ସାରା ରାଜ୍ୟରେ ଏବେ ଗାଡ଼ିର ପଲ୍ୟୁସନ୍ ଟେଷ୍ଟିଂକୁ ନେଇ ହଟଚମଟ । ନିଜ ନିଜ ଗାଡ଼ିର ପଲ୍ୟୁସନ୍ ଟେଷ୍ଟିଂ କରାଇବାକୁ ଲୋକେ ବ୍ୟସ୍ତ ହେଉଛନ୍ତି, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଏହାର ସୁଯୋଗ ନେଇ ମାଲାମାଲ୍ ହେଉଛନ୍ତି ପଲ୍ୟୁସନ୍ ଦଲାଲ । ସବୁ ଗାଡ଼ି ପାଇଁ ପଲ୍ୟୁସନ୍ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଫେବୃଆରୀ ୧ ଓ ପରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଦେଇଛନ୍ତି ଡେଡ୍ ଲାଇନ୍ । ନିୟମ କଡ଼ା ହେବା ପରେ ପୁରା ଦମରେ ମାତିଛନ୍ତି ଦଲାଲ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକେ ବ୍ୟସ୍ତ ହେଉଛନ୍ତି, ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଲୋକଙ୍କ ବ୍ୟସ୍ତତାର ସୁଯୋଗ ନେଉଛନ୍ତି ଦଲାଲ, ହେଉଛନ୍ତି ମାଲାମାଲ୍ । ଓଡ଼ିଶାରୁ ନେଇ ୟୁପି, ହରିୟାଣା, ରାଜସ୍ଥାନ ଯାଏଁ ଏମାନେ ଅଛନ୍ତି ଆକ୍ଟିଭ୍ । ଜଣେ ଜଣେ ଦଲାଲ ଦିନକୁ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ରାଜ୍ୟ ବାହାରର ଦଲାଲଙ୍କ ମାଧ୍ୟମ ସାଜିଛନ୍ତି ଆମ ରାଜ୍ୟର ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଓ କମନ ସର୍ଭିସ୍ ସେଣ୍ଟର । ବଡ଼ କଥା ହେଲା ପଲ୍ୟୁସନ ସେଣ୍ଟରକୁ ଗାଡ଼ି ନେବା ଦରକାର ନାହିଁ । ଚାଲାଣ ଥିଲେ ପଲ୍ୟୁସନ୍ ସାର୍ଟିଫିକେଟ୍ ହୋଇପାରିବା କଥା ନୁହେଁ । ଗାଡ଼ିର ଫାଇନ୍ ଥିଲେ ବି ମିଳିଯାଉଛି ପ୍ରମାଣପତ୍ର । କିନ୍ତୁ ଘରେ ବସି କେବଳ ଫୋନ୍ କଲ୍ ଓ ହ୍ବାଟସଆପ୍ ମାଧ୍ୟମରେ ହୋଇଯାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍ ।
ଗାଡ଼ି ମାଲିକ ସାବଧାନ, ମାତିଛନ୍ତି ଅନ୍ତଃରାଜ୍ୟ ଦଲାଲ
By madhulekha1 Min Read
