Author: madhulekha

ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ପାରଦ ପୁଣି ୨-୩°C ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସୂଚନା ଦେଇଛି।ଆଜି ପାଗ ମେଘୁଆ ଯୋଗୁ କପ୍ତିପଦା ଉପଖଣ୍ଡରେ ଶୀତର ପ୍ରକୋପ କମ ରହିଛି । ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଅବସ୍ଥିତ ଥିବାରୁ ଶୀତ ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ କରୁଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରି ସେଲସିୟସ, ଝାରସୁଗୁଡ଼ାରେ ୮.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।

Read More

ଲିଉଡର ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ ଆଜି ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ହ୍ରିତିକଙ୍କ ବାପା ରାକେଶ ରୋଶନ୍ ମଧ୍ୟ ପୁଅକୁ ଶୁଭେଚ୍ଛା ଜଣାଇଛନ୍ତି ।ରାକେଶ ରୋଶନ୍ ତାଙ୍କ ପୁଅକୁ ଜନ୍ମଦିନର ଏକ ହୃଦୟସ୍ପର୍ଶୀ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ରାକେଶ ରୋଶନ ଇନଷ୍ଟାଗ୍ରାମରେ ହ୍ରିତିକ୍‌ଙ୍କ ଏକ AI-ଜେନେରେଟେଡ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କୁ ଏକାଠି ପିଲାଦିନ ଏବଂ ଯୌବନାବସ୍ଥାରେ ଦେଖିବାକୁ ମିଳିଛି । ରାକେଶ ରୋଶନ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, “ଡୁଗ୍ଗୁ, ମୁଁ ତୁମକୁ ଖୁବ୍ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛା ।”ଏହି ଫଟୋ ସେୟାର ହେବା ପରେ ହ୍ରିତିକଙ୍କ ଫ୍ୟାନ୍ ପ୍ରେମ ବର୍ଷା କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟା ଦେଇ ଅଭିନେତାଙ୍କର ମଙ୍ଗଳ କାମନା କରିଛନ୍ତି ।

Read More

ପ୍ଲେ ବଏ ସର୍ଭିସ୍ । କୋଟି କୋଟି ଟଙ୍କାର ଠକେଇରେ କିନ୍ତୁ ପୋଲିସ ଏବେ ଅଭିଯୁକ୍ତଙ୍କ ଅପେକ୍ଷା ପୀଡିତଙ୍କୁ ବେଶି ଖୋଜୁଛି । କାରଣ ଅଭିଯୋଗ କରିବାକୁ କେହି ଆଗେଇ ଆସିନାହାନ୍ତି । ପୋଲିସ ଚାହୁଁଛି ଠକେଇର ପରିମାଣ କେତେ ଆଉ ଠକାମିର ଶିକାର କେତେ ଜଣ, ଏହାର ଆକଳନ ଅଧିକ ଗୁରୁତ୍ବପୂର୍ଣ୍ଣ । ବିହାରର ନୱାଡା ଜିଲ୍ଲାରେ ପୋଲିସ ଏପରି ଏକ ଗ୍ୟାଙ୍ଗର କାରନାମା ଧରିଛି । ସନ୍ତାନ ନଥିବା ମହିଳାଙ୍କୁ ଶାରିରୀକ ସୁଖ ଦେଇ ଗର୍ଭବତୀ କରିପାରିଲେ ପାରିଶ୍ରମିକରେ ମିଳିବ ଲକ୍ଷ ଲକ୍ଷ ଟଙ୍କା । ଅତି କମରେ ତାହା ୧୦ ଲକ୍ଷ ଟଙ୍କା । ଏହି ଅଫରରେ ସାରା ଦେଶରେ ଅନେକ ଫସିଛନ୍ତି । ଆଉ ଠକେଇରେ ପଡିଥିବା ବୁଝିବା ବେଳକୁ କିଛି ଟଙ୍କା ହରେଇ ସାରିଥାନ୍ତି ଏପରି ଲୋକମାନେ ।ସୋସିଆଲ ମିଡିଆରେ ଆକର୍ଷଣୀୟ ବିଜ୍ଞାପନ ଦେଇ ଏହି ରାକେଟ ଚାଲିଥିଲା । “ଅଲ ଇଣ୍ଡିଆ ପ୍ରେଗନାଣ୍ଟ…

Read More

ଜୋହୋର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀଧର ଭେମ୍ବୁଙ୍କ ଛାଡପତ୍ରକୁ ଭାରତର ସବୁଠାରୁ ମହଙ୍ଗା ବୋଲି ବିବେଚନା କରାଯାଉଛି। କାଲିଫର୍ନିଆରେ ଚାଲିଥିବା ଛାଡପତ୍ର ମାମଲାରେ, କୋର୍ଟ ଶ୍ରୀଧର ଭେମ୍ବୁଙ୍କୁ $1.7 ବିଲିୟନ ମୂଲ୍ୟର ବଣ୍ଡ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଫୋର୍ବସ ରିପୋର୍ଟ ଅନୁଯାୟୀ, ଭେମ୍ବୁ ଅଗଷ୍ଟ ୨୦୨୧ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ପ୍ରମିଳା ଶ୍ରୀନିବାସନ ଅଭିଯୋଗ କରିଥିଲେ ଯେ ଭେମ୍ବୁ ତାଙ୍କ ଭଉଣୀ ରାଧା ଭେମ୍ବୁ ଏବଂ ଭାଇ ଶେଖରଙ୍କୁ କମ୍ପାନୀର ଅଧିକାଂଶ ଅଂଶ ଦେଇଥିଲେ।ରାଧା ବର୍ତ୍ତମାନ କମ୍ପାନୀର ପ୍ରାୟ ୪୭.୮% ଅଂଶଧନ ରଖନ୍ତି, ଯେତେବେଳେ ଭେମ୍ବୁ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶେଖର ୩୫.୨% ରଖନ୍ତି। ଭେମ୍ବୁ ନିଜେ କେବଳ ୫% ଅଂଶଧନ ରଖନ୍ତି, ଯାହାର ମୂଲ୍ୟ ୨୨୫ ନିୟୁତ ଆମେରିକୀୟ ଡଲାର। ଶ୍ରୀଧର ଭେମ୍ବୁ ତାଙ୍କ ପତ୍ନୀଙ୍କ ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛନ୍ତି, ସେଗୁଡ଼ିକୁ ମନଗଢ଼ା ବୋଲି କହିଛନ୍ତି।

Read More

ଆଉ ୧୦ ହଜାର ନୁହେଁ ଦୁଇ କିମ୍ବା ତିନି ହଜାର ଟଙ୍କା ହେବ PUCC ଜୋରିମାନା । ଲୋକଙ୍କ ଆର୍ଥିକ ବୋଝ ଦେଖି ଜୋରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଥିବା PUCC ଜୋରିମାନା ରାଶିକୁ ତର୍ଜମା କରୁଛି ବିଭାଗ । କିଛି ଦିନ ତଳେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ PUC ସାର୍ଟିଫିକେଟ ଜୋରିମାନାକୁ କୋହଳ କରିବା ସହ ଟୋଲ ଗେଟ ଯାଞ୍ଜ ବେଳେ କଟକଣା କୋହଳ କରାଯାଇଥିଲା ।ଶନିବାରଠାରୁ ପଲ୍ୟୁସନ ସେଣ୍ଟର ଗୁଡିକରେରେ ଗ୍ରୀନ ଷ୍ଟିକର ମିଳିବା ନେଇ ବିଭାଗ କହିଥିଲେ ବି ଏପର୍ଯ୍ୟନ୍ତ ମିଳିନି ଗ୍ରୀନ ଷ୍ଟିକର । ତେବେ ଯାଞ୍ଜ ଅଧିକାରୀ ମାନେ ଜାଣିବା ପାଇଁ କେବଳ ଗ୍ରୀନ ଷ୍ଟିକର ବ୍ୟବସ୍ଥା କରାଯାଇଥିବାରୁ ଚାଳକ ଦ୍ବନ୍ଦରେ ନ ରହିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ।

Read More

ଏଣିକି ବସ୍‌ରେ ଲାଗିବ ପାଣି ଟାଙ୍କି । ଏହା ବାଧ୍ୟତା ମୂଳକ । ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର କୋଚ ବସରେ ଆଗ୍ନିକଣ୍ଡ ଘଟି ଅନେକ କ୍ଷୟଖଟି ଘଟିବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ପ୍ରତି ସ୍ଲିପର କୋଚ ବସରେ ପାଣିଟାଙ୍କି ଓ ସ୍ପ୍ରିଙ୍କଲର ରଖିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ । ଘରୋଇ ବସ ମାଲିକଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଏହାସହ ସ୍ଲିପର ବସ ଗୁଡିକ ପାଇଁ ଜାରି ହୋଇଥିବା ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ବସରେ ଗୋଟିଏ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଅଯୋଧ୍ୟାର ରାମ ମନ୍ଦିର ଏବଂ ପଞ୍ଚକୋଶି ମାର୍ଗ ପାଖରେ ନିରାମିଷ ଖାଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିଛି ପ୍ରଶାସନ । ଏହି ନିର୍ଦ୍ଦେଶ କେବଳ ଦୋକାନ ପାଇଁ ନୁହେଁ ବରଂ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ । ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଚେତାବନୀ ଦେଇଛି । ଏହି ନିଷେଧ ଜାନୁଆରୀ ୮ ତାରିଖରୁ ଲାଗୁ ହୋଇଛି ।ପର୍ଯ୍ୟଟକମାନଙ୍କ ପକ୍ଷରୁ କିଛି ଅଭିଯୋଗ ଆସୁଥିବାର ରିପୋର୍ଟ ଆସିଥିଲା ​​ଯେ ଅତିଥି ଭବନ ଇତ୍ୟାଦିରେ ଆମିଷ ଖାଦ୍ୟ ପରିବେଷଣ କରାଯାଉଛି ଏବଂ ଅନଲାଇନ୍ ଡେଲିଭରିର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାର ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷେଧ ଲାଗୁ କରାଯାଇଛି ।

