Author: madhulekha

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତାଙ୍କ କହିବା ମୁତାବକ, ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ । ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ସେମାନେ ଏଥର ଏକାବେଳକେ ଦୁଇଟି କିସ୍ତିର ଟଙ୍କା ପାଇବେ । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ମୋଟ ୨୫୦…

Read More

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ ।ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରଙ୍କୁ ଲାଗି କରାଯବ । ସେହିପରି ବଡ଼ସିଂହାର ବେଶରେ ସୋଲ, ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ,କୁଣ୍ଡଳ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯିବ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ, ଶଙ୍ଖ,ଚକ୍ର,ହଳ,ମୁଷଳ ଇତ୍ୟାଦି ଧାରଣ କରିବେ । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ନବାଙ୍କ ବେଶରେ ଠାକୁରଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ ।ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା,…

Read More

ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଜରୁରୀ। ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ ବୋଲି ସମାଲୋଚନା କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି,ଏପରି ମାମଲାରେ ସମ୍ମତି ସର୍ବୋପରି ଏବଂ ମାତାପିତା ଝିଅଙ୍କ ଇଚ୍ଛା ବିରୋଧରେ ନ ଯିବାକୁ ଆହ୍ବାନ ଦେଇଛନ୍ତି। ଜଣେ ୨୧ ବର୍ଷୀୟା ଯୁବତୀଙ୍କ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାରକୁ ସମର୍ଥନ କରି ଏହି ରାୟ ଆସିଛି। ୬ ଅଗଷ୍ଟ, ୨୦୨୫ରେ ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି। ହାଇକୋର୍ଟ କହିଛନ୍ତି, ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ଅଭିଭାବକମାନେ ନିଜ ନିଷ୍ପତ୍ତ ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ।…

Read More

ମାରାତ୍ମକ ସାଜିଲା ଚିପ୍ସ । ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ । କୁନି ପିଲାର ଆଖି ନଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି ଏଭଳି ଅଘଟଣ । ରବିବାର ସନ୍ଧ୍ୟାରେ ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇଥିଲେ । ସେହି ଜରି ପ୍ୟାକେଟରେ ଥିବା ଖେଳଣାକୁ ନିଆଁରେ ପକାଇଦେବା ମାତ୍ରେ ଜୋରରେ ବିସ୍ଫୋରଣ ଘଟି ଆଖି ଉପରେ ମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ କୁନି ପିଲାକୁ ନେଇ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଖିଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ଜଣାପଡ଼ିଛି । ଏବେ ଆହତ କୁନି ପିଲାର ମାଆ ଏବଂ ବାପା ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ…

Read More

ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏହି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ତୁରନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ। ସୂଚନାମୁତାବକ ଜାନୁଆରୀ ୧୧, ୨୦୨୬ରେ AIIMS କଲ୍ୟାଣୀ ସ୍ଥିତ ICMRର ଭାଇରସ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲ୍ୟାବ (VRDL)ରେ ଏହି ମାମଲା ଗୁଡ଼ିକ ରିପୋର୍ଟ କରାଯାଇଥିଲା। ନିପା ଭାଇରସର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପରିସ୍ଥିତିକୁ ସର୍ବାଧିକ ପ୍ରାଥମିକତା ସହିତ ପରିଚାଳନା କରାଯାଉଛି। ଉତ୍ତର ୨୪ ପରଗନା ଜିଲାର ବାରସାତରେ ଏକ ଘରୋଇ ହସ୍ପିଟାଲରେ ଦୁଇଜଣ ପୁରୁଷ ନର୍ସ ନିପା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଅନୁଯାୟୀ, ଏହି ଦୁଇ ସଂକ୍ରମିତ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଯାତ୍ରା କରିବାର କୌଣସି ରେକର୍ଡ ନାହିଁ। ତଥାପି, ପରେ ସୂଚନା…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କ ନୂଆ ଅଫିସ୍‌କୁ ସ୍ଥାନାନ୍ତର ହେବେ। ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ (ପିଏମ୍‌ଓ)ର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି। ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଛି। ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି।ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି। ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି। ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି। ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧। ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ । ସେହିଭଳି ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରିଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍…

