ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।ସୂଚନା ଅନୁସାରେ, ଗତ ଜାନୁୟାରୀ ୩୦ ତାରିଖ ସନ୍ଧ୍ୟାରେ ଖେଳ ପଡିଆରୁ ଖେଳି ସାରି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଗୌରହରୀ ଅନ୍ଧକାରର ସୁଯୋଗ ନେଇ ଏକ ପରିତ୍ୟକ୍ତ ଝୂମ୍ପୁଡି ଘରକୁ ନେଇ ତାଙ୍କୁ ବଳାତ୍କାର କରିଥିଲା। ଏଥିସହ ଘରେ ଏକୁଟିଆ ରହୁଥିବା ପୀଡିତା ନାବାଳିକା ଓ ତାଙ୍କ ମା’ ଙ୍କୁ ହତ୍ୟା ଧମକ ଦେଇ ଚୁପ ରହିବାକୁ କହିଥିଲା।ତେବେ କାମ କରିବାକୁ ବାହାରକୁ ଯାଇଥିବା ପୀଡିତାଙ୍କ ପିତା ଘରକୁ ଫେରିବାପରେ ପୀଡିତା ଜଣକ ବାପା ଓ ମା’ ଙ୍କ ସହିତ ଦେବଗଡ ଥାନାକୁ ଆସି ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଗୌରହରି ବିରୋଧରେ ପକ୍ସୋ ସମେତ ବିଭିନ୍ନ ଦଫାରେ ଏକ ମାମଲା ଋଜୁକରି ଗୌରହରୀକୁ ଗିରଫ କରିବାସହ ତାକୁ କୋର୍ଟ ଚାଲାଣ କରିଛି ।
୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ
By madhulekha1 Min Read
