Author: madhulekha

ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଘଟଣା ସର୍ମ୍ପକରେ ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍‌‌ରୁ ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି।

Read More

୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ଫରହାନ ଅଖତର । ଅଖତରଙ୍କ ପିତା କଲମର ଜଣେ ମାଷ୍ଟର ଏବଂ ଲେଖା ଜଗତର ଜଣେ ସୁପରଷ୍ଟାର । ତାଙ୍କ ପୁଅ, ଫରହାନ ମଧ୍ୟ କମ୍ ନୁହଁନ୍ତି, ସେ ୨୭ ବର୍ଷ ବୟସରେ ଉଲ୍ଲେଖନୀୟ ସଫଳତା ହାସଲ କରିସାରିଛନ୍ତି । ଫରହାନ ଅଖତର ଜାନୁଆରୀ ୯, ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ଜାଭେଦ ଅଖତର।ଫରହାନ ଅଖତର ପୁରସ୍କାରର ରାଜା, ସେ ଆଜି ପର୍ଯ୍ୟନ୍ତ ୫୨ ରୁ ଅଧିକ ପୁରସ୍କାର ଜିତିଛନ୍ତି । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଛନ୍ତି ଏବଂ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ଭାବରେ ଅନେକ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ଅଭିନୟ ପ୍ରତି ତାଙ୍କର ସମର୍ପଣ ଏବଂ ମିଲଖା ସିଂହଙ୍କ ପରି ଉଲ୍ଲେଖନୀୟ କାହାଣୀ କହିବା ପାଇଁ ତାଙ୍କୁ ବ୍ୟାପକ ଭାବରେ ପ୍ରଶଂସା କରାଯାଇଛି । ସେ ମିର୍ଜାପୁର ଭଳି ଅନେକ…

Read More

ଜଷ୍ଟିସ ଡି ପି ଚୌଧରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି । ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ଜଷ୍ଟିସ ଡି ପି ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ପ୍ରସ୍ତୁତ କରିଛି ରିପୋର୍ଟ । ଏହି ରିପୋର୍ଟକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗ୍ରହଣ କରିବା ଅବସରରେ କହିଲେ ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ସାରା ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ଥିବା ଶ୍ରଦ୍ଧାଳୁଙ୍କ ଲାଗି ପ୍ରତ୍ୟକ୍ଷ ଠାକୁର । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭକ୍ତି ଓ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କ ନୀତିକାନ୍ତି ଓ ସେବାପୂଜାକୁ ଖୁବ୍‌ ଶୀଘ୍ର ଶୃଙ୍ଖଳିତ ହେବାକୁ ଯାଉଛି । ଆଗାମୀ ଦିନରେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କମିଟି ଦେଇଥିବା ସମସ୍ତ ପ୍ରସ୍ତାବକୁ ଅନୁଶୀଳନ କରି ବିିଭିନ୍ନ ନୀତିକାନ୍ତି, ପର୍ବପର୍ବାଣି, ଯାନିଯାତ୍ରା, ସେବା ଆଦିକୁ ଶୃଙ୍ଖଳିତ…

Read More

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସ୍ନାତକୋତ୍ତର (ପିଜି) ସିଟ୍ ବୃଦ୍ଧି କରିବା ପାଇଁ ଯୋଜନା କରୁଛନ୍ତି।ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜରେ ୫୦୨ଟି ଅତିରିକ୍ତ ପିଜି ସିଟ୍ ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜଗୁଡ଼ିକୁ ଏକ ଯୋଗାଯୋଗ ପଠାଇଛି। ଭିତ୍ତିଭୁମି ପ୍ରସ୍ତୁତି ଆରମ୍ଭ ଲାଗି ଚିଠିରେ ଡିଏମଇଟିଙ୍କ ନିର୍ଦ୍ଦେଶ ରହିଛି ।

Read More

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ ।ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା ଶୁଳ୍କରେ ଦର୍ଶନ କରିବେ ଭକ୍ତ । ପରେ ୧୦ଟଙ୍କା ଟିକଟ କାଟି ଦର୍ଶନ କରିବେ ଭକ୍ତ । ସେ ଆହୁରି କହିଛନ୍ତି ଯେ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରତ୍ନ ଅଳଙ୍କାର ଗଣତି ମଣତି ନେଇ ଆଲୋଚନା ହେବ । ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ଏସଓପି ଉପରେ…

Read More

ଖୋର୍ଦ୍ଧା ଜଟଣୀର ପ୍ରଭାତ କୁମାର ପୃଷ୍ଟି…ଏବେ ସେ ଜଣେ ଜଣାଶୁଣା ଜାତୀୟ ଓ ଆନ୍ତର୍ଜାତୀୟ କାଇଟ ପ୍ଲେୟାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟମାନଙ୍କୁ ଶିଖାଉଛନ୍ତି ଗୁଡି ଉଡାଇବାର କୌଶଳ ।ଗୁଡି ଉଡାଇବାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ପ୍ରଭାତ । ପ୍ରଭାତ ୨୦ରୁ ଅଧିକ ଅନ୍ତର୍ଜାତୀୟ କାଇଟ ଗେମରେ ଭାଗ ନେଇଛନ୍ତି । ଗତ ୨୦୨୫ ଅଗଷ୍ଟରେ ଶ୍ରୀଲଙ୍କାର କଲମ୍ବୋ ଇଣ୍ଟରନେସନାଲ କାଇଟ ଫେଷ୍ଟିଭାଲରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଚାମ୍ପିଅନ୍ ହୋଇଥିଲେ। ୨୦୨୩ରେ ମାଲେସିଆରେ ହୋଇଥିବା ୱାର୍ଲ୍ଡ କାଇଟ ଫେଷ୍ଟିଭାଲରେ ତୃତୀୟ ସ୍ଥାନ ହାସଲ କରିଥିଲେ ପ୍ରଭାତ। ଏଥିରେ ୫୫ ଟି ଦେଶର କାଇଟ ପ୍ଲେୟାର ଭାଗ ନେଇଥିଲେ। ୨୦୨୫ ଡ଼ିସେମ୍ବର ୨୬ ରେ କେରଳ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲରେ ମଧ୍ୟ ପ୍ରଭାତ ଚାମ୍ପିଅନ୍ ହୋଇଥିଲେ।କାଇଟ ଗେମ୍ କୁ ଓଡ଼ିଶାରେ…

