ଓଡ଼ିଶାର ସୁପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କେ ଲକ୍ଷ୍ମୀ ବାଈଙ୍କର ୧୦୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ତାଙ୍କ ଭାବନଗର ବାସଭବନରେ ସେଲିବ୍ରେସନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ରାଷ୍ଟ୍ରପତି ଲକ୍ଷ୍ମୀ ବାଈଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନର କାମନା କରିଥିଲେ।ପ୍ରସିଦ୍ଧ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀ ବାଈ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ସ୍ୱ-ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍ସ ଭୁବନେଶ୍ବରକୁ ଦାନ କରିଛନ୍ତି। ଏହି ଜାତୀୟ ପ୍ରତିଷ୍ଠାନର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗକୁ ଏହି ସହୃଦୟତା, ଏମ୍ସ ଭୁବନେଶ୍ୱର ପାଇଁ ଏକ ଅସାଧାରଣ ସମ୍ମାନ ଭାବେ ପ୍ରତିଫଳିତ ହୋଇଛି। ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା, ଗବେଷଣା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଏମ୍ସ ଭୁବନେଶ୍ବରର ସଫଳତା ତଥା ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟବାସୀଙ୍କ ବିଶ୍ବାସଭାଜନ, ପ୍ରଫେସର ଲକ୍ଷ୍ମୀ ବାଈଙ୍କୁ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଦେଖାଇଥିବା ପରମ ଶ୍ରଦ୍ଧାର କାରଣ ପାଲଟିଛି। ତେବେ ତାଙ୍କ ଜନ୍ମଦିନ ଅବସରରେ ଡକ୍ଟର ବାଈ ଏକ ଚମକଦାର କ୍ରାଉନ ପିନ୍ଧି କେକ୍ କାଟୁଥିବାର ଏକ ଭିଡିଓରେ ନଜର ଆସିଥିଲେ। ଯେଉଁଥିରେ ଚିକାଗୋରୁ ତାଙ୍କ ଭଣଜା ଡାକ୍ତର ଶାନୁ ଜନ୍ ସମେତ ବରିଷ୍ଠ ଡାକ୍ତର, କିଛି ଶିଷ୍ୟ ଏବଂ ପରିବାର ସଦସ୍ୟ ସାମିଲ ଥିବାର ନଜର ଆସିଥିଲେ।ତେବେ ଏହି ସମାରୋହରେ ପବିତ୍ର ଶ୍ଲୋକ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ରେ ସାରା ପରିବେଶ ପ୍ରକମ୍ପିତ ହୋଇଯାଇଥିଲା।
ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
By madhulekha1 Min Read
