ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏନେଇ ଆକଳନ କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ବାୟୁମଣ୍ଡଳୀୟ ପରିସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଯଦି ସବୁ କିଛି ଠିକ ରହେ, ତେବେ ଚଳିତ ବର୍ଷ ପବିତ୍ର ରଜ ସମୟକୁ ଅର୍ଥାତ ଆସନ୍ତା ଜୁନ ୧୧ରୁ ୧୪ ତାରିଖ ଭିତରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବ।ସେପଟେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଵାଭାବିକ ସମୟ ଜୁନ୍ ୧ ଠାରୁ ୩ ଦିନ ବିଳମ୍ବରେ ଦେଶର ମୁଖ୍ୟ ଭୂଭାଗକୁ ଅଗ୍ରସର ହୋଇଛି ମୌସୁମୀ। ମାଙ୍ଗାଲୋର, ଉଟି, କୋଡାଇକେନାଲ ଆଦି ଅଞ୍ଚଳ ଦେଇ ଏବେ ମୌସୁମୀ ବାୟୁ ଗତି କରୁଛି। ଏଥିସହ ସମଗ୍ର ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜ, କର୍ଣ୍ଣାଟକ, ତାମିଲନାଡୁର କିଛି କିଛି ଅଂଶ ସମେତ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର ଅବଶିଷ୍ଟ ଅଂଶ, ପଶ୍ଚିମ-କେନ୍ଦ୍ରୀୟ ଓ ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କେତେକାଂଶ, କୋମୋରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ- କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ଅଗ୍ରସର ହୋଇଛି।
ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।
By madhulekha1 Min Read
