ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାମାୟଣର ରିଲିଜ ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ଟ୍ରେଲର ରିଲିଜ ହୋଇନାହିଁ । ଆଜି ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ନିର୍ମାତା ଘୋଷଣା କରିଥିଲେ । ଯେଉଁଥି ପାଇଁ ଫ୍ୟାନ୍ସଙ୍କ ଉତ୍ସାହ ସୃଷ୍ଟି କରିଥିଲା । କିନ୍ତୁ ଏବେ ଟ୍ରେଲର ରିଲିଜକୁ ସ୍ଥଗିତ ରଖାଯାଇଛି ।ଏହାରି ମଧ୍ୟରେ ନିର୍ମାତା ଫିଲ୍ମକୁ ସ୍ଥଗିତ ରଖିବାର କାରଣ ବିଷୟରେ କହିଛନ୍ତି ।
ନିର୍ମାତା ନମିତ ମଲହୋତ୍ରା ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି ଯେ, ସୋନି ପିକଚର୍ସ ଏଣ୍ଟରଟେନମେଣ୍ଟ ସହିତ ତାଙ୍କ ସହଭାଗୀତା ମାଧ୍ୟମରେ “ରାମାୟଣ”କୁ ବିଶ୍ୱରେ ପହଞ୍ଚାଇବାର ତାଙ୍କର ସ୍ୱପ୍ନ ଏବେ ସାକାର ହେଉଛି । ତେଣୁ ଏବେ ଏହି ବର୍ଷ ଶେଷରେ ରାମାୟଣ ଟ୍ରେଲର ରିଲିଜ୍ କରିବୁ । ଭାରତୀୟ ସିନେମାର ୧୦୦ ବର୍ଷରୁ ଅଧିକ ଇତିହାସରେ ଏହା ଏକ ଗର୍ବର ମୁହୂର୍ତ୍ତ ହେବ । ଏହା ବିଶ୍ୱକୁ ଭାରତୀୟ ସଂସ୍କୃତି ଏବଂ ଆମର କାହାଣୀଗୁଡ଼ିକୁ ନିକଟରୁ ବୁଝିପାରିବ ବୋଲି ବିଶ୍ବାସ ।
