ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ସ୍ଥାନରେ ବିତର୍କ ହୋଇଛି । କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି । AIIMS ଦିଲ୍ଲୀର ପ୍ରଫେସର ଡକ୍ଟର ସୁଧୀର ଆରୋରାଙ୍କ ଅନୁଯାୟୀ;ଭାରତରେ ଯୁବକ ମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ଉପରେ ବହୁତ କମ୍ ଗବେଷଣା କରାଯାଇଛି, ଯେତେବେଳେ କିଛି ଅଧ୍ୟୟନ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଜାରି ରହିଛି। ଡକ୍ଟର ସୁଧୀର ଆରୋରା କହିଛନ୍ତି ଯେ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ମୃତ୍ୟୁ ଗୁଡ଼ିକ କୋଭିଡ୍-19 ସହିତ ଜଡିତ ନୁହେଁ। ସେ ପରାମର୍ଶ ଦେଇଛନ୍ତି ଯେ, ଖରାପ ଜୀବନଶୈଳୀ ଏବଂ କାର୍ଯ୍ୟ ଅଭ୍ୟାସ ଏହାର ପଛର କାରଣ ହୋଇଥାଇପାରେ। ଅନେକ ଯୁବକ ମଦ୍ୟପାନ ଏବଂ ଧୂମପାନ ନିଶାରେ ପୀଡିତ, ଯାହା ସିଧାସଳଖ ଧମନୀ ରୋଗ ଭଳି ଗମ୍ଭୀର ରୋଗରେ ପରିଣତ କରିପାରେ ।ଡାକ୍ତର ଆହୁରି କହିଛନ୍ତି ଯେ, ଯୁବକ ମାନଙ୍କୁ ସେମାନଙ୍କର ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସୁସ୍ଥ ଅଭ୍ୟାସ, ମଦ୍ୟପାନରୁ ଦୂରେଇ ରହିବା ଏବଂ ନିୟମିତ ବ୍ୟାୟାମ ଏପରି ଘଟଣା ଗୁଡ଼ିକୁ ରୋକିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହୋଇପାରେ । ଏହି ଅଧ୍ୟୟନ କେବଳ ଟୀକା ବିଷୟରେ ଭୟ ଦୂର କରେ ନାହିଁ ବରଂ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତାକୁ ମଧ୍ୟ ବଢ଼ାଇଥାଏ । ତେବେ ଭଲରେ ଅଧିକ ଦିନ ବଞ୍ଚିବା ପାଇଁ ନିଜର ଜୀବନଶୈଳୀକୁ ପ୍ରଥମେ ଠିକ୍ କରିବା ଆବଶ୍ୟକ ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ ।
ଭାରତରେ ଯୁବକଙ୍କ ଅଚାନକ୍ ମୃତ୍ୟୁର କାରଣ ନୁହେଁ କୋଭିଡ୍ ଟୀକା!ଗବେଷଣାରୁ ମିଳିଲା ଆଶ୍ଵସ୍ତିକର ଖବର
By madhulekha1 Min Read
