ଲିଉଡର ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ ଆଜି ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ହ୍ରିତିକଙ୍କ ବାପା ରାକେଶ ରୋଶନ୍ ମଧ୍ୟ ପୁଅକୁ ଶୁଭେଚ୍ଛା ଜଣାଇଛନ୍ତି ।ରାକେଶ ରୋଶନ୍ ତାଙ୍କ ପୁଅକୁ ଜନ୍ମଦିନର ଏକ ହୃଦୟସ୍ପର୍ଶୀ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ରାକେଶ ରୋଶନ ଇନଷ୍ଟାଗ୍ରାମରେ ହ୍ରିତିକ୍ଙ୍କ ଏକ AI-ଜେନେରେଟେଡ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କୁ ଏକାଠି ପିଲାଦିନ ଏବଂ ଯୌବନାବସ୍ଥାରେ ଦେଖିବାକୁ ମିଳିଛି । ରାକେଶ ରୋଶନ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, “ଡୁଗ୍ଗୁ, ମୁଁ ତୁମକୁ ଖୁବ୍ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛା ।”ଏହି ଫଟୋ ସେୟାର ହେବା ପରେ ହ୍ରିତିକଙ୍କ ଫ୍ୟାନ୍ ପ୍ରେମ ବର୍ଷା କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟା ଦେଇ ଅଭିନେତାଙ୍କର ମଙ୍ଗଳ କାମନା କରିଛନ୍ତି ।
ହ୍ରିତିକ୍ ରୋଶନଙ୍କ ଜନ୍ମଦିନରେ AI ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ରାକେଶ ରୋଶନ୍
By madhulekha1 Min Read
