Author: madhulekha

ପୁରୀରେ ପୁଣି ହତ୍ୟାକାଣ୍ଡ । ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ର ରଞ୍ଜନ କୁମାର ଦାସ । ରଞ୍ଜନ ତାଙ୍କର ଜଣେ ସମ୍ପର୍କୀୟଙ୍କର ଶେଷକୃତ୍ୟ କରିବାକୁ ପୁରୀ ସ୍ବର୍ଗଦ୍ବାର ଆସିଥିଲେ।ସୂଚନାଯୋଗ୍ୟ ଯେ, ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ସ୍ୱର୍ଗଦ୍ବାର ଆସିଥିଲେ ମୃତ ଯୁବକ ରଞ୍ଜନ । ତେବେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ସ୍ବର୍ଗଦ୍ବାର ବାହାରକୁ ଆସିବା ପରେ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା ।

Read More

ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ବିଇଡି ପାଇଁ ଯୁବତୀ ପ୍ରସ୍ତୁତି କରୁଥିବା ବେଳେ ଗତକାଲି(ଗୁରୁବାର) ତାଙ୍କ ମୃତଦେହ ମିଳିଛି । ପରିବାରଲୋକେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏପରି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରୁ ।ଘର ଲୋକଙ୍କ କହିବା ଅନୁଯାୟୀ, ଗତ ୭ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ l କିନ୍ତୁ ପରଦିନ ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରେ ତାଙ୍କ ଫୋନ୍ ସ୍ଵିଚ ଅଫ୍ ଥିଲା l କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ଘର ଭିତରେ ଚଟାଣରେ ଝିଅର ମୃତଦେହ ପଡିଥିବା ଦେଖିଥିଲେ l ଘର ସିଲିଂ ଫ୍ୟାନ୍ ରେ ଏକ ଶାଢ଼ି ଝୁଲି ରହିଥିବା ବେଳେ ଫ୍ୟାନ ବ୍ଲେଡ ବଙ୍କା ହୋଇଯାଇଥିଲା lମୃତ ଯୁବତୀଙ୍କ ବାପା କହିଛନ୍ତି, ‘ମୋ ଝିଅର କାହାରି…

Read More

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବହୁତ ଜଲଦି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କ୍ୟାସ ଲେସ ଟ୍ରିଟ ମେଣ୍ଟ ଯୋଜନା ଆସିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ| ଦୁର୍ଘଟଣା ଘଟିଲେ ହସ୍ପିଟାଲ ନେଉଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ମିଳିବ |ଏହା ସହିତ ଦୁର୍ଘଟଣା ପରେ ହସ୍ପିଟାଲ ରେ ରୋଗୀଙ୍କୁ ୭ ଦିନ ପାଇଁ ତୁରନ୍ତ ଦେଢ଼ ଲକ୍ଷ ଟଙ୍କାର ଚିକତ୍ସା ସୁବିଧା ଦିଆଯିବ । ଯେଉଁ ଗାଡ଼ିରେ ଇନ୍ସୁରାନ୍ସ ନଥିବ ସେଥିପାଇଁ ଚିକତ୍ସା ଅର୍ଥ ସଡ଼କ ସୁରକ୍ଷା ରାଶିରୁ ଦିଆଯିବ ବୋଲି ସେ କହିଛନ୍ତି ।ଗଡକରୀ କହିଛନ୍ତି ଯେ ଭାରତରେ ଅତି କମରେ ୨୨ ଲକ୍ଷ ପ୍ରଶିକ୍ଷିତ ଡ୍ରାଇଭରଙ୍କ ଅଭାବ ରହିଛି। ଏହି ଅଭାବକୁ ଦୂର କରିବା ପାଇଁ, ଆମେ ୪୪ଟି ଡ୍ରାଇଭର ତାଲିମ କେନ୍ଦ୍ର ପ୍ରତିଷ୍ଠା…

Read More

ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକା ଘର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି ।ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା । ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି । ଦୁଇ ଚକିଆ ଯାନ, ଫ୍ରିଜ , ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ସେହିପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ।

Read More

ଦୁର୍ଘଟଣା ଏଡାଇବାକୁ ମାଷ୍ଟରପ୍ଲାନ୍ । ଏଥିପାଇଁ ଗାଡିରେ ଲଗାଯିବ ସେନସର । ୨୦୨୬ ଶେଷ ସୁଦ୍ଧା ଭେଇକିଲ୍-ଟୁ-ଭେଇକିଲ୍ (V2V) ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ସମସ୍ତ ନୂଆ ଗାଡ଼ିରେ ମାତ୍ର ୫/୭ ହଜାର ଟଙ୍କାରେ ଏହି ସେନସର ଲଗାଯିବ । ଯାହା ଫଳରେ ରାସ୍ତାରେ କିଛି ଅସୁବିଧା ଥିଲେ ବୁଲାଣି ସ୍ଥାନରେ ଏହି ସେନସର ଗାଡ଼ି ଚାଳକକୁ ଅଲର୍ଟ କରିବ, ସେହିପରି ଟ୍ରକ ବସରେ ଗାଡ଼ି ଚାଳକକୁ ନିଦ ଲାଗିଲେ ଏହା ଆଲର୍ଟ କରିବ ।କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏହି ପ୍ରଣାଳୀ ବିଶେଷ ଭାବରେ ରାସ୍ତା କଡ଼ରେ ଠିଆ ହୋଇଥିବା ଯାନଗୁଡ଼ିକ ସହିତ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଯାନଗୁଡ଼ିକର ଧକ୍କାକୁ ଏଡ଼ାଇବାରେ ସାହାଯ୍ୟ କରିବ। ଶୀତଦିନେ ଘନ କୁହୁଡ଼ି ସମୟରେ ହେଉଥିବା ବହୁଳ ଦୁର୍ଘଟଣାକୁ ରୋକିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହେବ। ସଡ଼କ…

