ଲୋକପ୍ରିୟ ଅଭିନେତା ତଥା ବିଜେପିର ବରିଷ୍ଠ ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶାରୀରିକ ଅସୁସ୍ଥତା କାରଣରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲରେ ଅଭିନେତାଙ୍କୁ ଭେଟିଥିଲେ ଏବଂ ପରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ ।ଗୁରୁବାର, ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା। ଦୁର୍ଘଟଣା ପରେ ତାଙ୍କ ଶରୀରରେ ପୂର୍ବରୁ ଲାଗିଥିବା ଏକ ମେଟାଲ ପ୍ଲେଟକୁ ବାହାର କରିଦିଆଯାଇଛି। ଏନେଇ ଡାକ୍ତର ମାନେ ରିପୋର୍ଟ କରିଛନ୍ତି ଯେ, ମିଥୁନ ଚକ୍ରବର୍ତ୍ତୀଙ୍କ ଅବସ୍ଥା ଏବେ ସ୍ଥିର ଅଛି। ଏହି ସମୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ, ସେ ହସ୍ପିଟାଲରେ ଅଭିନେତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି।ଯଦି ମିଥୁନଙ୍କ କାର୍ଯ୍ୟକ୍ଷେତ୍ର କଥା କୁହାଯାଏ ତେବେ ସେ ଦଶନ୍ଧି ଧରି ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୭୦ ଦଶକର ଶେଷ ଭାଗରୁ ଅଭିନୟ ଜଗତରେ ସକ୍ରିୟ ଥିବା ମିଥୁନ ଆଜି ମଧ୍ୟ ଅନେକ ବଡ଼ ପ୍ରୋଜେକ୍ଟ ସହ ଜଡ଼ିତ ଅଛନ୍ତି । ୨୦୨୫ରେ ମଧ୍ୟ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହା ସହିତ ରଜନୀକାନ୍ତଙ୍କ ଅଭିନୀତ ଜେଲର 2 ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ ଏକ ବିସ୍ତାରିତ କ୍ୟାମିଓରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ଶାରୀରିକ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଲୋକପ୍ରିୟ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ
By madhulekha1 Min Read
