କର୍ଣ୍ଣାଟକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍ଆଇଭି ସଂକ୍ରମଣକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ କଲେଜରେ ଏଚଆଇଭି ପରୀକ୍ଷା ଓ କାଉନସେଲିଂକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ସୁପାରିଶ ପରେ ସରକାର ନିଷ୍ପତ୍ତି ନେଇ ଏବେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ କଲେଜଗୁଡ଼ିକରେ ନିୟମିତ ଭାବେ ଏଚଆଇଭି ଟେଷ୍ଟିଂ ଓ ସଚେତନତା ଶିବିର ଆୟୋଜନ କରାଯିବ । କର୍ଣ୍ଣାଟକରେ ୧୮ରୁ ୩୫ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକାଶ କରିଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୩-୨୪ ମସିହାରେ ଏହି ବୟସ ବର୍ଗରେ ପ୍ରାୟ ୪୪,୫୦୦ ଜଣ ଏଚଆଇଭି ସଂକ୍ରମିତ ଥିବାବେଳେ, ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ବଢ଼ି ପ୍ରାୟ ୬୬,୬୦୦ରେ ପହଞ୍ଚିଛି। ଅର୍ଥାତ୍ ମାତ୍ର ଦୁଇ ବର୍ଷ ମଧ୍ୟରେ ସଂକ୍ରମଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
କର୍ଣ୍ଣାଟକରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ HIV ପଜିଟିଭ୍, କଲେଜଗୁଡ଼ିକରେ ସ୍କ୍ରିନିଂ କ୍ୟାମ୍ପ ପାଇଁ କଡ଼ା ନିର୍ଦ୍ଦେଶ
By madhulekha1 Min Read
