ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି ।ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ଆସନ୍ତାକାଲି ଏପରି ନିୟମ ଲାଗୁ କରିବାକୁ ଯାଉଛି ।ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନର ଅଧ୍ୟକ୍ଷ ଅଶୋକ କୁମାର ବର୍ମା କହିଛନ୍ତି, ‘ଗହଣା ଦୋକାନରେ ଘଟୁଥିବା ଚୋରି, ଲୁଟ୍ ଘଟଣାକୁ ରୋକିବା ପାଇଁ ଏପରି ପ୍ରତିବନ୍ଧକ ଲାଗୁ କରାଯାଇଛି ।ସେ ଆହୁରି କହିଛନ୍ତି, ‘ବୁର୍ଖା ହଟାଇବା ଆମର ଉଦ୍ଦେଶ୍ୟ ନୁହେଁ । ଯେଉଁମାନେ ବୁର୍ଖା ପିନ୍ଧିକି ଆସିବେ ସେମାନଙ୍କୁ ଅନୁରୋଧ କରିବୁ ଚେହେରା ଦେଖାଇ ସୁନା କିଣନ୍ତୁ । ଆମକୁ ବିଶ୍ବାସ ଅଛି କଥା ମାନିବେ ଆଉ ସହଯୋଗ ମଧ୍ୟ କରିବେ ।କେବଳ ମହିଳା ନୁହେଁ ପୁରୁଷଙ୍କୁ ବି ଅପିଲ୍ କରିଛନ୍ତି ଅଶୋକ କୁମାର ବର୍ମା । ସେ କହିଛନ୍ତି, ଯେଉଁ ପୁରୁଷ ମାନେ ଗାମୁଛା, ହେଲମେଟ ପିନ୍ଧିକି ଆସନ୍ତି ତାଙ୍କ ଚେହେରା ବି ଦେଖାଯାଏ ନାହିଁ । ସୁରକ୍ଷା କାରଣରୁ ଏପରି ଅପିଲ୍ କରୁଛୁ ।
ହିଜାବ, ବୁର୍ଖା ପିନ୍ଧିଥିଲେ ସୁନା ଦୋକାନରେ ଏଣ୍ଟ୍ରି ମନା: କିଣିପାରିବେନି ଗହଣା
By madhulekha1 Min Read
