Author: madhulekha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଏକ ସେଲ୍ଫି ମୋଡରେ ଭିଡିଓ ରେକର୍ଡ କରି ଯୁବପିଢ଼ିଙ୍କୁ ସମ୍ବୋଧନ କରିଥିଲେ। ତେବେ ଆଜି କିଛି ସମୟ ପାଇଁ ଉପଲବ୍ଧ ନଥିଲା । ଭିଡିଓ ଖୋଲିବାକୁ ଚେଷ୍ଟା କରିଥିବା ବ୍ୟବହାରକାରୀଙ୍କୁ ଏହା ଦେଖିବାକୁ ମିଳୁନଥିଲା । ପରେ ମେଟା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଭୁଲବଶତଃ କଣ୍ଟେଣ୍ଟ ହଟିଯାଇଥିଲା, ବର୍ତ୍ତମାନ ଏହାକୁ ପୁଣି ଥରେ ପୁନଃସ୍ଥାପନ କରାଯାଇଛି ।

Read More

ସେପ୍ଟେମ୍ବର ୩୦ରେ ହେବ OSSTET ପରୀକ୍ଷା । ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ତାରିଖ ଘୋଷଣା କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ସେପ୍ଟେମ୍ବର ୩୦ ତାରିଖରେ ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏଁ ପରୀକ୍ଷା ହେବ । ଗୋଟିଏ ସିଟିଂରେ ହେବ ପେପର-୧ ଓ ପେପର୍‌-୨ ପରୀକ୍ଷା ।ବୋର୍ଡ ସୂଚନା ଦେଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ ଏବଂ ଅନଲାଇନ ଆବେଦନ ପଞ୍ଜିକରଣର ସମୟସୂଚୀ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

Read More

ଲକ୍ଷାଧିକ ଭକ୍ତଙ୍କୁ ଛାଡ଼ି ବିଧିବିଧାନକୁ ମହତ୍ତ୍ୱ ଦେଇ ମହାପ୍ରଭୁ ବାହୁଡ଼ିଗଲେ । ନୀଳାଚଳରେ ବିଜେ କଲେ ନୀଳାଦ୍ରିନାଥ । ଆର ବର୍ଷକୁ ଅପେକ୍ଷା କରି ବଡ଼ଦାଣ୍ଡରେ ରହିଗଲେ ତାଙ୍କର ଅସଂଖ୍ୟ ଭକ୍ତ । ୧୨ ଦିନ ଧରି ଶ୍ରୀକ୍ଷେତ୍ରରେ ଚାଲିଥିବା କାଳିଆ ସାଆନ୍ତଙ୍କ ଦିବ୍ୟଲୀଳା ସରିଲା ।ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ । ରଥଯାତ୍ରା ପୂର୍ବରୁ ଯେଉଁଭଳି ଭାବେ ଭକ୍ତମାନେ ମହାପ୍ରସାଦ ପାଇଥିଲେ । ଠିକ୍ ସେହିଭଳି ଭାବରେ ମହାପ୍ରସାଦ ଶ୍ରୀମନ୍ଦିର ପରିସରରେ ପାଇପାରିବେ…

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ସହର ଓ ଗ୍ରାମାଞ୍ଚଳର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ।

Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ କେମିତି ହଜିଲା ଫାଇଲ୍ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ସୋମବାର) କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । କ୍ରାଇମବ୍ରାଞ୍ଚ ଏନେଇ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ RDC ଇନକ୍ବାରୀ ରିପୋର୍ଟ ହଜିବା ଘଟଣାରେ କମିଶନରେଟ୍ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାକୁ କେନ୍ଦ୍ର କରି ଜୁନ ୧୦ ତାରିଖରେ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାର୍ଣ୍ଡି ଲିଖିତ ଅଭିଯୋଗ କରିଥିଲେ ।…

Read More

ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡୁଛି | ମେ ଏବଂ ଜୁନ୍ ମାସରେ ଲଗାତାର ବୃଦ୍ଧି ପରେ, ଜୁଲାଇ ପ୍ରଥମ ସପ୍ତାହରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଫଳସ୍ୱରୂପ, ଆଗାମୀ ଅଗଷ୍ଟ ମାସରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଆହୁରି ପରିବର୍ତ୍ତନ ହୋଇପାରେ । IOCL, HPCL, ଏବଂ ଭାରତ ଗ୍ୟାସ୍ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ LPG ମୂଲ୍ୟ ସଂଶୋଧନ କରନ୍ତି।ମୂଲ୍ୟ ବୃଦ୍ଧି ହେବ କି ହ୍ରାସ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଥମ ଥର ପାଇଁ ମାର୍ଚ୍ଚ ୭ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହା ପରେ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାକୁ ବୃଦ୍ଧି ପାଇଲା। ତେଣୁ ଏହା ପରେ, ଜୁନ୍ ୭ରେ ପୁଣି ଥରେ ଘରୋଇ…

