କଟକ – ଭୁବନେଶ୍ୱର ରାସ୍ତାରେ ଦୁର୍ଘଟଣା ଘଟିଲା ଦ୍ରୁତ ଗାଡି ଚାଳନା । ଅଳ୍ପକେ ବର୍ତ୍ତୀଲେ ଚାଳକ ।ପଳାଶୁଣି ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଉପରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ଆଉ ଏକ କାର୍ ଚଢ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ । ଦୁଇ ଗାଡ଼ିରେ ଥିବା ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ କାର୍ ଦୁଇଟି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାର କିଛି ସମୟ ଯାଏଁ କଟକ-ଭୁବନେଶ୍ୱର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ କ୍ରେନ ସାହାଯ୍ୟରେ କାର ଦୁଇଟିକୁ ହଟେଇବା ପରେ ସ୍ଥିତି ସ୍ୱାଭାବିକ ହୋଇଛି ।
କଟକ- ଭୁବନେଶ୍ୱର ରାସ୍ତାରେ ଦୁର୍ଘଟଣା ! କାର୍ ଉପରେ ଚଢ଼ିଗଲା କାର
By madhulekha1 Min Read
