ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ଚୁକ୍ତିନାମା ହେବା ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ଏବେ ଧୂଳିସାତ ହେବାକୁ ବସିଛି । ଆମେରିକା ଦାବି କରିଛି, ଇରାନ ଆକ୍ରମଣ କରିବା ପାଇଁ ହର୍ମୁଜ୍ ପ୍ରଣାଳୀ ଆଡକୁ ଚାରୋଟି ଡ୍ରୋନ୍ ପଠାଇଥିଲା। ଆମେରିକୀୟ ସେନା ଡ୍ରୋନ୍ଗୁଡ଼ିକୁ ଗୁଳି କରି ଖସାଇ ଦେଇଥିଲା। ଏହା ପରେ ଆମେରିକା ସେନା ଇରାନର ଦୁଇଟି ଉପକୂଳ ରାଡାର ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା ବୋଲି ଆମେରିକା କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ କହିଛି। ଭବିଷ୍ୟତରେ ଏଭଳି ଆକ୍ରମଣକୁ ରୋକିବା ପାଇଁ ଆମେରିକୀୟ ସେନା ନିଜର ସୁରକ୍ଷା ଦୃଷ୍ଟିରୁ ‘ଗୋରୁକ୍’ ଏବଂ ‘କେଶମ ଦ୍ୱୀପ’ରେ ଥିବା ଇରାନର ଉପକୂଳବର୍ତ୍ତୀ ସର୍ଭେଲାନ୍ସ ରଡାର୍ ସାଇଟଗୁଡ଼ିକୁ ମିସାଇଲ୍ ମାଡ଼ କରି ଧ୍ୱଂସ କରିଦେଇଛି । ଆମେରିକା ନିଜର ଆତ୍ମରକ୍ଷା ପାଇଁ ଏବଂ ଯେକୌଣସି ଇରାନୀ ଆକ୍ରମଣର ମୁହଁତୋଡ଼ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି CENTCOM ପ୍ରକାଶ କରିଛି । ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି, ମେହର ଅନୁଯାୟୀ, ଇରାନୀ ସେନା ସତର୍କ ସୂଚନା ଜାରି କରି ଶନିବାର ଜଳପଥ ନିକଟରେ ସମୁଦ୍ରରେ ଅନେକ ଗୁଳି ଚଳାଇଛି। ରିପୋର୍ଟରେ କୁହାଯାଇଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଆମେରିକୀୟ ନୌସେନା ଜାହାଜର କାର୍ଯ୍ୟକଳାପ ଏବଂ ନୂତନ ଜାହାଜ ନିୟୋଜିତ କରାଯାଇଥିବା ପ୍ରତିକ୍ରିୟାରେ ହୋଇଥିଲା।
ଇରାନ ଏବଂ ଆମେରିକା ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ!
By madhulekha1 Min Read
