Author: madhulekha

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍‌ରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ।ଭାରତ, ଚୀନ୍ ଏବଂ ବ୍ରାଜିଲ୍ ଭଳି ଦେଶମାନଙ୍କୁ ଶସ୍ତା ଋଷୀୟ ତେଲ କିଣିବା ବନ୍ଦ କରିବାକୁ ଚାପ ପକାଉଛି ଆମେରିକା । ଗତ ବର୍ଷ, ଟ୍ରମ୍ପ ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ଲଗାଇଥିଲେ, ଏବଂ ଋଷରୁ କିଣାଯାଇଥିବା ତେଲ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟିକସ ଲଗାଇଥିଲେ । ଏହା କିଛି ଭାରତୀୟ ସାମଗ୍ରୀ ଉପରେ ମୋଟ ଟିକସ ୫୦ ପ୍ରତିଶତକୁ ନେଇଯାଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ କରିଥିଲା ।ଗତ କିଛି ଦିନ ତଳେ ଟ୍ରମ୍ପ ଇଙ୍ଗିତ ଦେଇଥିଲେ ଯେ ଭାରତ ଉପରେ ନୂତନ ଟିକସ…

Read More

ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଶିମିଳିପାଳରେ ଶୂନ ଡିଗ୍ରୀ। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ରାଜଧାନୀରେ ବାଘୁଆ ଜାଡ଼ । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୧୦ ଡିଗ୍ରୀ ଛୁଇଁଛି ପାରଦ । କନ୍ଧମାଳଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିବା ସହ ଚଳିତବର୍ଷ ଏହା ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।ଗୁରୁବାର ବୌଦ୍ଧ, ନୟାଗଡ଼ ଓ କୋରାପୁଟ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ସେହିଭଳି ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ଢ଼େଙ୍କାନାଳ,…

Read More

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ’ର ପ୍ରଥମ ସମୀକ୍ଷା ସାମ୍ନାକୁ ଆସିଛି । ଲୋକପ୍ରିୟ ନିର୍ଦ୍ଦେଶକ ମାରୁତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୯ରେ ରିଲିଜ ହେବାକୁ ଯାଉଛି । ଏହି ହରର ଫିଲ୍ମରେ ପ୍ରଭାସ ଏକ ନିଆରା ଅନ୍ଦାଜରେ ନଜର ଆସିବେ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ବୋମନ ଇରାନୀ, ମାଲବିକା ମୋହନ, ନିଧି ଅଗ୍ରୱାଲ ଏବଂ ରିଦ୍ଧି କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।ଭାରତୀୟ ସିନେମା ଜଗତରେ ସବୁଠାରୁ ମହଙ୍ଗା ଫିଲ୍ମ । ୫୦୦ କୋଟି ବଜେଟରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ତେବେ ଟ୍ରେଲର ଜାରି ହେବା ପରେ ମଧ୍ୟ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କୌଣସି ଚର୍ଚ୍ଚା ହେଉନାହିଁ । ଏପରି ସ୍ଥଳେ ଫିଲ୍ମ ୫୦୦ କୋଟି ଆୟ କରିପାରିବ କି ନାହିଁ, ତାହାକୁ ନେଇ ସନ୍ଦେହ ଉପୁଜିଛି ।

Read More

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।ଆଜି ସୁନା ଓ ରୂପା ଦରରେ ବଡ ହ୍ରାସ ଘଟିଛି । ୧୦ ଗ୍ରାମ୍ ସୁନାର ଦର ପୂର୍ବ ଦର ତୁଳନାରେ ୦.୬୧ ପ୍ରତିଶତ ହ୍ରାସ ପାଇଛି । ୧୦ ଗ୍ରାମ୍ ସୁନାର ମୂଳ୍ୟ ହ୍ରାସ ପାଇ ୧, ୩୮, ୨୩୦ ଟଙ୍କା ହୋଇଯାଇଛି । ସେହିପରି ରୂପା ମୂଲ୍ୟ ୧.୫୬ ପ୍ରତିଶତ ହ୍ରାସ ପାଇ ୨,୫୪.୭୭୬ (ପ୍ରତି କିଲୋଗ୍ରାମ) ଟଙ୍କା ହୋଇଛି ।

Read More

ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଉଜବେକିସ୍ତାନର ଆଙ୍ଗିୟୁଲରେ ୧୫ ଶହରୁ ଭାରତୀୟ କାମ କରୁଛନ୍ତି।ଅପରପକ୍ଷେ ଏ ନେଇ ଶ୍ରମ ବିଭାଗ ନିକଟରେ ଖବର ନାହିଁ । ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଛନ୍ତି ବ୍ରହ୍ମପୁର ଶ୍ରମ ବିଭାଗ ଅଧିକାରୀ । କିଭଳି ଭାବେ ସେଠାରୁ ଗଞ୍ଜାମ ଯୁବକଙ୍କୁ ମୁକ୍ତି କରି ଅଣାଯିବ ସେନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ…

