ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବଞ୍ଚିବାକୁ ଆସି ଜଳିଗଲେ ରୋଗୀ ।, ରାତି ଅଧରେ ଲାଗିଗଲା ନିଆଁ ଆଉ ଦୁର୍ଘଟଣା ନେଇଗଲା ୫ ଜଣଙ୍କ ଜୀବନ । ମୃତ୍ୟୁର ତାଣ୍ଡବ ଏବଂ ଭୟାବହତା ଭିତରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏହାରି ଭିତରେ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ,ଚକିତ କରିଛି । ଜଣେ ୯୫ ବର୍ଷର ବୃଦ୍ଧା ନିଜର ସାହସ ଏବଂ ବୁଦ୍ଧିବିବେକ ବଳରେ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।୯୫ ବର୍ଷୀୟା ବୃଦ୍ଧା ମହିଳା ନିଜେ ସେହି ICUରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଆଇସିୟୁରେ ଧୂଆଁ ବ୍ୟାପିବା ମାତ୍ରେ ଏହି ୯୫ ବର୍ଷ ବୟସ୍କା ଜେଜେମା ’ମୁହଁରୁ ଅକ୍ସିଜେନ୍ ମାସ୍କ ବାହାର କରି ସଙ୍ଗେ ସଙ୍ଗେ…
Author: madhulekha
ବିଶିଷ୍ଟ କବି, ଔପନାସିକ, ନାଟ୍ୟକାର, ସମାଲୋଚକ, ଅନୁବାଦକାର ତଥା କଳା-ସଂସ୍କୃତି ଗବେଷକ ଜଗନ୍ନାଥ ପ୍ରସାଦ ଦାସଙ୍କର ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ 90 ବର୍ଷ ହୋଇଥିଲା ।ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଭାବେ ସେ ବେଶ୍ ସୁପରଚିତ ଥିଲେ। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ପ୍ରଶାସନିକ ସେବା (IAS) ଚାକିରି ଛାଡ଼ି ସାହିତ୍ୟ ସାଧନା କରିଥିଲେ। ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ସେ ସୁଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ କେବଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନ ଥିଲେ, ବରଂ ଭାରତୀୟ ପ୍ରଶାସନିକ ସେବା (IAS)ର ଜଣେ ଦକ୍ଷ ଅଧିକାରୀ ଭାବେ…
ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ ।ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ ।ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢ ମାସ ତଳେ ଜିଲ୍ଲା ହସ୍ପିଟାଲରେ ତାଙ୍କ ଝିଅର ଡାହାଣ ଗୋଡ ଅପରେସନ ହୋଇଥିଲା। ଏଥିପାଇଁ ହସ୍ପିଟାଲ କର୍ମଚାରୀ ୨୫ ହଜାର ଟଙ୍କା ଦାବି କରିଥିଲେ। ମହିଳା ଜଣଙ୍କ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ସେମାନେ ଚିକିତ୍ସା ପାଇଁ ମନା କରିଦେଇଥିଲେ। ଜିଲ୍ଲାପାଳଙ୍କ ନିକଟରେ କାକୁତି ମୀନତି ହେବାରୁ ସେ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହା ସତ୍ତ୍ୱେ ମେଡିକାଲ କର୍ମଚାରୀମାନେ ତାଙ୍କଠାରୁ କିଛି ଟଙ୍କା ନେଇଥିଲେ। ଅପରେସନ୍ ପରେ ବାକି ଟଙ୍କା ମାଗିଥିଲେ। ରେଶମା…
ସୌମ୍ୟଙ୍କ ମହିଳା ବନ୍ଧୁଙ୍କୁ NHRC ର ପଚରା ଉଚରା ଶେଷ । ସାଢ଼େ ଚାରି ଘଣ୍ଟା ଧରି ଚାଲିଥିଲା ପଚରା ଉଚରା । ସୋମ୍ୟଙ୍କ ନାଁରେ ପୂର୍ବରୁ ମହିଳା ଥାନାରେ ଯେଉଁ ଅଭିଯୋଗ କରିଥିଲେ, ସେ ବାବଦରେ ପଚରା ଯାଇଥିବା ସୂଚନା । କହିଲେ ମୁଁ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଚାଁହୁନି । ସୁରକ୍ଷା ବଳୟରେ ଜଣେ ଲେଡି କନ୍ସଟେବଳଙ୍କ ସହ ଗୋଟିଏ ଗାଡ଼ିରେ ଫେରିଗଲେ ଯୁବତୀ । ସୂଚନାନୁଯାୟୀ, ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି।ତେବେ NHRCଙ୍କ ତଦନ୍ତକାରୀ ଟିମ୍ ତୃତୀୟ ଦିନରେ ୬ଜଣଙ୍କୁ ଜେରା କରିଥିଲେ । ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ପୀଡ଼ିତା ଯୁବତୀ ଏବଂ ମିନି ଟ୍ରକ୍ ଚାଳକଙ୍କୁ ଜେରା ହୋଇଥିଲା ।…
କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ଅପରାଧୀ ଓ ଅନୁ ପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଲେ ପୁଲିସ୍ ଡିଜି ଯୋଗେଶ ବାହାଦୁର୍ ଖୁରାନିଆ । ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ସୁଦୃଢ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଓଡ଼ିଶାକୁ ସଂଯୋଗ ହେଉଥିବା ଅନ୍ୟ ରାଜ୍ୟ ଓ ବିଭିନ୍ନ ଦେଶରୁ ଅନେକ ବେଆଇନ କାରବାର ବଢ଼ୁଥିବାରୁ ଆଣ୍ଟି ସୋସିଆଲ, ନକ୍ସଲ, ସୁପାରି କିଲର୍, କଣ୍ଟ୍ରାକ୍ଟ କିଲର ଓ ପେଶାଦାର ଅପରାଧୀଙ୍କ ପାଦ୍ରୁଭାବ ବଢୁଛି, ଯାହା ଉପରେ କଡ଼ା ନଜର ରଖାଯାଇଛି ।ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ୧୮ ଟି ଏଜେନ୍ସୀ । ତଟ ସୁରକ୍ଷା ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି କମାଣ୍ଡ କଣ୍ଟ୍ରୋଲ ରୁମ୍ । ଆସନ୍ତା…
ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ । ଭୋକ ଉପବାସରେ କଟୁଛି ଜୀବନ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେବ ମିଳୁନି ଦରମା । ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁହାରି କରିଛନ୍ତି ଶ୍ରମିକମାନେ। ଓଡ଼ିଶା ସରକାର ଓ କେନ୍ଦ୍ରାପଡା ସାଂସଦଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ବର୍ଷେ ତଳେ ଏକ ଠିକାଦାର ମାଧ୍ୟମରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମକରିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ହେଲେ ଏବେ ୩/୪ ମାସ ହେବ କମ୍ପାନୀ ମାଲିକ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ। ଏମିତି କି ଟଙ୍କା ମାଗିଲେ ସେମାନଙ୍କୁ ପୋଲିସର ଧମକ ଦିଆଯାଉଛି। ରାଜକନିକା ବ୍ଲକର ଗୋବକ୍ଷଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝାରିଆ ଗାଁର ମନୋଜ ମଲିକ, ନହୁଣୀ ଗାଁ ର କୈଳାଶ ସେଠି, ଆଳିବ୍ଲକ ପଦନୀପାଳ ଗାଁର ନିତ୍ୟାନନ୍ଦ ମଳିକ ଓ ଉତ୍ତର ପ୍ରଦେଶର ପସି ରାଜକୁମଦା ଏହି ପାଞ୍ଚ ଜଣ ଶ୍ରମିକ ଥାଇଲାଣ୍ଡରେ ଫସିଛନ୍ତି ।…
କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ ଦିନ ବିଳମ୍ବରେ ପହଞ୍ଚିଥିଲା।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଥିଲା । ଯାହା ଫଳରେ ମୌସୁମୀ ବାୟୁ କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗକୁ ଛୁଇଁଛି । ଏଥିଯୋଗୁଁ ତାମିଲନାଡୁର ପଶ୍ଚିମ ଓ ଦକ୍ଷିଣ ଭାଗର ୧୫ରୁ ଅଧିକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ ।ତେବେ କେରଳରେ ମୌସୁମୀ ଛୁଇଁବା ପରେ ଓଡିଶାରେ ସପ୍ତାହ ମଧ୍ୟରେ ମୌସୁମୀ ପହଞ୍ଚିବ । ଆସନ୍ତା ୧୦ କିମ୍ବା ୧୨ ଆଡକୁ ଓଡିଶା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଉତ୍ତରପ୍ରଦେଶରେ ମଧ୍ୟ ପାଣିପାଗ ସ୍ଥିତି ବଦଳୁଛି ।…
ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ 11ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇ କହିଛନ୍ତି, ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ୧୯୯୯ ମହାବାତ୍ୟା କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡିଶା ସାରା ବିଶ୍ୱରେ ପରିଚିତ । ଏହି ବୈଠକରୁ ଉପଯୋଗୀ ନିସ୍କର୍ସ ଆଗାମୀ ଦିନରେ କାମରେ ଲାଗିବ । ବିପର୍ଯ୍ୟୟ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବ୍ରିକ୍ସ ରାଷ୍ଟ୍ର ପାଇଁ ଉପଯୋଗୀ ହେବ । ବ୍ରିକ୍ସ ସମ୍ମିଳନୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…
ଅଧା ବିବହାରୁ ବଦଳିଗଲା ବରର ମନ । ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଲୋକଙ୍କ କଥାରେ ପଡି ପଳେଇଗଲା । ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ରାଧା କୃଷ୍ଣ ମନ୍ଦିରରେ । ସୂଚନା ଅନୁସାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିଲା ୩ ବର୍ଷର ପ୍ରେମ ସମ୍ପର୍କ। ଉଭୟ ୩ ମାସ ହେବ ଘର ଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ମଧ୍ୟ ରହୁଥିଲେ। ବୁଧବାର ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ କରିବା ପରେ ବିଧି ଅନୁସାରେ ମନ୍ଦିରରେ ବିବାହ କରିବାକୁ ମନସ୍ଥ କରିଥିଲେ। ହେଲେ ବିବାହ ଚାଲିଥିବା ବେଳେ ବର ପକ୍ଷରୁ କିଛି ବ୍ୟକ୍ତି ମନ୍ଦିର ଭିତରେ ଧସେଇ ପଶି ବରକୁ ନେଇ ଯିବାକୁ ଉଦ୍ୟମ କରିବା ସହ ବର ମନକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ ।ତେବେ ବର କ୍ଷୀରୋଦ ମହାନ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ କନ୍ୟା ଲାବଣ୍ୟ ସ୍ମିତା ପୁଅକୁ ବିବାହ…
ଆଜି BRICS ସମ୍ମିଳନୀର ଦ୍ବିତୀୟ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ମିଳନୀକୁ ଅଧିକାରିକ ଭାବେ ଉଦ୍ଘାଟନ କରୁଛନ୍ତି । ବ୍ରିକ୍ସ୍ ରାଷ୍ଟ୍ରସମୂହ ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ସତର୍କ ସୂଚନା କାର୍ଯ୍ୟକାରୀ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ କରାଯାଇଛି ।ଏହି ୩ ଦିନିଆ ସମ୍ମିଳନୀରେ ବ୍ରାଜିଲ, ରୁଷ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ସାଉଦିଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ୧୧ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ବାତ୍ୟା, ବନ୍ୟା ହେଉ ଅବା ମରୁଡ଼ି, ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାବେଳେ, ଏଭଳି ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ପୁରୀରେ ହେବା ଗୁରୁତ୍ୱ ବହନ କରୁଛି । ତେବେ ବିପର୍ଯ୍ୟୟ ପରିଚାଳନା ଉପରେ ଓଡି଼ଶା ସାରା ବିଶ୍ବକୁ ଦେବ ଗୁରୁମନ୍ତ୍ର । ଆଜି ବିପର୍ଯ୍ୟୟ ହ୍ରାସକାରୀ ଗୋଷ୍ଠୀର ବୈଷୟିକ ବୈଠକ ଅନୁଷ୍ଠିତ ହେବ ।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର…