ସଂସାର ଆରମ୍ଭ ହେଉ ହେଉ ଲିଭିଗଲା ଜୀବନ ଦୀପ । ପାଦରୁ ଅଳତା, ହାତରୁ ମେହେନ୍ଦୀ ଲିଭିବା ଆଗରୁ ଉଡ଼ି ଯାଇଛି ପ୍ରାଣ । ବିବାହର ମାତ୍ର ୪ ଦିନରେ ନବବଧୂ ଆଖି ବୁଜିଛି । ଗଞ୍ଜାମ ଜିଲ୍ଲା କେନ୍ଦୁପାଟ ଗାଁର ବିପିନ ଜେନାଙ୍କୁ ବିବାହ କରିଥିଲେ ସେହି ଗାଁର ପୂଜା ବେହେରା । ଶୁକ୍ରବାର ଅର୍ଥାତ ( ୨୦ ତାରିଖ)ରେ କେନ୍ଦୁପାଟ ଗ୍ରାମର ଶଙ୍କର ବେହେରାଙ୍କ ଝିଅ ପୂଜା ବେହେରାଙ୍କ ବିବାହ ସେହି ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ବିପିନ ଜେନାଙ୍କ ସହ ହୋଇଥିଲା। ଗତକାଲି ଚତୁର୍ଥୀ କର୍ମ ହେବା ପରେ ରାତିରେ ବର କନ୍ୟା ଚତୁର୍ଥୀ ଶଯ୍ୟାକୁ ଯାଇଥିଲେ। କିନ୍ତୁ ମଧ୍ୟରାତ୍ରୀରେ ହଠାତ ନବବଧୂ ପୂଜା ଗୁରୁତର ହୋଇ ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ଘର ଲୋକେ ପୂଜାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ପୂଜାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଅପହରଣକାରୀ ସଞ୍ଜିବ୍ ପୂର୍ବରୁ ବିବାହ କରିଛନ୍ତି। ତାଙ୍କର ୨ଟି ପିଲା ଅଛନ୍ତି। କିନ୍ତୁ ତାଙ୍କର ନବବଧୂଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ନବବଧୂଙ୍କ ବାପା ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ତେଣୁ ନବବଧୂଙ୍କ କକା ଏହି ବିବାହ କରିଥିଲେ। ଏହି ବିବାହକୁ ସଞ୍ଜିବ୍ ବିରୋଧ କରୁଥିଲେ। ଶେଷରେ ସଞ୍ଜିବ୍ ସହଯୋଗୀଙ୍କୁ ଧରି ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି। ଏ ନେଇ ବର ହରିବନ୍ଧୁ ପଟେଲ ମଧ୍ୟ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବରପକ୍ଷରୁ କନ୍ୟାଙ୍କୁ ବିବାହ ପୂର୍ବରୁ ସୁନା ହାର, ସୁନା ମଙ୍ଗଳ ସୂତ୍ର, ସୁନା କାନଫୁଲ ଓ ମୁଦି ଆଦି ଦେଇଥିଲେ। ପରିବାର ଲୋକେ ବହୁ କଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅର ବିବାହ କରିଥିଲେ ବୋଲି ଜଣାପଡିଛି l
