ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ଗଣତି ମଣତି ପାଇଁ ୨ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।ଦୁଇଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ କରିବେ । ତତ୍ୱାବଧାରକ ଟିମ ଓ କାର୍ଯ୍ୟବାହୀ ଟିମ ଗଠନ କରାଯିବ । କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ସ୍ଥିର କରିବ। ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ ।ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ । ସେଥି ମଧ୍ୟରୁ ୨ ଜଣ ଯାଇ ପାରିବେ । ବିଭିନ୍ନ ଅଳଙ୍କାର ଚିହ୍ନିବାକୁ ଜଣେ ରହିବେ । ଆରବିଆଇରୁ ଜଣେ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତି ମଣତି…
Author: madhulekha
ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ, କେରଳ କୁ କେରଳମ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମକରଣ “କେରଳମ୍” କରାଯିବାକୁ ଦାବି ହୋଇଆସୁଛି। କେନ୍ଦ୍ର କ୍ୟାବିନେଟ ଏହି ଦାବିକୁ ଆଜି ଅନୁମୋଦନ କରିଛି।” ଏହି ପଦକ୍ଷେପ ଚଳିତ ବର୍ଷ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ନିଆଯାଇଛି।ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେରଳର ନାମ ପରିବର୍ତ୍ତନ ବିଲ୍ ଏବେ ରାଜ୍ୟ ବିଧାନସଭାକୁ ଅନୁମୋଦନ ପାଇଁ ପଠାଯିବ। ପ୍ରକୃତରେ, କେରଳ ଏବଂ କେରଳମ ଗୋଟିଏ ରାଜ୍ୟର ନାମର ଦୁଇଟି ରୂପ। କେରଳମ ହେଉଛି ମାଲାୟଲମ ଭାଷାର ମୂଳ ରୂପ, ଯେତେବେଳେ କେରଳ ହେଉଛି ଇଂରାଜୀ ଏବଂ ହିନ୍ଦୀରେ ଏହାର ଲୋକପ୍ରିୟ ରୂପ। ରାଜ୍ୟର…
୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନାହିଁ ପଞ୍ଚାୟତ କି ବ୍ଲକ ପୁନର୍ଗଠନ । ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ସଂସାର ଆରମ୍ଭ ହେଉ ହେଉ ଲିଭିଗଲା ଜୀବନ ଦୀପ । ପାଦରୁ ଅଳତା, ହାତରୁ ମେହେନ୍ଦୀ ଲିଭିବା ଆଗରୁ ଉଡ଼ି ଯାଇଛି ପ୍ରାଣ । ବିବାହର ମାତ୍ର ୪ ଦିନରେ ନବବଧୂ ଆଖି ବୁଜିଛି । ଗଞ୍ଜାମ ଜିଲ୍ଲା କେନ୍ଦୁପାଟ ଗାଁର ବିପିନ ଜେନାଙ୍କୁ ବିବାହ କରିଥିଲେ ସେହି ଗାଁର ପୂଜା ବେହେରା । ଶୁକ୍ରବାର ଅର୍ଥାତ ( ୨୦ ତାରିଖ)ରେ କେନ୍ଦୁପାଟ ଗ୍ରାମର ଶଙ୍କର ବେହେରାଙ୍କ ଝିଅ ପୂଜା ବେହେରାଙ୍କ ବିବାହ ସେହି ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ବିପିନ ଜେନାଙ୍କ ସହ ହୋଇଥିଲା। ଗତକାଲି ଚତୁର୍ଥୀ କର୍ମ ହେବା ପରେ ରାତିରେ ବର କନ୍ୟା ଚତୁର୍ଥୀ ଶଯ୍ୟାକୁ ଯାଇଥିଲେ। କିନ୍ତୁ ମଧ୍ୟରାତ୍ରୀରେ ହଠାତ ନବବଧୂ ପୂଜା ଗୁରୁତର ହୋଇ ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ଘର ଲୋକେ ପୂଜାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ପୂଜାଙ୍କୁ ମୃତ ଘୋଷଣା କରିଥିଲେ।…