Read More

ଭେନେଜୁଏଲା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଆମେରିକାର ପ୍ରତିରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ଆବଶ୍ୟକ।ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ଯୋଜନା ବିଚାର କରୁଛି । ଯାହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକା ସହିତ ଅଧିକ ନିକଟତର ହେବାକୁ ରାଜି ହେବେ । କିନ୍ତୁ ଡେନମାର୍କ ଆମେରିକାକୁ କଡା ଚେତାବନୀ ଦେଇଛି । ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ଆକ୍ରମଣ କଲେ, ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ ବୋଲି କହିଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ । ଇଉରୋପିଓ ଦେଶ ଡେନମାର୍କର ସହର ଗ୍ରୀନଲାଣ୍ଡ ଉପରେ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବି ବିବାଦ ବଢିବାରେ ଲାଗିଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ…

Read More

ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର (କାର୍ଯ୍ୟସ୍ଥଳୀ ସଂସ୍କୃତି) କନ୍‌ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ (ଟିସିଡବ୍ଲ୍ୟୁଆଇ)’ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ପ୍ରକାଶ ପାଇଛି । ତେବେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଛି। ମହିଳାଙ୍କ ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କାରକରେ ଚେନ୍ନାଇ ଆଗରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ପୁନେକୁ ୪୬.୨୭ ସ୍କୋର ମିଳିଥିବାବେଳେ ହାଇଦ୍ରାବାଦକୁ ୪୬.୦୪ ଏବଂ ମୁମ୍ବାଇକୁ ୪୪.୪୯ ସ୍କୋର ମିଳିଛି । ଗୁରୁଗ୍ରାମ ୨୦୨୪ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଶିଳ୍ପ ମାମଲାରେ…

Read More

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ ।ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି ।ତେବେ ୨୦୧୪ରୁ ଶିମିଳିପାଳରେ ଶିମିଳିପାଳରେ ୧୩ବର୍ଷ ମଧ୍ୟରେ ତାପମାତ୍ରା ମାଇନାସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପରବାରହାକାମୁଡା ଅଂଚଳରେ ତୁହିନର ଆସ୍ତରଣ ପଡିଛି ।ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା । ରାଜଧାନୀରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। ଆହୁରି ୧୫ ଦିନ ଯାଏ ପାଗ ଶୁଖିଲା ରହିବ । ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ଡିଗ୍ରୀ ତଳେ ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩…

Read More

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଜରିମାନା ନଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଟୋଲ୍‌ ଗେଟ୍‌ରେ ପ୍ରଚଳିତ ଇ-ଡିଟେକ୍ସନ୍ ଜରିଆରେ ଚାଲାଣ କାଟିବା ସ୍ଥଗିତ ରଖାଯାଇଥିବା ଗୁରୁବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବ ପରିବହନ ବିଭାଗ ପକ୍ଷରୁ ଆଇନ୍ ବିଭାଗକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଧି ଅନୁସାରେ ଜୋରିମାନା ପରିମାଣ ହ୍ରାସ କରିପାରିବେ।ମନ୍ତ୍ରୀ ଶ୍ରୀଜେନା କହିଛନ୍ତି, ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜୋରିମାନାକୁ ହ୍ରାସ କରିବା ‎ଦିଗରେ ବିଭାଗ ପକ୍ଷରୁ ତର୍ଜମା…

Read More

ଉତ୍ତରପ୍ରଦେଶର ଆମରୋହରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦ ନାଗଲି ଥାନା ଅଞ୍ଚଳ ଅନ୍ତର୍ଗତ ଡେହରା ଗାଁରେ, ଜଣେ ବ୍ୟକ୍ତି ଝିଅଟିକୁ ପ୍ରଲୋଭିତ କରି ଏକ କେନାଲ କୂଳକୁ ନେଇଯାଇଥିଲା, ସେଠାରେ ଝିଅଟି ସହିତ ଜଘନ୍ୟ ଅପରାଧ ଘଟାଇଥିଲା । ଏହା ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଗୁରୁତର ଅବସ୍ଥାରେ ଛାଡି ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ଝିଅଟିକୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ।

Read More