ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି।ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କ ସହ ଅଭିଯୁକ୍ତର ମେଟ୍ରିମୋନିଆଲ ସାଇଟରେ ସମ୍ପର୍କ ହୋଇଥିଲା । ନିଜକୁ ପୁଣେରେ ଡାକ୍ତର ଥିବା କହି ଅଭିଯୋଗକାରିଣୀ ଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଶ୍ୱାସ ଜନ୍ମାଇଥିଲା । ପରେ ନକଲି ଡାକ୍ତର ସରୋଜ ନିଜ ସାଙ୍ଗର ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା । ଅଭିଯୋଗକାରିଣୀ ଫୋନପେ ଜରିଆରେ ତିନୋଟି କିସ୍ତିରେ ୧ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ । ଅଭିଯୋଗକାରିଣୀ ଦେଇଥିବା ଟଙ୍କା ମାଗିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେଇଥିଲା ଏନେଇ ମଞ୍ଚେଶ୍ୱର ଥାନା ରେ ଅଭିଯୋଗ ହେବା ପରେ ତଦନ୍ତ କରି ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ ।
ମହିଳା ଡାକ୍ତରଙ୍କୁ ପ୍ରେମ ଜାଲରେ ଫସାଇ ଜଣେ ନକଲି ଡାକ୍ତର ଗିରଫ
By madhulekha1 Min Read