ଆଜି ସୁନା ଦର ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ରୂପା ଦର କମିଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୮,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୩୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ଆଜି ରୂପା ଦର ହ୍ରାସ ଘଟିଛି। ରୂପା ଦର ୧୦ ହଜାର ଟଙ୍କା ହ୍ରାସ ଘଟି କିଲୋଗ୍ରାମ୍ ପିଛା ୨ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଥମୁନି ହାତୀ ମଣିଷ ଲଢେଇ।ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଲିଖିତ ତଥ୍ୟ ଅନୁଯାୟୀ, ଶିକାରୀଙ୍କ ଦ୍ଵାରା ୬ ଟି ହାତୀଙ୍କୁ ହତ୍ୟା କରାଯାଇଛି। ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାକୃତିକ କାରଣ ଯୋଗୁଁ ୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଅପ୍ରାକୃତିକ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଦେଢ ବର୍ଷରେ ମଲେଣି ୧୧୪ ହାତୀ। ବିଦ୍ୟୁତ୍ ଆଘାତରେ ଯାଇଛି ସର୍ବାଧିକ ୪୨ ଜୀବନ। ବିଭିନ୍ନ ରୋଗରେ ମରିଛନ୍ତି ୨୯ଟି ହାତୀ।
ଆଜି ବି ବର୍ଷା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ସହ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ।ସୁଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଆଜି ପାଇଁ ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି ।
ବାପାକୁ ମାରିଲା ପୁଅ । ଖଣ୍ଡଖଣ୍ଡ କରି ଡ୍ରମ୍ ଭିତରେ ପୁରାଇଲା । ପାଠପଢାକୁ ନେଇ ପୁଅର ଜଘନ୍ୟ କାଣ୍ଡ । ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ ଘର ଭିତରେ ଥିବା ଏକ ଡ୍ରମରୁ ଉଦ୍ଧାର କରାଯାଇଛି। ଏହି ହତ୍ୟା ମାମଲାର ପୋଲିସ ବଡ଼ ଖୁଲାସା କରିଛି । ତଦନ୍ତରେ ବ୍ୟବସାୟୀ ପିତା ଏବଂ ତାଙ୍କ ପୁଅ ମଧ୍ୟରେ ଶିକ୍ଷା ଏବଂ କ୍ୟାରିଅରକୁ ନେଇ ବାରମ୍ବାର ବିବାଦ ହେଉଥିବା ପ୍ରକାଶ ପାଇଛି। ବିଚଳିତ ପୁଅ ତାଙ୍କ ବାପାଙ୍କୁ ନିଜ ରିଭଲଭରରେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ପୋଲିସର କହିବାନୁସାରେ, ଫେବ୍ରୁଆରୀ ୨୦ ତାରିଖ ସକାଳେ ମାନବେନ୍ଦ୍ର ଏବଂ ପୁଅଙ୍କ ମଧ୍ୟରେ ପାଠପଢାକୁ ନେଇ ବଚସା ହୋଇଥିଲା । ପୁଅ ନିଟ୍ ପରୀକ୍ଷା ପାଇଁ ପଢାପଢି କରୁଥିଲେ ।…
ବଲାଂଗୀରର ବର ହାତରୁ ନବ ବଧୂକୁ ବନ୍ଧୁକ ମୁନରେ ଅପହରଣ ମାମଲା । ନବବଧୂକୁ ବନ୍ଧୁକ ମୁନରେ ଉଠାଇନେଇଥିବା ପ୍ରେମିକ ସଞ୍ଜୟ ସାହୁ ଗିରଫ । ପ୍ରେମିକା ରଶ୍ମି ସହ ସଞ୍ଜକୁ ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଗିରଫ କଲା ସମ୍ବଳପୁର ପୋଲିସ । ସମ୍ବଲପୁର ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ମିଳିତ ଚଢାଉ କରି ଉଭୟଙ୍କୁ ଗିରଫ କରିଛନ୍ତି l ଗିରଫ ପରେ ଉଭୟଙ୍କୁ ସୁବର୍ଣ୍ଣପୁର ପୋଲିସକୁ ହସ୍ତାନ୍ତର କରାଯାଇଛି । ଜଣେ ସାଙ୍ଗ ଘରେ ଯୁବକଙ୍କ ଜଣକ ଥିବା ବେଳେ ଉଠାଇ ଆଣିଲା ପୋଲିସ ।
ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୦ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ଯିବ ସେ ବାବଦରେ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ଟିମ୍ଗୁଡ଼ିକୁ ନିୟୋଜିତ କରାଯାଇଛି। ମାର୍ଚ୍ଚ ୧୮ ତାରିଖରୁ ପରୀକ୍ଷକ ତଥା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ।…