କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ । କିଛି ଯୁଵକ ଜଣେ ନାବାଳକ ସହ ଆଉ ଜଣଙ୍କୁ ଅଟକ ରଖି ଉଲଗ୍ନ କରିବା ସହ ନିସ୍ତୁକ ପିଟିଥିଵା ଅଭିଯୋଗ ହୋଇଛି।ମାଡ଼ମରା ଘଟଣା ଦୁଇ ଦିନ ତଳେ ଘଟିଥିଲା। କିନ୍ତୁ ନାବାଳକ ଜଣ ଏ ଘଟଣା ବିଷୟରେ ପରିବାର ଲୋକଙ୍କୁ କିଛି କହିନଥିଲା। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇ, ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଣ ପାଇଁ ମାଡ଼ ମରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ପରିବାର ଲୋକଙ୍କ କହିବା କଥା ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଛି ।
ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ ମାରିବା ଅଭିଯୋଗ
By madhulekha1 Min Read
