ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।ବୁଧବାର(୭ ଜାନୁଆରୀ ୨୦୨୬) ଋଷ ପତାକା ଥିବା ମାରିନେରା ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା। କ୍ୟାରବିୟାନ ସିରୁ ସପ୍ତାହ ଧରି ପିଛା କରିବା ପରେ ଶେଷରେ ଉତ୍ତର ଆଟଲାଣ୍ଟିକ୍ରେ ଏହାକୁ ଜବତ କରାଯାଇଥିଲା।ମିଳିଥିବା ସୂତ୍ର ଅନୁସାରେ ଆମେରିକା ଜବତ କରିଥିବା ମାରିନେରା( ପୂର୍ବ ନାମ ବେଲା-୧) ଟ୍ୟାଙ୍କରରେ ୨୮ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୧୭ ଜଣ ୟୁକ୍ରେନୀୟ, ୬ ଜଣ ଜର୍ଜିଆନ୍, ତିନି ଜଣ ଭାରତୀୟ ନାଗରିକ ଏବଂ ଦୁଇ ଜଣ (ଜାହାଜର କ୍ୟାପ୍ଟେନ୍ ସମେତ) ରୁଷିଆନ୍ ନାଗରିକ ଥିଲେ। ଏହି ସମସ୍ତ ସଦସ୍ୟ ବର୍ତ୍ତମାନ ଆମେରିକୀୟ ଅଧିକାରୀଙ୍କ ହାତରେ ବନ୍ଦୀ ଅଛନ୍ତି। ଏବଂ ସେମାନଙ୍କୁ କେବେ ମୁକ୍ତ କରାଯିବ ତାହା ସ୍ପଷ୍ଟ କରି ନାହାନ୍ତି ଆମେରିକା ସରକାର। ଏହି ଘଟଣାରେ ଋଷ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଜବତ ପରେ…
Author: madhulekha
ସୁନା-ରୂପାର ଦରରେ ହ୍ରାସ ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନାର ଦର ୧,୨୩୨ ଟଙ୍କା ହ୍ରାସ ପାଇ ୧,୩୫,୪୪୩ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଏହା ୧,୩୬,୬୭୫ ଟଙ୍କାରେ ଥିଲା।ସେହିପରି ୧ କିଲୋ ରୂପାର ମୂଲ୍ୟ ୧,୨୨,୨୫ ଟଙ୍କା କମ୍ ହୋଇ ୨,୩୫,୭୭୫ ଟଙ୍କାରେ ପହଞ୍ଚିଛି। ଆଗାମୀ ଦିନରେ ସୁନା-ରୂପାର ଦର ପୁନର୍ବାର ବୃଦ୍ଧି ପାଇପାରେ । ରୂପା ଦର ଏହି ବର୍ଷ ୨.୭୫ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। ସେହିପରି ସୁନାର ଚାହିଦା ବୃଦ୍ଧି ପାଉଛି । ଏପରିକି ଏହି ବର୍ଷ ଶେଷ ପର୍ଯ୍ୟନ୍ତ ଏହା ୧.୫୦ ଲକ୍ଷ ଟଙ୍କା ପ୍ରତି ୧୦ ଗ୍ରାମ୍ ଉପରେ ଯାଇପାରେ।
ଚିନ ତେନ୍ଦୁଲକର ପରିବାରରେ ବିବାହ ଉତ୍ସବ ହେବାକୁ ଯାଉଛି । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଥିବା ଖବର ମିଳିଛି । ଆଇପିଏଲ ୨୦୨୬ ପୂର୍ବରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୫ ତାରିଖରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବହୁ ଭିଆଇପି ଏବଂ ସେଲିବ୍ରିଟିମାନେ ଯୋଗ ଦେବେ । ବିବାହ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିରେ ନିକଟତମ ବନ୍ଧୁ ପରିଜନଙ୍କ ସହ କ୍ରିକେଟ ଦୁନିଆର ବହୁ ଖେଳାଳିମାନେ ଯୋଗ ଦେବେ । ୨୦୨୫ ଅଗଷ୍ଟ ମାସରେ ଅର୍ଜୁନଙ୍କ ନିର୍ବନ୍ଧ ବ୍ୟକ୍ତିଗତ ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର ଲୋକଙ୍କ ସହ ବହୁ କମ ସଦସ୍ୟ ଯୋଗ ଦେଇଥିଲେ । ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ।ଅର୍ଜୁନ ଏଯାବତ ଅନ୍ତର୍ଜାତୀୟ…
କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ସେମାନଙ୍କର ପୁଅର ନାମ ପ୍ରକାଶ କରିଛନ୍ତି । ଏଥିସହ ଇନଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପୁଅର ହାତ ଧରିଥିବାର ଦେଖିବାକୁ ମିଳିଛି ।ଏଥିସହ ସେୟାର ହୋଇଥିବା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ‘‘ବିହାନ କୌଶଲ ଆମର ଆଲୋକର କିରଣ । ଯିଏ କି ଆମ ପାଇଁ ଆଶୀର୍ବାଦ । ଆମ ଜୀବନର ସବୁଠାରୁ ବଡ଼ ଉପହାର । ଯାହା ଆମର ଦୁନିଆକୁ ବଦଳାଇ ଦେଇଛି । ଏହା ବ୍ୟତୀତ ବିହାନର ଅର୍ଥ ମଧ୍ୟ ପ୍ରକାଶ କରିଛନ୍ତି । ଯାହାର ଅର୍ଥ ନୂଆ ସକାଳର ଆରମ୍ଭ । ସୂର୍ଯ୍ୟୋଦୟ ଗୋଟିଏ ନୂଆ ଆଶାର ପ୍ରତୀକ । ଫଟୋ ସେୟାର ହେବା ପରେ ସେମାନଙ୍କୁ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନଙ୍କର ପ୍ରତିକ୍ରିୟା ମିଳିଚାଲିଛି ।
ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି।ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଓଡି଼ିଶା ଉପକୂଳ ମୁହାଁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇଲ୍ ଅତିକ୍ରମ କରି ରାଜ୍ୟର ବିଭିନ୍ନ ବେଳାଭୂମିକୁ ଆସିଥାନ୍ତି ଏହି ବିରଳ ପ୍ରଜାତିର କଇଁଛ । ସାଧାରଣ ଭାବରେ ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ତେବେ ଏହା ପରେ ପାଖାପାଖି ମେ’ ମାସ ପର୍ଯ୍ୟନ୍ତ ବେଳାଭୂମିରେ ଆରମ୍ଭ ହୋଇଥାଏ ଗଣ ଅଣ୍ଡାଦାନ ପ୍ରକ୍ରିୟା । ତେବେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ 3ଟି ସ୍ଥାନରେ ପ୍ରାଥମିକ ଭାବରେ ୱାଚ ଟାୱାର ପ୍ରସ୍ତୁତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, ‘ଚଳିତବର୍ଷ 6 ରୁ 7 ଲକ୍ଷ ଅଲିଭ ରିଡଲେ ଆସିବେ ବୋଲି ଆଶା ରହିଛି । କଇଁଚଙ୍କୁ ସୁରକ୍ଷା ପ୍ରଦାନ କରିବା…
ସୁରେନ୍ଦ୍ର କୁମାର ଦାଶ ନାମକ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଏହି ଘଟଣା ଅନୁଗୁଳର ବୋଲି ଜଣାପଡ଼ିଛି। ସେ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଅଭିଯୁକ୍ତ ଜଣକ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସାର ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଭାବରେ ନିଯୁକ୍ତ ଥିଲେ।ଏକ ଜମି ଡିମାର୍କେସନ ପାଇଁ ମାଗିଥିଲେ ଲାଞ୍ଚ । ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ । ପ୍ରଥମେ ୨ ହଜାର ଟଙ୍କା ନେଇଥିଲେ । ବକେୟା ଲାଞ୍ଚ ୮ ହଜାର ଟଙ୍କା ମାଗିଥିଲେ ଆରଆଇ । ପରେ ୬ ହଜାର ଟଙ୍କାକୁ ଖସିଥିଲେ । ଏପରି ଦାବିରେ ବିରକ୍ତ ହୋଇ ଜମି ମାଲିକ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଅଧିକାରୀମାନେ…
ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ ମୃତଦେହ ଉଦ୍ଧାର । ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରୁ ଉଦ୍ଧାର କରିଛି ନନ୍ଦିପଦା ପୋଲିସ୍ ।ଗୁରୁବାର ରାତିରେ ସେ ଆବୁଲପୁରା ଗାଁର କିଛି ଲୋକଙ୍କ ସହ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରାପାଟି ସହ କଥାବାର୍ତ୍ତା ହେବାକୁ ଭଦ୍ରକ ଜିଲ୍ଲା ରାନ୍ଧିଆକୁ ଯାଇଥିଲେ । ରାତି ୩ଟା ସମୟରେ ସମୟରେ କ୍ଷତାକ୍ତ ଅବସ୍ତାରେ ତାଙ୍କର ମୃତଦେହ ରାସ୍ତାକଡରେ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ୍ । ହେଲେ କାହ୍ନୁଙ୍କୁ ହତ୍ୟା କରାଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ତାଙ୍କ ସହ ଭଦ୍ରକ ଯାଇଥିବା ଅନ୍ୟ ଲୋକମାନେ ଘଟଣାସ୍ଥଳରେ ନଥିବାରୁ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। କାହ୍ନୁ ସ୍ଵାଇଁ ୩୦ ବର୍ଷ ଧରି ଏକାଧିକ ଯାତ୍ରା ପାର୍ଟିରେ କାମ କରିଛନ୍ତି। ତୁଳସୀ, ପାର୍ବତୀ, ମଧୁବାସନ୍ତୀ ଓ ଅଷ୍ଟଶମ୍ବୁ ଭଳି ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି।
ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ନହେଲେ ଜମା ବି ତଳକୁ ଓହ୍ଲାଇବି ନାହିଁ । ପ୍ରେମ ପାଇଁ ଏମିତି ପାଗଳାମୀ କରିଛନ୍ତି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ତରଭା ସହର ମାରୱାଡି ଧର୍ମଶାଳା ପଛରେ ଥିବା ଟାୱାରରେ ଜଣେ ଯୁବକ ଚଢ଼ିଛନ୍ତି । ସୁମିତଙ୍କ ଏଭଳି ପାଗଳାମୀକୁ ନେଇ ତରଭାରେ ଚର୍ଚ୍ଚା ଜୋର୍ ଧରିଛି । ଦୀର୍ଘ ସମୟ ଧରି ଟାୱାର ଉପରେ ଯୁବକ ଜଣକ ଅଛନ୍ତି । ଯୁବକ ଜଣକ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ମଧ୍ୟ ଦେଖା ଯାଉଛି ।ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବା ଲାଗି ବୁଝାସୁଝା, ଆଲୋଚନା ଜାରି ରଖିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ ।
ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। କୋର୍ଟ କହିଛନ୍ତି, ” କୁକୁର ମାନେ ସର୍ବଦା ସେମାନଙ୍କୁ ଚିହ୍ନିଥାନ୍ତି, ଯେଉଁମାନେ ତାଙ୍କୁ ଭୟ କରନ୍ତି। ଆଉ ଯେତେବେଳେ କୁକୁର ମଣିଷ ବିଷୟରେ ଏପରି ଅନୁଭବ କରେ, ସେତେବେଳେ କୁକୁର ପ୍ରଥମେ ସେମାନଙ୍କୁ ଆକ୍ରମଣ କରେ। ଆମେ ବ୍ୟକ୍ତିଗତ ଅଭିଜ୍ଞତାରୁ ଏହା କହୁଛୁ।” ଏହା ଶୁଣି କୁକୁର ପ୍ରେମୀ ମାନେ ମୁଣ୍ଡ ହଲାଇଥିଲେ, ଖଣ୍ଡପୀଠ ସେମାନଙ୍କୁ ମୁଣ୍ଡ ନହଲାଇବା କହିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୁକୁର ମାନେ ଆପଣଙ୍କୁ ଭୟ କରୁଥିବା ଭାବରେ ଦେଖନ୍ତି, ତେବେ ସେମାନେ ଆକ୍ରମଣ କରିବାର ସମ୍ଭାବନା ଅଧିକ। ପୋଷା କୁକୁର ଏବଂ ବୁଲା କୁକୁର ମଧ୍ୟରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। ବୁଲା କୁକୁର ମାନଙ୍କୁ ପୋଷା…