ଲଗାଣ ବର୍ଷା ପରେ ରାଜ୍ୟର ବନ୍ୟା ଓ ବର୍ଷା ସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରେସମିଟ୍ କରି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ସରକାର ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସହ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଜୋରଦାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ଠାରୁ ଅଧିକ, ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଡ୍ୟାମର ମାତ୍ର ୨ଟି ଗେଟ ଖୋଲା ଅଛି । ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ଚିନ୍ତାର କାରଣ ନାହିଁ । ଜଳକା ଛାଡିଦେଲେ ମହାନଦୀ, ବୌତରଣୀ , ସାଳନ୍ଦୀ ବିପଦ ସଙ୍କେତ ତଳେ ରହିଛି । ସୁନ୍ଦରଗଡ, ବାଲେଶ୍ୱର ଓ ଭଦ୍ରକରେ ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଗଲାଣି, ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ତେବେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି, ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବଡ ବନ୍ୟା ଆସିବାର ଆଶଙ୍କା ରହିଛି । ଯାଜପୁର , ଧାମନଗରରେ ଦିନେ ଦୁଇ ଦିନ ପାଇଁ ବର୍ଷା ବିତ୍ପାତ ଦେଖାଯିବାର ଆଶଙ୍କା ରହିଛି । ଜଳକା ପାଇଁ ବସ୍ତା ଓ ବାଲେଶ୍ୱର ସଦର ପ୍ରଭାବିତ ହେବ ।
ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟର ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ :ମନ୍ତ୍ରୀ ସୁରେଶ ପୂଜାରୀ
By madhulekha1 Min Read
