Author: madhulekha

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ । ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ଏନେଇ ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ଯୋଗାଣ ନିଗମ, ଯୋଗାଣ ବିଭାଗ ଓ ମନ୍ତ୍ରୀଙ୍କୁ ଧନ୍ୟବାଦ । ୪ଟି ଦାବିରୁ ଗୋଟିଏ ଦାବି ମାନିଥିବାରୁ ଧନ୍ୟବାଦ । ୧୫ ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୧୫ ଦିନ ଭିତରେ ଦାବି ପୂରଣ ନହେଲେ ବୈଠକ କରି ନିଷ୍ପତ୍ତି ନେବୁ । ଆମର ଆଶା ସରକାର ଦାବି ପୂରଣ କରିବେ । ୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରାଯାଇଛି । ତେବେ ଆଜି ସକାଳେ ଧାନ…

Read More

ହରିୟାଣାର ଜିନ୍ଦ ଜିଲ୍ଲାରୁ ଏକ ଖବର ଆସିଛି ଯାହା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅ ପାଇଁ ଆଗ୍ରହୀ ଜଣେ ମହିଳା ୧୧ତମ ଥର ପାଇଁ ମାତୃତ୍ୱ ଲାଭ କରିଛନ୍ତି ଏବଂ ଏଥର ତାଙ୍କର ଇଚ୍ଛା ପୂରଣ ହେଲା । ଦଶଟି ଝିଅ ପରେ ପୁଅ ଜନ୍ମ ହେବା ପରିବାରରେ ଏତେ ଖୁସିର ମାହୋଲ ଥିଲା ଯେ ପୁରା ହସ୍ପିଟାଲକୁ ବେଲୁନରେ ସଜାଯାଇଥିଲା ଏବଂ ଏକ ଉତ୍ସବ ପରି ପାଳନ କରାଯାଇଥିଲା । ତେବେ ମହିଳାଙ୍କ ସ୍ୱାମୀ ସଞ୍ଜୟ, ଜଣେ ଦିନ ମଜୁରିଆ ଶ୍ରମିକ, ସେ ତାଙ୍କ ମନର ଭାବନାକୁ ବୁଝାଇ କହିଛନ୍ତି ଯେ ସେମାନଙ୍କର ବିବାହ ୧୯ ବର୍ଷ ହେଲାଣି, ଏବଂ ସେମାନଙ୍କ ବଡ଼ ଝିଅ ଦ୍ୱାଦଶ ଶ୍ରେଣୀରେ ପଢ଼େ । ଯେତେବେଳେ ହସ୍ପିଟାଲର ଜଣେ ମହିଳା ସାମ୍ବାଦିକ ତାଙ୍କୁ ତାଙ୍କର ଦଶ ଝିଅଙ୍କ ନାମ ପଚାରିଲେ, ସେ ଏତେ ମାତ୍ରାରେ ଖୁସି ଥିଲେ ଯେ ସେମାନଙ୍କ…

Read More

କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ । ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ତାହା ପୁଣି ରୋଗୀଙ୍କ ମୁଣ୍ଡ ଉପରେ ।ଯାହାକୁ ନେଇ କଟକ ବଡ଼ ମେଡିକାଲ୍ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି । ସୂଚନା ଅନୁସାରେ, ଏସ୍‌ସିବିର ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ରୋଗୀଙ୍କ ଠାରେ ଭେଣ୍ଟିଲେଟର ମଧ୍ୟ ଲାଗିଥିଲା । ଅର୍ଥାତ୍ ରୋଗୀ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ପୂର୍ବରୁ ହିଁ ଗୁରୁତର ଥିଲା । ଏବେ ତାଙ୍କ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିବା ପରେ ସେ ଆହୁରି ଗୁରୁତର ହୋଇ ପଡ଼ିଛନ୍ତି । ଘଟଣା ପରେ ଆହତ ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Read More

ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୨୩ ସହର । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।୮ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ୭ ଜିଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମରୁ ଉପକୂଳ ଅଧିକାଂଶ ଜିଲ୍ଲାରେ ଏଭଳି ଶୀତ…