Read More

ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲାକୁ ଆଲର୍ଟ ଜାରି ହୋଇଛି। । ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି । ଅନ୍ୟପଟେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ…

Read More

୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଇଭେଣ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ‘ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା’ । କାଲିଫର୍ନିଆର ବେଭର୍ଲି ହିଲ୍ସସ୍ଥିତ ବେଭର୍ଲି ହିଲଟନ୍ ହୋଟେଲରେ ଅନୁଷ୍ଠିତ ଏହି ପୁରସ୍କାର କାର୍ଯ୍ୟକ୍ରମରେ ପ୍ରିୟଙ୍କା ଚୋପ୍ରା ପ୍ରେଜେଣ୍ଟର ଭାବରେ ଯୋଗ ଦେଇଥିଲେ । ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦମ୍ପତି ହାତ ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ ଏବଂ ରେଡ୍ କାର୍ପେଟରେ ଷ୍ଟାଇଲ୍ ପୋଜ୍ ଦେଇ ପ୍ରଶଂସକମାନଙ୍କୁ ଆକର୍ଷିତ କରିଥିଲେ । ଏହାପରେ, ପୁରସ୍କାର ସମାରୋହରୁ ପ୍ରିୟଙ୍କା ଏବଂ ନିକଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବା ପରେ, ନିକ୍ ପ୍ରିୟଙ୍କାଙ୍କ ସହିତ ଏକ ଦମଦାର୍ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦୁହେଁ ଖୁସିରେ ନାଚୁଥିବାର ଦେଖିବାକୁ ମିଳୁଛି । ନିକ୍ ଏବଂ ପ୍ରିୟଙ୍କାଙ୍କୁ…

Read More

ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ରାତିସାରା ଗଣବଳାତ୍କାର କରିଛନ୍ତି ଏବଂ ତାଙ୍କୁ ନର୍କ ଯନ୍ତ୍ରଣାରେ ଛାଡି ପଳାଇଯାଇଥିଲେ। ପୀଡିତା ଜଣକ ଏକ ଅର୍କେଷ୍ଟ୍ରାରେ କାମ କରି ତାଙ୍କ ପରିବାର ଚଳାଉଥିଲେ | ପୋଲିସର କହିବା ଅନୁଯାୟୀ, ପୀଡିତା ନେଭଲାଲ ଚୌକରୁ ଘରକୁ ଚାଲିଯାଉଥିଲେ। ଏକ କାର୍‌ରେ ଛଅ ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ ଏବଂ ଯେତେବେଳେ ସେ ପ୍ରତିରୋଧ କରିଥିଲେ, ତାଙ୍କୁ ଜୋରଜବରଦସ୍ତ ଭିତରକୁ ଟାଣି ନେଇଯାଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ପ୍ରାୟ ୨୫ କିଲୋମିଟର ଦୂର ବାରିଆର ଚୌକରେ ଥିବା ଜୟା ଟ୍ରେଡର୍ସର ଏକ କୋଠରୀକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ ଏବଂ ସେ ଅସହାୟ ଥିବା ବେଳେ ରାତିସାରା ତାଙ୍କୁ ବଳାତ୍କାର କରିଥିଲେ। ତେବେ ପୀଡିତା ଅଦ୍ଭୁତ ସାହସ ପ୍ରଦର୍ଶନ କରି ଏକ…

Read More

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଅଧିକାରୀଙ୍କ ଅନୁଯାୟୀ, ଜାନୁଆରୀ ୧୦ ତାରିଖରେ ଧନଖଡ଼ ଦୁଇଥର ୱାଶରୁମରେ ଚେତାଶୂନ୍ୟ ହୋଇଯାଇଥିଲେ। ଆଜି ଡାକ୍ତରମାନେ ତାଙ୍କୁ ଅଧିକ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜଗଦୀପ ଧନଖଡ଼ ଗତ ବର୍ଷଠାରୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।କିନ୍ତୁ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Read More