ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ଶନିବାର ସକାଳେ ହଲଚଲ ହୋଇପଡ଼ିଥିଲା । ହଠାତ୍ ଏକ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ନେଇ ଘୋଷଣା ହେଲା । ଏହି ବିମାନଟି ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ତେବେ ବିମାନରେ ପ୍ରାୟ ୧୬୧ ଜଣ ଯାତ୍ରୀ ଥିଲେ । ବିଶାଖାପାଟଣା-ଦିଲ୍ଲୀ ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମରେଜେନ୍ସିଂ ଲ୍ୟାଣ୍ଡିଂ ହୋଇଛି । ବିମାନ ଇଞ୍ଜିନ୍ ଫେଲ୍ ମାରିଥିବା ଆଶଙ୍କା ପରେ ଜରୁରୀ ଅବତରଣ କରାଯାଇଛି । ବିମାନ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।ଏହି ଜରୁରୀ ଅବତରଣ ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ସେବା (DFS) ଏକ ବିବୃତ୍ତିରେ କହିଛି, “ଦିଲ୍ଲୀ ବିମାନବନ୍ଦରରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ଅଗ୍ନିଶମ ବିଭାଗ ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କୌଣସି କ୍ଷତିର ରିପୋର୍ଟ ହୋଇନାହିଁ । ଅଗ୍ନିଶମ ବିଭାଗ ସକାଳ ୧୦.୫୩ଟାରେ ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା । ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି ।”
ମୃତ୍ୟୁକୁ ଛୁଇଁକି ଆସିଲେ ୧୬୧ ଯାତ୍ରୀ ! ଆଇଜିଆଇ ଏୟାରପୋର୍ଟରେ ବିମାନର ଏମରେଜେନ୍ସିଂ’ ଲ୍ୟାଣ୍ଡିଂ
By madhulekha1 Min Read
