Author: madhulekha

ବହିଷ୍କୃତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଘରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୁନେରେ ତାଙ୍କ ଘରେ ଡକାୟତି ହୋଇଛି ।ଘଟଣାଟି ରବିବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି । ପୁନେ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଛି । ହେଲେ, ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଏଫଆଇଆର ରୁଜୁ ହୋଇନାହିଁ । ଏକ ରିପୋର୍ଟ ଅନୁଜାୟୀ, ଏହି ଘଟଣା ପୁନେର ବାନେର ରୋଡରେ ଥିବା ଖେଡକର ପରିବାରର ବଙ୍ଗଳାରେ ଘଟିଛି । ଏହି ପରିବାରରେ ଅନେକ ଚାକର ରୁହନ୍ତି । ଏହି ଚାକରମାନଙ୍କ ମଧ୍ୟରୁ ଜଣେ ଅପରାଧ ଘଟାଇଥିବା ଅଭିଯୋଗ ହେଉଛି । ଏହି ଚାକର ଆଠ ଦିନ ପୂର୍ବରୁ ନେପାଳରୁ ଆସିଥିବା ଜଣାପଡ଼ିଛି ।ପୂଜା ଖେଡକରଙ୍କ ଅନୁଯାୟୀ, ଅଭିଯୁକ୍ତ ଚାକର ତାଙ୍କ ବାପା ଦିଲୀପ ଖେଡକର ଏବଂ ମାଆ ମନୋରମା ଖେଡକରଙ୍କୁ ନିଶା ଔଷଧ ଖୁଆଇ ଦେଇଥିଲେ, ଯାହା ଫଳରେ ସେମାନେ ଚେତାଶୂନ୍ୟ ହୋଇଯାଇଥିଲେ…

Read More

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅମ୍ବିକାଦେଇପୁର ମାହାଲୀସାହି ଗ୍ରାମରେ ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ |ମୃତକ ରଇବାରୀ ସିଂ ଏକୁଟିଆ ରହୁଥିବା ବେଳେ ଆଜି ସେ ଘରେ ଥିଲେ, ଅପରାହ୍ନରେ ପଡ଼ୋଶୀ ରଘୁ ହେମ୍ବ୍ରମ ତାଙ୍କ ଘରେ ପଶି ବଳ ପୂର୍ବକ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର କରିବା ପରେ ସେ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ବିତ କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଛି। ସେପଟେ ଅଭିଯୁକ୍ତ ରଘୁ ହେମ୍ବ୍ରମକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।

Read More

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ । ଜାତୀୟ ଯୁବ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପଦଯାତ୍ରା ବେଳେ ଘଟିଛି ଏଭଳି ଘଟଣା । ମୁଖ୍ୟମନ୍ତ୍ରୀ ଯୁବ ସମାବେଶକୁ ଯାଉଥିବା ବେଳେ ଯୁବକ ଜଣକ ପଶି ଆସିଥିଲେ । ତତ୍‌କ୍ଷଣାତ୍ ସମ୍ପୃକ୍ତ ଯୁବକଙ୍କୁ କାବୁ କଲେ ସୁରକ୍ଷାକର୍ମୀ । ବର୍ତ୍ତମାନ ଯୁବକକୁ ସହିଦ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Read More

ମକର ସଂକ୍ରାନ୍ତି ଆସିଲେ ମନରେ ଯେତିକି ଉତ୍ସାହ ଆସେ, ସେତିକି ଡ଼ର ବି ଲାଗେ । ମକରରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଲୋକମାନେ ଗୁଡ଼ି ଉଡାଇ ମଜ୍ଜା ନେଇଥାଆନ୍ତି । ହେଲେ ଏହି ମଜ୍ଜା କିଛି ଲୋକଙ୍କ ପାଇଁ ସଜ୍ଜାରେ ପରିଣତ ହୋଇଯାଏ । ଆଉ ଏହି ସଜ୍ଜା ଦେଇଥାଏ, ଗୁଡ଼ିରେ ଲାଗିଥିବା ମାଞ୍ଜା ସୂତା । ଏହି ସୂତା ଲାଗି ଅନେକ ଦୁର୍ଘଟଣା ଘଟିବା ସହ ଅନେକଙ୍କ ଜୀବନ ଯାଇଥିବା ବିଗତବର୍ଷମାନଙ୍କରେ ନଜିର ରହିଛି । ଫଳରେ ମକରରେ ଗୁଡ଼ି ଉଡାଇବା ଠାରୁ ଅଧିକ ଭୟଭୀତ କରୁଛି ଚାଇନିଜ୍‌ ପ୍ଲାଷ୍ଟିକ ମାଞ୍ଜା ସୂତା ।ଚାଇନିଜ ଲାଇଲନ ଓ ବିଦେଶରୁ ଆସୁଥିବା ମାଞ୍ଜା ସୂତା ବିପଦ ସାଜିଛି । ରାସ୍ତାରେ ଗଲା ବେଳେ ଅନେକ ସମୟରେ ବାଇକ ଆରୋହୀ ଓ ଯାତ୍ରୀ ଆହତ ହେଉଛନ୍ତି । ତେଣୁ ଏଭଳି ବିପଦଜନକ ସୂତା ବ୍ୟବହାର ନ କରିବାକୁ ସହରରେ ସଚେତନତା…

