିନ୍ଦା ଏଥର ଆଉ ଚୁପ୍ ରହିପାରି ନାହାଁନ୍ତି । ଏହି ପ୍ରସଙ୍ଗରେ ସେ ନିଜ ପତ୍ନୀଙ୍କ ଉପରେ ଖୁବ୍ ଜୋର୍ରେ ବିରକ୍ତ ହୋଇଛନ୍ତି ।
