ଭୁବନେଶ୍ଵରରେ ବାହା ହେଲେ, ଭୋଜି ଦେବାକୁ ବେଙ୍ଗାଳୁରୁ ଯାଉଥିଲେ । ବାହାଘର ପୂର୍ବରୁ ବେଙ୍ଗାଳୁରୁରେ ରିସେପସନ୍ ପାର୍ଟି ପାଇଁ ସରିଥିଲା ସବୁ ପ୍ରସ୍ତୁତି । ହୋଟେଲ୍ ବୁକିଂରୁ ନେଇ ଖାଦ୍ୟ ମେନ୍ୟୁ ପର୍ଯ୍ୟନ୍ତ ସବୁ ଠିକ୍ ହୋଇ ଅଗ୍ରୀମ ଦିଆ ସରିଥିଲା । ଭୁବନେଶ୍ୱର-ବେଙ୍ଗାଲୁରୁ-ହୁବଲି ରୁଟରେ ଟିକେଟ୍ ବୁକ୍ କରିଥିଲେ। କିନ୍ତୁ, ସକାଳଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାରମ୍ବାର ଇଣ୍ଡିଗୋ ଫ୍ଲାଇଟ୍ ବିଳମ୍ବ ହେବା ଫଳରେ ପାଇଲଟ୍ ଅଭାବରୁ ଟିକେଟ୍ ବାତିଲ ହୋଇଥିଲା। ଶେଷରେ ବାଧ୍ୟ ହୋଇ ରିସେପସନ ଭର୍ଚୁଆଲ ଭାବରେ କରାଗଲା । ଯେଉଁଥିରେ ଉଭୟ ବରକନିଆଁ ମେଧା ଓ ସଙ୍ଗମ ଭୁବନେଶ୍ବରରେ ରହି ଭର୍ଚୁଆଲରେ ରହିଲେ । ଆଉ କର୍ଣ୍ଣାଟକ ହୁବଲୀରେ ରିସେପସନ୍ ପାର୍ଟୀକୁ ଆସୁଥିବା ଲୋକ ସେମାନଙ୍କୁ ଭର୍ଚୁଆଲୀ ଆଶିର୍ବାଦ ଦେଇ ଭୋଜି ଖାଇ ଯାଇଥିଲେ ।ସୂଚନା ଅନୁସାରେ, ନଭେମ୍ବର ୨୩ରେ ଭୁବନେଶ୍ଵରର ସଂଗ୍ରାମ ଦାସଙ୍କ ସହ କର୍ଣ୍ଣାଟକ ହୁବାଳିର ମେଧା କେ. ଶୀରସାଗରଙ୍କ ବିବାହ ଓଡ଼ିଶାରେ ହୋଇଥିଲା । ପେଶାରେ ଉଭୟ ସଫ୍ଟୱେର ଇଞ୍ଜିନିୟର, ବେଙ୍ଗାଳୁରୁରେ କାମ କରନ୍ତି । ତେଣୁ ହୁବାଳି ସ୍ଥିତ ଗୁଜରାଟ ଭବନରେ ରିସେପସନ୍ ପାର୍ଟି ଦେବାକୁ ସମସ୍ତ ପ୍ରସ୍ତୁତି ସାରିଥିଲେ ।ଡିସେମ୍ବର ୩ ତାରିଖ ବୁଧବାର ହୁବାଳିରେ ରିସେପସନ୍ ପାର୍ଟିରେ ଯୋଗ ଦେବାକୁ ନବ ଦମ୍ପତି ଭୁବନେଶ୍ଵରରୁ ୨ ତାରିଖରେ ବେଙ୍ଗାଳୁରୁ ବାହାରିଥିଲେ । ସେଠାରୁ ହୁବାଳି ଯାଇଥାନ୍ତେ । କିନ୍ତୁ ଇଣ୍ଡିଗୋ ବିମାନ ବିଳମ୍ବ ପାଇଁ ସେମାନେ ମଙ୍ଗଳବାରରୁ ବୁଧବାର ପର୍ଯ୍ୟନ୍ତ ଅପେକ୍ଷା କଲେ । କିନ୍ତୁ ବିଳମ୍ବ ଥିବା ବିମାନ ବୁଧବାର ବାତିଲ୍ ହୋଇଗଲା ।ନବ ଦମ୍ପତିଙ୍କ ସହ ପରିବାର ଓ ବନ୍ଧୁ ବର୍ଗ ମଧ୍ୟ ଇଣ୍ଡିଗୋ ବିମାନରେ ଟିକେଟ୍ କରି ବେଙ୍ଗାଳୁରୁ ଯାଇ ନ ପାରି ଭୁବନେଶ୍ଵରରେ ରହିଗଲେ ।
ରିସେପସନ୍ ପାର୍ଟିରେ ନଥିଲେ ବର କନିଆଁ ହେଲେ ଆସୁଥିଲେ ଗେଷ୍ଟ
By madhulekha1 Min Read
