କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର ଦିନ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗତ ୨୦ ଫେବୁଆରୀ ମାସରେ ପୀଡିତା ତାଙ୍କ ଛୁଆଙ୍କ ସହ ବିଲେଇପଦା ଭାଗଲପୁର ଗ୍ରାମରେରେ ଚାଲିଥିବା ମାଘେ ପର୍ଵର ଆଦିବାସୀ ପାରମ୍ପରିକ ନୃତ୍ୟ ଦେଖିବା ପାଇଁ ଯାଇଥିଲେ । ତେବେ ରାତି ପ୍ରାୟ ୯ ଘଟିକା ସମୟରେ ଅଭିଯୁକ୍ତ ବାସୁଦେବ ଘରକୁ ଛାଡ଼ିଦେବି କହି ପୀଡିତା ମହିଳା ଏବଂ ତାଙ୍କ ଛୁଆଙ୍କୁ ମୋଟରସାଇକେଲରେ ଜୋର ଜବରଦସ୍ତ ବସେଇଥିଲେ । ହେଲେ ଘରକୁ ନନେଇ ଗବର୍ଦ୍ଧନପୁର ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ ମହୁଲ ଗଛ ନିକଟରେ ଅଭିଯୁକ୍ତ ବାସୁଦେବ ମହିଳାଙ୍କ ସହ ବଳାତ୍କାର କରିଥିଲେ ।ଯାହାର କିଛି ସମୟ ପରେ ଅନ୍ୟ ଅଭିଯୁକ୍ତ ଶୁକଲାଲ ମୁଣ୍ଡା ସେହି ସ୍ଥାନରେ ପହଞ୍ଚି ମହିଳାଙ୍କୁ ବଳାତ୍କାର କରିଥିଲେ ।ପୀଡିତା ମହିଳା ଏବଂ ତାଙ୍କ ସ୍ବାମୀ ମିଳିତ ଭାବେ ଯୋଡ଼ା ଥାନରେ ଏ ସଂକ୍ରାନ୍ତରେ ମାର୍ଚ୍ଚ ୩ ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନମ୍ବର ୭୮/୨୭ ମାମଲା ରୁଜ୍ଜୁ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି
ପର୍ବ ଦେଖିବାକୁ ଯାଇଥିବା ବେଳେ ଯୋଡାରେ ମହିଳାଙ୍କୁ ଗଣବଳାତ୍କାର
By madhulekha1 Min Read