Read More

ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ ବୁକିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହା ସାଧାରଣ ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ । ଇ-ଟିକେଟିଂ ପ୍ରକ୍ରିୟାରେ ଲାଗିରହିଥିବା ଅସୁବିଧା, ଧିର ସର୍ଭର ଏବଂ ଦଲାଲଙ୍କ ହସ୍ତକ୍ଷେପକୁ କମ୍ କରିବା ପାଇଁ, ରେଳବାଇ ବୁକିଂ ସମୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ।ଆଧାର ଦ୍ଵାରା ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ ଥିବା ଯାତ୍ରୀମାନଙ୍କ ପାଖରେ ଏବେ ଆଡଭାନ୍ସ ରିଜର୍ଭେସନ ପିରିୟଡ୍ (ARP)ର ପ୍ରଥମ ଦିନରେ ଟିକେଟ୍ ବୁକ୍ କରିବା ପାଇଁ ଅଧିକ ସମୟ ରହିବ। ନୂଆ ସିଷ୍ଟମ ଅନୁଯାୟୀ, ଏହି ଯାତ୍ରୀମାନେ ରାତି ୧୧:୫୯ ପର୍ଯ୍ୟନ୍ତ ସାଧାରଣ ରିଜର୍ଭେସନ ଟିକେଟ୍ ବୁକ୍ କରିପାରିବେ । ପୂର୍ବରୁ, ଏହି ଫିଚର ନିର୍ଦ୍ଦିଷ୍ଟ ଘଣ୍ଟା ପର୍ଯ୍ୟନ୍ତ ସୀମିତ ଥିଲା, ଯାହା ପ୍ରଥମରେ ୱେବସାଇଟରେ ଅତ୍ୟଧିକ ଲୋଡ୍ ଏବଂ ଯାନ୍ତ୍ରିକ ସମସ୍ୟା ସୃଷ୍ଟି କରିଥିଲା । ଅନ୍ୟପଟେ ଏବେ କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ…

Read More

ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ OPRBର କାରନାମା। ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ ।। ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ସମନ ପାଇଥିବା ୩ ଜଣ ଆଶାୟୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ଜେରା ଚାଲିଥିବା ସୂଚନା ।

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୦,୩୦୦ ଟଙ୍କାକୁ ପହଞ୍ଚିଛି।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି । କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି । ସଉକ ପାଇଁ ସୁନା କିଣୁଥିବା ଗ୍ରାହକମାନେ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି ।

Read More

ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ ୧୨୮ GB କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବରେ ଲଗାଯିବ ଏହି କ୍ୟାମେରା ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯିବ । ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହା ଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟର୍ନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି ।ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ…

Read More

ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ ‘ଇ’ ହେଉଛି ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡୁବାକୁ ଚାହୁଁଛି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡ଼ିବାକୁ ଚାହୁଁଛି, ଏହି ଦୁଇ ‘ଇ’ ହେଉଛି ଏନ୍‌ଭାଇରନ୍‌ମେଣ୍ଟ ଓ ଏନ୍‌ଗେଜ୍‌ମେଣ୍ଟ । ଏସବୁକୁ ଆପଣାଇଲେ ୯୫ପ୍ରତିଶତ ଦୁର୍ଘଟଣାକୁ ରୋକାଯାଇପାରିବ ।

Read More

ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି। ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ନିଜ ପକ୍ଷ ରଖିଛନ୍ତି।ଯାତ୍ରା ସୂର୍ଯମନ୍ଦିର ମାଲିକ ଆଣିଥିଲେ ଚୁକ୍ତି ଖିଲାପର ସାଙ୍ଘାତିକ ଅଭିଯୋଗ। ସମିର ତ୍ରିପାଠୀ ଙ୍କ ପକ୍ଷରୁ ଦାଖଲ ହୋଇଥିଲା ଇନଜକ୍ସନ ପିଟିସନ।ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନ ପାଇବା ପର୍ଯ୍ୟନ୍ତ ମୁଁ ମଞ୍ଚ ଚଢିବି।

Read More