Read More

ଓଡ଼ିଶାର ଗାଡ଼ି ଚାଳକମାନଙ୍କ ପାଇଁ କଡ଼ା ଚେତାବନୀ । PUCକୁ ନେଇ ରାଜ୍ୟ ପରିବହନ ବିଭାଗ (STA) ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।ବୈଧ PUCC ନଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଭାରତୀୟ ମୋଟର ଯାନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡ଼ି ପାଇଁ PUC ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ । ଏହା ଏକ ପରିକ୍ଷାମୂଳକ ପ୍ରମାଣପତ୍ର । ଯାହା ଦର୍ଶାଇବ ଯେ ଗାଡ଼ିରୁ ନିର୍ଗତ ହେଉଥିବା କାର୍ବନ ମନୋକସାଇଡ ଏବଂ ହାଡ୍ରୋକାର୍ବନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି । ଯେଉଁ ଗାଡ଼ିଗୁଡ଼ିକର PUC ଅବଧି ଶେଷ ହୋଇଯାଇଛି, ସେମାନଙ୍କ ତଥ୍ୟ ‘ବାହନ’ (Vahan) ପୋର୍ଟାଲରେ ରେକର୍ଡ ହୋଇ ରହିଥାଏ । ସରକାରୀ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଏହି ଗାଡ଼ିଗୁଡ଼ିକୁ ଚିହ୍ନଟ କରୁଛି ଏବଂ ପରିବହନ ବିଭାଗ ପକ୍ଷରୁ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏସଏମଏସ ମାଧ୍ୟମରେ କିମ୍ବା ପଞ୍ଜିକୃତ ଠିକଣାକୁ ଚିଠି…

Read More

ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଅଭିନେତା ପୀୟୂଷ ତ୍ରିପାଠୀ ମଞ୍ଚ ଚଢ଼ିପାରିବେ ନାହିଁ।ଦୀର୍ଘ ବର୍ଷେ ପରେ ଗତ ୫ରେ ମଞ୍ଚ ଚଢ଼ିଥିଲେ ପୀୟୁଷ । ସିଂହବାହିନୀର “ତୁ ମୋ ବଜରଂଗୀ”ରେ ଅଭିନୟ କରିଥିଲେ ପୀୟୁଷ ।

Read More

ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଜଣେ ଜାପାନୀ ପର୍ଯ୍ୟଟକ ଭିତରକୁ ପଶିଥିବା ସୂଚନା ।ପୁଣି ସାମ୍ନାକୁ ଆସିଛି ଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣା । ଅଣହିନ୍ଦୁ ପ୍ରବେଶ ପରେ ସେବାୟତ ମହଲରେ ଅସନ୍ତୋଷ । ମନ୍ଦିରକୁ ନେଇଥିବା ଦୁଇ ଓଡ଼ିଆ ଲୋକ ଅଟକ । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପର୍ଯ୍ୟଟକଙ୍କୁ ଦେଖି ସନ୍ଦେହ କରିଥିଲେ ସେବାୟତ । ପରେ ସେବାୟତ ତାଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ପରେ ସେ ଅଣହିନ୍ଦୁ ଜଣା ପଡ଼ିଥିଲେ ।

Read More

ହୀରାକୁଦ ଜଳଭଣ୍ଡାର ଏବଂ ଅନ୍ୟାନ୍ୟ ପ୍ରମୁଖ ଆର୍ଦ୍ରଭୂମି ସ୍ଥାନରେ ପକ୍ଷୀ ଗଣନା ଚାଲିଛି। ଯେଉଁଥିରେ ରାଜ୍ୟକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସମ୍ପର୍କରେ ଜଣାପଡ଼ିବ।ହୀରାକୁଦ ବ୍ୟତୀତ ଚିଲିକା, ନଳବଣ, ମଙ୍ଗଳାଯୋଡି, ଭିତରକନିକା ଏବଂ ନନ୍ଦନକାନନ ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ମଙ୍ଗଳବାର ଦିନ ପକ୍ଷୀ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି।ବିସ୍ତୃତ ମୂଲ୍ୟାଙ୍କନ ଏବଂ ଗଣନା ପରେ ଜାନୁଆରୀ ୧୮ରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଆକଳନ କରାଯିବା ନେଇ ସ୍ଥିର କରାଯାଇଛି।ହୀରାକୁଦରେ ପକ୍ଷୀ ଗଣନା କାର୍ଯ୍ୟ ପରିଚାଳନା ପାଇଁ ୩୨ରୁ ଅଧିକ ବିଶେଷଜ୍ଞ ଏବଂ ପ୍ରାୟ ୩୮ କ୍ଷେତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି।

Read More

ରସୁଣରେ ଥଣ୍ଡା, କାଶ, ଲୁ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି । ରସୁଣ ରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଖଣିଜ, ଲବଣ ଭରପୁର ରହିଥାଏ । ରସୁଣ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିଶୋଧକ କ୍ଷମତା ବଢ଼ିଥାଏ । ଏଥି ସହ ରସୁଣରେ ଥିବା ଆଲିସିନ୍ ନାମକ ଅଣ୍ଟିବାୟୋଟିକ୍ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିଥାଏ ।ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ । ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ । ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ ।…

Read More