Read More

ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ । ବ୍ୟକ୍ତି ଜଣକ ସାପକୁ ଚୁମା ଦେବା ପାଇଁ ଚେଷ୍ଟା କରୁଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି ।ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଚୟାଲଶିଂ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଜଣକ ସୁବଳ ସାହୁ ବୋଲି ଜଣାପଡିଛି। ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ଖେଳୁଥିଲେ । ସେ ସାପକୁ ଗେଲ କରୁ କରୁ ହଠାତ୍‌ ସାପଟି ବୁଲି ପଡ଼ି ତାଙ୍କୁ ଚୋଟେ ଦେଇଛି । ମୁହଁକୁ ଜୋର୍‌ରେ କାମୁଡ଼ି ଦେଇଛି । ତେଣୁ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତି କରାଯାଇଛି । ସେ ଏବେ ଚିକିତ୍ସାଧିନ ରହିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛନ୍ତି । ସାପଟିକୁ ଚିହ୍ନଟ କରିବା ପାଇଁ…

Read More

ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି ।ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ଆସନ୍ତାକାଲି ଏପରି ନିୟମ ଲାଗୁ କରିବାକୁ ଯାଉଛି ।ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନର ଅଧ୍ୟକ୍ଷ ଅଶୋକ କୁମାର ବର୍ମା କହିଛନ୍ତି, ‘ଗହଣା ଦୋକାନରେ ଘଟୁଥିବା ଚୋରି, ଲୁଟ୍‌ ଘଟଣାକୁ ରୋକିବା ପାଇଁ ଏପରି ପ୍ରତିବନ୍ଧକ ଲାଗୁ କରାଯାଇଛି ।ସେ ଆହୁରି କହିଛନ୍ତି, ‘ବୁର୍ଖା ହଟାଇବା ଆମର ଉଦ୍ଦେଶ୍ୟ ନୁହେଁ । ଯେଉଁମାନେ ବୁର୍ଖା ପିନ୍ଧିକି ଆସିବେ ସେମାନଙ୍କୁ ଅନୁରୋଧ କରିବୁ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି ।ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ ସମ୍ପଦ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଭେନେଜୁଏଲାର ଅନ୍ତରୀଣ କର୍ତ୍ତୃପକ୍ଷ ଆମେରିକାକୁ ୩୦ ରୁ ୫୦ ମିଲିୟନ ବାରେଲ୍ ତେଲ ହସ୍ତାନ୍ତର କରିବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।ଟ୍ରୁଥ୍ ସୋସିଆଲ୍’ରେ ଏହା ଉଲ୍ଲେଖ କରିଛନ୍ତି, ଏହି ଉଚ୍ଚମାନର ତେଲକୁ ବଜାର ଦରରେ ବିକ୍ରି କରାଯିବ । ଏହି ବିକ୍ରିରୁ ମିଳିବାକୁ ଥିବା କୋଟି କୋଟି ଟଙ୍କା ସିଧାସଳଖ ଟ୍ରମ୍ପଙ୍କ ନିୟନ୍ତ୍ରଣରେ ରହିବ । ଏହି ଅର୍ଥ ମୋ ଦ୍ୱାରା ନିୟନ୍ତ୍ରିତ ହେ ବ। ଯାହା ଦ୍ୱାରା ଏହା ଭେନେଜୁଏଲା ଏବଂ ଆମେରିକା ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଇପାରିବ । ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଟ୍ରମ୍ପ ଆମେରିକାର ଶକ୍ତି…

Read More

ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM)ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ। ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ। ଏହା ଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ।ଏଥିସହିତ ଡାକ୍ତର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଗୁଡ଼ିକରେ, Diplomate of National Board (DNB) ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଡାକ୍ତରମାନେ…

Read More

ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । କାର୍ ଭିତରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଧମକ ଦେଉଛି ଦୁର୍ବୁତ୍ତ । ତ୍ରିକୋଣୀୟ ପ୍ରେମକୁ ନେଇ ଦୁର୍ବୁତ୍ତ ଜଣଙ୍କ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେଉଛନ୍ତି । ସାଙ୍ଗରେ ନରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବ ବୋଲି କହୁଛି ଦୁର୍ବୁତ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣାରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନକୁ ଗିରଫ କରିବା ସହ ତା ଠାରୁ ପିସ୍ତଲ୍ ଜବତ କରିଛି । ଜଣା ପଡିଛି ଯେ, କାର୍ ଭିତରେ ବସିଥିବା ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ବାର୍ ଗର୍ଲ । ତାଙ୍କ ଘର କୋଲକାତାରେ । ସେ ଭୁବନେଶ୍ୱରର ଏକ ବାର୍‌ରେ କାମ କରନ୍ତି ।…

Read More

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରୀ ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି ।ତେବେ ମିଳିଥିବା ସୂଚନା ଅନୁସାରେ, 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ।…

Read More