Author: madhulekha

ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ଅର୍ଥାତ ଆଜି କିମ୍ବା ମଙ୍ଗଳବାର ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହୋଇପାରେ ଭୟଙ୍କର ହମଲା । ତେହେରାନ ଉପରେ ଆମେରିକା ଆକ୍ରମଣ ଆଶଙ୍କା ବଢିଛି । ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛି, ଯାହା ଦ୍ୱାରା ଦୂତାବାସରେ ଯୋଗାଯୋଗ କରାଯାଇପାରିବ । ନମ୍ବର ଗୁଡିକ ଗେଲା +୯୮ ୯୧୨ ୮୧୦ ୯୧୧୫, +୯୮ ୯୧୨ ୮୧୦ ୯୧୦୯ ,+୯୮ ୯୧୨ ୮୧୦ ୯୧୦୨, +୯୮ ୯୯୩ ୨୧୭ ୯୩୫୯ ।ସମ୍ଭାବ୍ୟ ଯୁଦ୍ଧ ପାଇଁ ଇରାନ ବି ସାମରିକ…

Read More

ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ । ଉନ୍ନତ ମାନର ଚିକିତ୍ସା ସୁବିଧା ଦ୍ଵାରା ଲୋକଙ୍କ ଆସ୍ଥାଭାଜନ ହୋଇଥିବା ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ।ଏହି ନୂତନ ବ୍ୟବସ୍ଥାଗୁଡ଼ିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବ ଏବଂ ଗୁଣବତ୍ତା ବୃଦ୍ଧି କରିବ। ଯାହା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବ। ପୂର୍ବରୁ ସଫଳତାର ସହିତ ବୃକକ୍ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ କରିଆସୁଥିବା ବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟ । ରାଜ୍ୟର ପ୍ରଥମ ସରକାରୀ ମେଡିକାଲ ଭାବେ ଭୁବନେଶ୍ଵର ଏମ୍ସରେ ରୋବୋଟିକ ସର୍ଜରୀ ହୋଇପାରିବ । ପୂର୍ବ ଭାରତରେ ଏଭଳି ଚିକିତ୍ସା ସୁବିଧା କୌଣସି ରାଜ୍ୟରେ ଉପଲବ୍ଧ ନାହିଁ । ଏହି ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ଦ୍ଵାରା ସଠିକ୍ ଭାବେ ଅତି ସୂକ୍ଷ୍ମ ଟିସୁ ଗୁଡ଼ିକର ମଧ୍ୟ ଅସ୍ତ୍ରୋପଚାର ହୋଇପାରିବ ।ଏମ୍ସ ଭୁବନେଶ୍ବରରେ ଦଶ ଶଯ୍ୟା ବିଶିଷ୍ଟ,…

Read More

ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍‌ କରି ସ୍ବାମୀ ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଏତଲା ପରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଇଟି ଆକ୍ଟରେ ମାମଲା ରୁଜୁ କରି ତନାଘନା ଚଳାଇଛି ପୋଲିସ । ପୀଡ଼ିତା କହିଛନ୍ତି, “ଫେକ୍ ଆଇଡି ଖୋଲି ଅଶ୍ଲୀଳ ଫଟୋ ଭାଇରାଲ୍ କରୁଛନ୍ତି ସ୍ଵାମୀ । ଆମେ ୨୦୨୪ ଏପ୍ରିଲ୍ ମାସରେ ବାହା ହୋଇଥିଲୁ । ସେତେବେଳେ କହିଥିଲେ ମୋର ଯୌତୁକ ଦରକାର ନାହିଁ ।”ବାହାଘରର କିଛିଦିନ ପରେ ମାଡ଼ ମାରିବା ସହ ଯୌତୁକ ମାଗିଥିଲେ । ମାଡ଼ ମାରି ଘରୁ ତଡ଼ି ଦେଇଥିଲେ ଶାଶୁଘର ଲୋକ । ଏନେଇ ସେତେବେଳେ…

