ରାଜ୍ୟରେ ଖୁବ୍ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ୩ଟି ବସ୍ ଚଳାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।ଭୁବନେଶ୍ୱର- କଟକ-ଖୋର୍ଦ୍ଧା-ପୁରୀ-କୋଣାର୍କ ରୁଟ୍ରେ ଏହି ବସ୍ ସେବା ଆରମ୍ଭ ହେବ ।ଭୁବନେଶ୍ୱରର ପୋଖରୀପୁଟସ୍ଥିତ ‘କ୍ରୁଟ୍’ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫୁଏଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା କରାଯାଇଛି ।ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବା ସହ ଆଦର୍ଶ ସ୍ଥିତିରେ ଏହି ବସ୍ ଗୁଡ଼ିକୁ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୫୩.୫୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ଆକଳନ କରାଯାଇଛି, ଯେଉଁଥିରୁ ନୂତନ ଏବଂ ନବୀକରଣଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ…
Author: madhulekha
ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ରରେ ଦେବାରେ ବିଳମ୍ବ କରିପାରିବେନି ଦାୟିତ୍ବରେ ଥିବା ଅଧିକାରୀ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆୟ, ଜାତିଗତ ଓ ବାସସ୍ଥାନ ଆଦି ପ୍ରମାଣପତ୍ର ଦେବାରେ ଡେରି ହେଲେ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଅତ୍ୟାବଶ୍ୟକ ଜନସେବାଗୁଡ଼ିକର ତୁରନ୍ତ ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ,୨୦୧୨ (ORTPSA) ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ଆବଶ୍ୟକ। ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲରେ ପ୍ରମାଣପତ୍ର ପାଇଁ ଆସିଥିବା ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ନିଆଯିବ | ଅତିରିକ୍ତ ଜିଲ୍ଲାପାଳ ପ୍ରତି ୭ ଦିନରେ ଓ ଜିଲ୍ଲାପାଳ ପ୍ରତି…
ଅନୁଗୋଳ ବନଖଣ୍ଡ କୁସୁମ ପାଟ ଜଙ୍ଗଳରୁ ନରହନ୍ତା ଦନ୍ତା ହାତୀକୁ କାବୁ କଲା ବନ ବିଭାଗ । ଆଜି (ବୁଧବାର) ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ କାବୁ କରାଯାଇ ପାରିଛି । ସକାଳେ ହାତୀକୁ ଠାବ କରାଯିବା ପରେ ନିଶ୍ଚେତକ ଦିଆ ଯାଇଥିଲା । ଏହାପରେ ହାତିଟି ପ୍ରାୟ ଏକ କିମି ଦୂରରେ ଥିବା ଛୋଟ ଜଙ୍ଗଲ ଭିତରେ ତାଲଗଛ ମୂଳରେ ଠିଆ ହୋଇ ଯାଇଥିଲା । ବନ ବିଭାଗ କର୍ମଚାରୀମାନେ ତାକୁ ଠାବ କରିଥିଲେ ।ଏହାର କିଛି ସମୟ ପରେ କ୍ରେନ୍ ସାହାଯ୍ୟରେ ହାତୀକୁ ଉଠାଇ ଐରାବତ ରେସକ୍ୟୁ ଭ୍ୟାନରେ ରଖା ଯାଇଥିଲା । ଡାକ୍ତରୀ ଟିମ୍ ତାର ଚିକିତ୍ସା କରିଥିଲେ । ହାତିଟି କେଉଁଠିକୁ ନିଆଯିବ ସେନେଇ ଅନୁଗୋଳ ବନ ବିଭାଗ କିଛି ସ୍ପଷ୍ଟ କରୁନଥିଲେ ମଧ୍ୟ ତାକୁ ମୟୂରଭଞ୍ଜର ଶିମିଳିପାଳ ସ୍ଥାନାନ୍ତର ହେବା ନେଇ ଆଲୋଚନା ହେଉଛି ।