Read More

ଓଡ଼ିଶାରେ ଯୁକ୍ତ ଦୁଇ ଶିକ୍ଷାର ସୁବିଧାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।। ସମଗ୍ର ଶିକ୍ଷା ଯୋଜନା (Samagra Shiksha Scheme) ଅଧୀନରେ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ (PAB) ଓଡ଼ିଶାରେ ୭୧ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବାକୁ ଅନୁମୋଦନ ଦେଇଛି । ଏଥିପାଇଁ ୧୪୦.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ସମ୍ପର୍କରେ ଅବଗତ କରାଇଛନ୍ତି। ସମଗ୍ର ଶିକ୍ଷାର ବାର୍ଷିକ କାର୍ଯ୍ୟଯୋଜନା ଓ ବଜେଟ୍‌ (AWP&B) ୨୦୨୬-୨୭ ଅନୁଯାୟୀ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଜିଲ୍ଲା ଅଧ୍ୟକ୍ଷଙ୍କ ସୁପାରିସ ଆଧାରରେ ଏହି ବିଦ୍ୟାଳୟଗୁଡ଼ିକୁ ଉନ୍ନୀତ କରିବା ପ୍ରସ୍ତାବକୁ ପିଏବି ଚୂଡ଼ାନ୍ତ ମଞ୍ଜୁରି ଦେଇଛି।ଏହି ଯୋଜନା ଅନୁଯାୟୀ ୬୦ଟି ବିଦ୍ୟାଳୟରେ କଳା…

Read More

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।E-20 ରେ ଅପମିଶ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରାଯାଉ ଥିବା ଗୁଜବର ଜବାବ ଏବେ ମେଟା, ଗୁଗଲ୍ ଏବଂ ଏକ୍ସ କୋର୍ଟ ରୁମରେ ଦେବେ। ହାଇକୋର୍ଟ ଗଡ଼କରୀଙ୍କୁ ଏହି ସବୁ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟ ଗଡ଼କରୀଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକରେ ହୋଇଥିବା କଥିତ ଅପମାନଜନକ ପୋଷ୍ଟ ଏବଂ ଡିପଫେକ୍ (Deepfake) କଣ୍ଟେଣ୍ଟକୁ ନେଇ ଦେୱାନୀ (ସିଭିଲ୍) ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି।

Read More

କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍’ ତିଆରି କରିଛନ୍ତି । ଯାହା ତାଙ୍କ ଜୀବନ ସହ ଆଧାରିତ ।ଦାନ ମାଝୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜୀବନର ଘଟଣା ଓ କାହାଣୀକୁ ଆଧାର କରି ଫିଲ୍ମ ତିଆରି କରାଯାଇଥିବାରୁ ତାଙ୍କର ସମ୍ମତି ନେବା ଆବଶ୍ୟକ ଥିଲା। ବିନା ଅନୁମତିରେ ତାଙ୍କ ଜୀବନକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ନେଇ ସେ ଆଇନଗତ ପଦକ୍ଷେପ ନେଇଛନ୍ତି।ପ୍ରଯୋଜକ ମନୋଜ ବାଗ କିମ୍ବା ଫିଲ୍ମ ସହ ଜଡ଼ିତ କୌଣସି ସଦସ୍ୟ ତାଙ୍କୁ ଆଦୌ ଯୋଗାଯୋଗ କରି ନାହାନ୍ତି । ତାଙ୍କ ବିନା ଅନୁମତିରେ ଫିଲ୍ମ…

Read More

ରାଜ୍ୟରେ ବର୍ଷା ବିତ୍ପାତକୁ ନେଇ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୈଠକ। ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଲୋକମାନେ ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଉକ୍ତ ଜିଲ୍ଲାରେ ଆଲର୍ଟ କରାଯାଇଛି । ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି। ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି। ପୌର, ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପୌର ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ବସିଥିବା ବୈଠକରେ SRC ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭିସିରେ ଯୋଡ଼ି…

Read More