Read More

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ । ଗ୍ରୁପ ଏ ଠାରୁ ଆରମ୍ଭ କରି ଗ୍ରୁପ ଡି ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ ନିର୍ଦ୍ଦେଶ ଦିଆଯାଇଛି ।ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅପଲୋଡ୍‌ ପାଇଁ ସରକାର ପରାମର୍ଶ ଦେଇଛନ୍ତି। ୨୦୨୫ ବର୍ଷ ପାଇଁ ଶେଷ ସୁଯୋଗ,ସ୍ମାରକପତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଯେଉଁ କର୍ମଚାରୀମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ସେମାନଙ୍କର ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରିବେ ନାହିଁ ସେମାନଙ୍କୁ ଅକର୍ମଣ୍ୟ ବୋଲି ବିବେଚନା କରାଯିବ। ଖିଲାପକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବିଭାଗ, ଆରଡିସି ଏବଂ ଜିଲ୍ଲା କଲେକ୍ଟରମାନଙ୍କୁ ଏହି ସମ୍ପ୍ରସାରଣର ବ୍ୟାପକ ପ୍ରଚାର ଏବଂ ଦାଖଲଗୁଡ଼ିକର କଡ଼ା ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ ଅପମିଶ୍ରିତ ହୋଇ ରହିଛି ।ତେବେ ଚଳିତ ବର୍ଷ ୨୯ ଟି ପାଣି ନମୁନା ପରୀକ୍ଷା ହୋଇଥିବା ବେଳେ ୮ଟି ସାମ୍ପୁଲ ଅନସେଫ ବାହାରିଛି ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

Read More

ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ।ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ବିଗତ ୫ବର୍ଷ ଠାରୁ ବର୍ତ୍ତମାନ ୩୧୦ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଆର୍ଥିକ କାରବାରରେ ଅନିୟମିତତା ସମ୍ପୃକ୍ତରେ ଗିରଫ ହୋଇଛନ୍ତି ।ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ କରିଛି । ଏଥିରୁ ୩୩୭ଟି ମାମଲାରେ ଦଣ୍ଡ ବିଧାନ ହୋଇଛି । ୬ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ଏହି ସମ୍ପତ୍ତିକୁ ଅନ୍ୟତ୍ରେ ବିନିଯୋଗ କରାଯାଇଛି । ଏଥିରେ ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥିକ୍ ଡିସ୍ପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର…

Read More

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ବିଜେଡିର ନାରାବାଜି । ‘କହିଥିଲ ଠନ ଠନ.. ଦେଖାଇଦେଲ ଲଣ୍ଠନ..’ ଏମିତି ସ୍ଲୋଗାନରେ କଂପିଲା ଗୃହ। ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ଧୋଇଗଲା ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି, କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ।ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି । ଏନେଇ ବିଧାୟକଙ୍କ ତାରା ପ୍ରସାଦ ବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି , ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ ନୁହେଁ । ମୁକାବିଲା ପାଇଁ ପ୍ରସ୍ତୁତ ନଥିବାରୁ ପଛଘୁଞ୍ଚା ଦେଉଛନ୍ତି । ଚାଷୀମାନଙ୍କ ସମସ୍ୟା ନେଇ ସରକାର କିଛି କରୁନାହାନ୍ତି । ସାରା ବିଶ୍ୱରେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି । ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କ ବିଶୃଙ୍ଖଳା କାରଣରୁ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିଧାନସଭା ବଜେଟ ଅଧିବେଶନର…

Read More

ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି ।ସୂଚନାଥାଉକି, ଖୁଜେନପାଲି ଗାଁର ହରିବନ୍ଧୁ ପୁଟେଲ (ରିଙ୍କୁ) ନାମକ ଯୁବକ କଣ୍ଟାମାଳର ରଶ୍ମୀକୁ ଗତ ରାତିରେ ବୈଦିକ ରୀତି ନୀତି ଅନୁସାରେ ବାହା ହୋଇ ଘରକୁ ଫେରିବା ବେଳେ ତରଭା ଥାନା ଅର୍ନ୍ତଗତ ବଡ଼ବନ୍ଧ ନିକଟରେ ଅଚାନକ ତିନିଜଣ ଯୁବକ ଏକ କାରରେ ଆସି ଗାଡ଼ି ଅଟକାଇ ଥିଲେ । ଗାଡ଼ି ଅଟକିବା ପରେ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୁକୁ ନେଇ ଯାଇଥିଲେ । ତେବେ ଘଟଣାକୁ ନେଇ ତରଭା ଥାନାରେ ଶିଶୁପାଲ ହୋଇ ପହଞ୍ଚିଥିଲେ ବର ରିଙ୍କୁ…