ତୃତୀୟ ବିବାହ କରିବେ ବଲିଉଡର ମିଷ୍ଟର ପରଫେକ୍ଟ । ଦୀର୍ଘଦିନ ଧରି ଡେଟ୍ କରିବା ପରେ ଗୌରୀଙ୍କ ହାତ ଧରିବେ ଆମୀର ଖାନ୍ । ୬୧ ବର୍ଷୀୟ ଆମୀର ପୁଣିଥରେ ବର ହେବାକୁ ଥିବାବେଳେ ତାଙ୍କର କନ୍ୟା ସାଜିବେ ୪୬ ବର୍ଷୀୟ ଗୌରୀ । ଏହି ବିବାହ ହେଲେ ଆମୀର ନିଜ ଜୀବନରେ ତୃତୀୟ ବିବାହ କରିବେ ।ରିପୋର୍ଟ ଅନୁସାରେ, ଆମିର ଏବଂ ଗୌରୀ ସ୍ପ୍ରେଟଙ୍କ ମଧ୍ୟରେ ଘନିଷ୍ଠତା ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି । ଉଭୟ ପାରସ୍ପରିକ ସହମତି ଏବଂ ସମ୍ପୂର୍ଣ୍ଣ ବୁଝାମଣାରେ ସେମାନଙ୍କ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।ଆମିର ଖାନ ଏବଂ ଗୌରୀ ସ୍ପ୍ରେଟଙ୍କ ଏହି ବିବାହ ଉତ୍ସବ ୫ ଜୁଲାଇରେ ହେବ ବୋଲି କୁହାଯାଉଛି । ସବୁଠାରୁ ଖାସ କଥା ହେଉଛି ଏଥିପାଇଁ କୌଣସି ବଡ଼ ଲଗଜରୀ ହୋଟେଲ କିମ୍ବା ଡେଷ୍ଟିନେସନ୍ ୱେଡିଂ ବଛାଯାଇ ନାହିଁ ବରଂ…
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି Iତେବେ ନିଜ ମନୋବାଞ୍ଛା, ଖୁସି ଏବଂ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି I ଏଣିକି ଭକ୍ତମାନେ ପୁରୀକୁ ନଆସି ମଧ୍ୟ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ । ସମର୍ପଣ ଆପ୍ ରେ ଆରମ୍ଭ ହେବ ଇ- ହୁଣ୍ଡି ବ୍ୟବସ୍ଥା । ଚଳିତ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ। ଅନ୍ୟପଟେ, ଜଗନ୍ନାଥ ଜମିକୁ ନେଇ ଆସିବ ‘ୟୁନିଫର୍ମ ସେଟେଲମେଣ୍ଟ ପଲିସି’। ଜଗନ୍ନାଥଙ୍କ ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ସହ ସେଟେଲମେଣ୍ଟ କରାଯିବ ଏବଂ ନିର୍ଦ୍ଧାରିତ ଅର୍ଥ ଆଦାୟ ପରେ ସେମାନଙ୍କୁ ମାଲିକାନା ପ୍ରଦାନ କରାଯିବ। ଆଦାୟ ଅର୍ଥ ଶ୍ରୀଜଗନ୍ନାଥଙ୍କ ଖାତାରେ ଜମା ହେବ । ଆସନ୍ତା କ୍ୟାବିନେଟ ବୈଠକରେ…
ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବୋଷଙ୍କୁ ଏକ ପତ୍ର ପ୍ରଦାନ କରି ୬୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଟିଏମସିର ଏହି ଗୋଷ୍ଠୀ ଚାରି ଜଣ ବିରୋଧୀ ଦଳ ଉପନେତା ନିଯୁକ୍ତ କରିଛି । ସେମାନେ ହେଲେ ଜାଭେଦ ଅହମ୍ମଦ ଖାନ, ଶବିନା ୟାସମିନ, ଶିଲୁ ଶାହ ଏବଂ ସନ୍ଦୀପନ ଶାହ । ଆଖରୁଜମା ଗୃହରେ ଟିଏମସିର ମୁଖ୍ୟ ସଚେତକ ହେବେ ।ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ଘୋଷଣା କରିଥିଲେ । ଏହା ପରେ ଦଳରେ ବିଦ୍ରୋହ ହୋଇଥିଲା । ୮୦ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ବିରୋଧୀ ଦଳ ନେତା ଭାବରେ ଶୋଭନଦେବ…
ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ ।ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (CCEA) ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ରାମେଶ୍ବରରୁ କୋଣାର୍କ ୭୯ କିମି ପାଇଁ ୪ ଲେନ୍ ରାସ୍ତାକୁ ଅନୁମୋଦନ ମିଳିଛିି । କୋଣାର୍କରୁ ପାରାଦୀପ ୮୦ କିମି ୨ ଲେନ୍ ରାସ୍ତା ପାଇଁ ଅନୁମୋଦନ ମିଳିଛି। ନୂଆ ଉପକୂଳ ରାଜପଥ ଏନଏଚ୍- ୧୬ ଓ ଏନଏଚ୍- ୩୧୬ର ବିକଳ୍ପ ପଥ ହେବ । ଏହି ରାଜପଥରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ…