Read More

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ଆସନ୍ତା ୨୭ ତାରିଖରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୬ ତାରିଖ ଯାଏ ଆବେଦନ ଚାଲିବ । ମେ ୧୧ରୁ ୧୭ ଯାଏ ପରୀକ୍ଷା ହେବ । ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭାଗୀୟ ତଥ୍ୟ ଅନୁଯାୟୀ, ବି ଫାର୍ମା, ଏମ୍‌ସିିଏ, ଏମ୍ଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଡେଟ୍ ଏମ୍‌ବିଏ, ବି କାଟ୍, ନର୍ସିଂ, ଏମ୍‌ଟେକ୍, ଏମ୍‌ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍‌ର ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ ।ସେହିପରି ଜୁଲାଇ ୨୧ ସୁଦ୍ଧା ସମସ୍ତ କାଉନ୍‌ସେଲିଂ ପ୍ରକ୍ରିୟା ଶେଷ ହେବ । ଅଗଷ୍ଟ ୧ରୁ ୧୫ ମଧ୍ୟରେ କଲେଜମାନଙ୍କରେ ନାମଲେଖା ପ୍ରକ୍ରିୟା ଚାଲିବ । ଏଆଇସିଟିଇ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଅଗଷ୍ଟ ୧୫…

Read More

ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା । ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ । ଆସନ୍ତା ୨୪ ଘଣ୍ଟା କଟକ, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ଜାରି ରହିବାର ସମ୍ଭବନା ରହିଛି । ଶୀତ ଲହରୀକୁ ନେଇ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ ୱାଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଘନ କୁହୁଡିର ସମ୍ଭବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ ।ଗତ ଚାରି ଦିନ ଧରି, ରାଜ୍ୟରେ ଲଗାତାର ରେକର୍ଡ ସର୍ବନିମ୍ନ ତାପମାତ୍ରା ରହିଛି । ଶିମିଳିପାଳରେ ଆଜି ସକାଳେ ତାପମାତ୍ରା ଶୂନ୍ୟ ତଳକୁ ଖସି ପାରଦ -୧ ଡିଗ୍ରୀକୁ ହ୍ରାସ ପାଇଛି । ଏହା ସହ ଜି. ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩.୬ ଡିଗ୍ରୀ, ଝାରସୁଗୁଡାରେ ୬.୨ ଡିଗ୍ରୀ ତାପମାତ୍ରା ଏବଂ କେନ୍ଦୁଝରରେ ୯…

Read More

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ଫଟୋ ପୁଣି ସୋସିଆଲ ମିଡିଆରେ ହୋଇଛି ଭାଇରାଲ। ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ରେ ଏହି ଫଟୋ ଅପଲୋଡ଼ କରିଛନ୍ତି। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ ପରେ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ଘଟଣାକୁ ନେଇ ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବିଗତ କିଛିବର୍ଷ ହେଲା ଏନ୍‌ଏସ୍‌ଜି ମଧ୍ୟ ଆସି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ତେଣୁ କୌଣସି ଅଘଟଣ ଆଶଙ୍କା କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ରହିଛିି। ଏଥିପାଇଁ ଭକ୍ତଙ୍କୁ ସଚେତନ କରିବା ଲାଗି ଚାରିଦ୍ୱାରରେ ସୂଚନା ଫଳକ ଲଗାଯାଇଛିି। ମଝିରେ ମଝିରେ ଡାକବାଜି ଯନ୍ତ୍ର ଯୋଗେ ମଧ୍ୟ ଏହା ପ୍ରଚାର କରାଯାଉଛିି। ଚାରିଦ୍ୱାରରେ ପୋଲିସ ମୋବାଇଲ ଫୋନ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛାଡୁଛିି। ଏହାସତ୍ତ୍ବେ…

Read More