Read More

ଭୁବନେଶ୍ବର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ IRS ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ସହୀଦ ଥାନାରେ କେସ ନମ୍ବର ୧୦୪/୨୬ରେ ମାମଲା ରୁଜୁ କରି ତନାଘନା କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ । ଜିଏସଟି ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଆଇଆର୍‌ଏସ ବାବୁଙ୍କୁ ପୁଲିସ ଆଜି ଜେରା କରିଛି। ସେପଟେ ଏହି ବଳାତ୍କାର ଘଟଣା ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ପହଞ୍ଚିଛି। ମାମଲାର ନିରପେକ୍ଷ ତଦନ୍ତ କ କରାଯାଇ ସମ୍ପୃକ୍ତ ଆଇଆରଏଏସ୍ ଅଧିକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଆୟୋଗଙ୍କୁ ଗୁହାରି କରାଯାଇଛି। ପୀଡ଼ିତାଙ୍କ ସମେତ ୩ଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ। ଅଧିକାରୀଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଓ ଲାପଟପକୁ ପରୀକ୍ଷା ପାଇଁ ଫୋରେନ୍ସିକ ଲ୍ୟାବ୍‌ ପଠାଯିବ ବୋଲି ପୁଲିସ…

Read More

ଓଡ଼ିଶାରେ ବର୍ଷକୁ ୬ଲକ୍ଷ ୟୁନିଟ୍ ରକ୍ତ ଆବଶ୍ୟକ । ହେଲେ ସଂଗ୍ରହ ହେଉଛି ସାଢେ ୫ଲକ୍ଷ ୟୁନିଟ୍ । ଆହୁରି ଦରକାର ୫୦ହଜାର ୟୁନିଟ୍ । କିନ୍ତୁ ସଂଗ୍ରହ ହୋଇପାରୁନି। କଲବଲ ହେଉଛନ୍ତି ରୋଗୀ ଓ ପରିଜନ । ସୁପର ସ୍ପେସିଆଲ ଚିକିତ୍ସା, ହେପାଟୋଲୋଜି ଚିକିତ୍ସା, ନ୍ୟୁରୋ ଟ୍ରାନ୍ସପ୍ଲାଣ୍ଟ, କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ, ଓପନ ହାର୍ଟ ସର୍ଜରୀ ଚିକିତ୍ସା ବ୍ୟାପକ ହେଉଛି । ମାତ୍ର ଅଧିକାଂଶ ସମୟରେ ରୋଗୀଙ୍କୁ ରକ୍ତ ମିଳିବାରେ ସମସ୍ୟା ଦେଖାଦେଉଛି । ଥାଲାସେମିଆ, ସିକିଲସେଲ ଏବଂ ଆନିମିଆରେ ଆକ୍ରାନ୍ତ ରୋଗୀମାନେ ରକ୍ତ ଅଭାବର ଶିକାର ହୁଅନ୍ତି । ଏହି ବର୍ଗର ରୋଗୀମାନେ ରକ୍ତ ନେବାର ୧ ମାସ ପରେ ପୁନର୍ବାର ରକ୍ତ ଆବଶ୍ୟକ କରିଥାନ୍ତି । ହେଲେ ସେମାନେ ବି ହଇରାଣ ହୋଇଥିବାର ଅଭିଯୋଗ ଆସୁଛି ।ସୂଚନା ଅନୁସାରେ, ଏବେ ରାଜ୍ୟରେ ୮୮ଟି ରକ୍ତଭଣ୍ଡାର ଓ ୩୩ଟି ରକ୍ତ ପୃଥକୀକରଣ କେନ୍ଦ୍ର ରହଛି । ସେଥିମଧ୍ୟରେ ସରକାରୀ ରକ୍ତ…

Read More