ଅଭିଷେକ ମିଶ୍ର ନାମକ ଜଣେ ନକଲି ଧର୍ମଗୁରୁଙ୍କୁ ପୋଲିସ ଗିରଫ କରିଛି। ଏହି ଆଇଆଇଟି ସ୍ନାତକ ଅଭିଷେକ ଭିଡିଓ ମାଧ୍ୟମରେ ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ଯୌନ ଶୋଷଣ କରିବା, ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବ୍ଲାକମେଲ୍ କରିବା ଏବଂ ଦାଦାବଟି ଆଦାୟର ମାମଲା ମଧ୍ୟ ରୁଜୁ କରାଯାଇଛି। ଅଭିଷେକର ଘର ଓଡ଼ିଶାରେ ବୋଲି ସୁଚନା ମିଳିଛି। ସେ ନିଜକୁ ଆଦିକର୍ତ୍ତା ନାରାୟଣ ଦାସ ବୋଲି କହୁଥିଲେ।ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଅଭିଷେକର ସବୁଠାରୁ ବଡ଼ ହତିଆର ଥିଲା ତାର ଅନଲାଇନ୍ ନେଟୱର୍କ । ସେ ଇଣ୍ଟରନେଟ୍ ମାଧ୍ୟମରେ ଯୁବପିଢ଼ିଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲା । ଧାର୍ମିକ ଚର୍ଚ୍ଚା, ଆତ୍ମିକ ଶାନ୍ତି, ଜୀବନର ଉଦ୍ଦେଶ୍ୟ ଏବଂ ଆଧ୍ୟାତ୍ମିକ ଉନ୍ନତି ଭଳି ଗମ୍ଭୀର ବିଷୟ ଉପରେ ଆଲୋଚନା କରି ସେ ଲୋକଙ୍କ ମନ ଜିତୁଥିଲା । ତଦନ୍ତରୁ ଜଣାପଡ଼ିଛି ଯେ ତାର ସମ୍ପର୍କରେ ଆସିଥିବା ଅଧିକାଂଶ ଯୁବତୀ ଉଚ୍ଚଶିକ୍ଷିତ ଏବଂ ଇଞ୍ଜିନିୟରିଂ ବା…
ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍ ରହିବ ବୋଲି କହିଛନ୍ତି ଆଇଏମ୍ଡି ଡିଜି।ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତା’ଠାରୁ କମ୍ ବର୍ଷା ହେବ। ଉତ୍ତର ଓଡ଼ିଶାରେ ସାଧାରଣଠାରୁ କମ୍ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ସୃଷ୍ଟି ହେବା ନେଇ ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ଅତି କମରେ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବର୍ଷ ଏକ ଶକ୍ତିଶାଳୀ ଏଲ୍ ନିନୋ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ କିମ୍ବା କିଛି ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି କରିପାରେ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ।…
ଶିବକୁମାର ଆଜି ଲୋକଭବନରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ତାଙ୍କୁ ରାଜ୍ୟପାଳ ଥାଓ୍ଵରଚନ୍ଦ ଗେହଲଟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ପୂର୍ବରୁ ଶିବକୁମାର ମଞ୍ଚରେ ଜଣ ଜଣ କରି ନେତାଙ୍କୁ ଭେଟିଥିଲେ। ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସିଦ୍ଧରମୈୟା ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ଗାଦି ଡିକେଙ୍କ ପାଖକୁ ଆସିଛି।ଲୋକଭବନରେ ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଅଭିନେତା ଜୟମାଳା ଓ ଶିବ ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲୋକଭବନରେ…