ଦିବଙ୍ଗତ ବ୍ୟବସାୟୀ ସଞ୍ଜୟ କପୁରଙ୍କ ମା’ ରାନୀ କପୁର ତାଙ୍କ ବୋହୂ ପ୍ରିୟା କପୁରଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି । ରାନୀ କପୁର ତାଙ୍କ ବୋହୂ ପ୍ରିୟା କପୁରଙ୍କ ସମେତ ଅନ୍ୟ ୮ ଜଣଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି । ସମ୍ପତ୍ତି ସମ୍ପର୍କରେ ତାଙ୍କୁ ଅନ୍ଧାରରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ନାଁରେ ଗଠିତ ହୋଇଥିବା ଆରକେ ଟ୍ରଷ୍ଟକୁ ଅମାନ୍ୟ ଘୋଷଣା କରିବାକୁ ରାନୀ କପୁର ଅନୁରୋଧ କରିଛନ୍ତି । ଏହାରି ମଧ୍ୟରେ ଏହି ମାମଲାକୁ ନେଇ ହାଇକୋର୍ଟରେ ଗୁରୁବାର ଶୁଣାଣି ହେବାର ସମ୍ଭାବନା ରହିଛି ।ଏଥିରେ ସଞ୍ଜୟ କପୁରଙ୍କ ହଜାର ହଜାର ଟଙ୍କାର ସମ୍ପତ୍ତି ବିବାଦକୁ ଆହୁରି ଘନିଷ୍ଠ କରିଛି । ସଞ୍ଜୟ କପୁରଙ୍କ ଏକ୍ସ ୱାଇଫ୍ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ପିଲାମାନେ ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେମାନେ ଆରକେ ଫ୍ୟାମିଲି ଟ୍ରଷ୍ଟକୁ ଆଗକୁ ବଢିବାରୁ ରୋକିବାକୁ ସ୍ଥାୟୀତ୍ବ ଏବଂ ଆରକେ ଫ୍ୟାମିଲି ଟ୍ରଷ୍ଟର ଗଠନକୁ ନେଇ ଆକାଉଣ୍ଟର ବିବରଣୀ ଦେବାକୁ ଦାବି କରିଛନ୍ତି ।
ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦରେ ବୋହୂ ପ୍ରିୟାଙ୍କ ନାଁ’ରେ ଠକେଇ ଅଭିଯୋଗ ଆଣିଲେ ସଞ୍ଜୟଙ୍କ ମା’
By madhulekha1 Min Read