Read More

ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ବିଜୟଙ୍କ ଫିଲ୍ମ ଆଜି ରିଲିଜ ହେବାକୁ ରହିଥିଲା, କିନ୍ତୁ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଯାଇଥିଲା । ଏହାପରେ ଫିଲ୍ମ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC) ତରଫରୁ କ୍ଲିଏରାନ୍ସ ସାର୍ଟିଫିକେଟ ମିଳିନଥିଲା । ମାଡ୍ରାସ ହାଇକୋର୍ଟ ଏବେ ଜନ ନାୟଗନକୁ ମେକର୍ସ ଦ୍ବାରା ଦାୟର ହୋଇଥିବା ଯାଚିବାରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ’ ଡିସେମ୍ବର ୧୮ ତାରିଖରେ CBFCରେ ଦାଖଲ କରାଯାଇଥିଲା। ସେହି ସମୟରେ ୨୭ କଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପାଳନ କରି, ନିର୍ମାତା କିଛି ଆବଶ୍ୟକୀୟ ପରିବର୍ତ୍ତନ କରିବା ସହ ପ୍ରମାଣପତ୍ର ପାଇଁ ପୁନଃ ଦାଖଲ କରିଥିଲେ। କିନ୍ତୁ ସେମାନେ ପ୍ରମାଣପତ୍ର ପାଇନଥିଲେ। ଯାହା ପରେ ନିର୍ମାତା ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ଦେଖିବାକୁ ବାକି ଅଛି ଯେ ଫିଲ୍ମର ନୂଆ ରିଲିଜ୍…

Read More

ଜଣଙ୍କ ଜୀବନ ବଞ୍ଚାଇଲେ CISF ଯବାନ। ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିମାନ ବନ୍ଦରରେ ଡ୍ୟୁଟିରେ ଥିବା ଦୁଇ ଜଣ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISF ଯବାନଙ୍କ କାର୍ଯ୍ୟକୁ ନେଇ ଏବେ ଛୁଟିଛି ପ୍ରଶଂସାର ସୁଅ ।ସୂଚନା ଅନୁଯାୟୀ, ବିମାନ ବନ୍ଦର ସ୍କ୍ରିନିଂ ପଏଣ୍ଟରେ ନିୟୋଜିତ ଜଣେ ILHBS କର୍ମଚାରୀ ହଠାତ୍ ମୁର୍ଚ୍ଛା ହୋଇପଡ଼ିଥିଲେ । ଏହି ସମୟରେ ବିମାନ ବନ୍ଦର ଡ୍ୟୁଟିରେ ଥିବା ଦୁଇ ଜଣ ସିଆଇଏସଏଫ ଯବାନ ଡିମ୍ପଲ କୁମାର ଏବଂ ଡି.ପି ଗୁପ୍ତା ଉପସ୍ଥିତ ବୁଦ୍ଧି ଲଗାଇ ଅସୁସ୍ଥଙ୍କୁ CPR ପ୍ରୟୋଗ କରି ହୋସକୁ ଆଣିଥିଲେ । ପରେ ଅସୁସ୍ଥ କର୍ମଚାରୀ ଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Read More

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ଏନେଇ ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡା ଦିଆଯାଇଛି । ବାହାରୁ ଆସୁଥିବାରୁ ଅନେକ ଭକ୍ତ ଚାରିଚକିଆ ଗାଡି ନେଇ ଆସୁନାହାନ୍ତି । ଯେଉଁମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡି ପାର୍କିଂ କରୁଛନ୍ତି ଯାତ୍ରୀ । ଯେଉଁମାନେ ଚାହୁଁଛନ୍ତି ସେମାନେ ଅନ୍ୟ…

Read More

ପିୟୁସି ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ସରକାରଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ କାର୍ଯ୍ୟକାରୀ କରିବାରେ ଘୋର ଭୁଲ ପରିଚାଳନା ଏବଂ ବାରମ୍ବାର ନୀତିଗତ ପରିବର୍ତ୍ତନ ଦେଖାଦେଇଛି । ଯାହା ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଏବଂ ଅସୁବିଧା ସୃଷ୍ଟି କରିଛି।ନବୀନ ଏ ନେଇ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୨୦୨୬ ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ କରିବା ଘୋଷଣା ପରେ ରାଜ୍ୟର ବିଭିନ୍ନ PUCC ପରୀକ୍ଷଣ କେନ୍ଦ୍ରରେ ଭାରି ଭିଡ଼ ସୃଷ୍ଟି ହୋଇଥିଲା। ଏହି ନିୟମ ଲାଗୁ କରିବା ପୂର୍ବରୁ ବିଜେପି ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରସ୍ତୁତି କରା ଯାଇ ନ ଥିଲା। PUC ପରୀକ୍ଷଣ କେନ୍ଦ୍ରର ସଂଖ୍ୟା ବୃଦ୍ଧି, ଆଗୁଆ ପରିକଳ୍ପନା କିମ୍ବା ଆବଶ୍ୟକ ସଚେତନତା…

Read More