ବକ୍ସ ଅଫିସରେ ଐତିହାସିକ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଧୁରନ୍ଧର’ର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦର୍ଶକଙ୍କ ପ୍ରବଳ ଦାବି ଏବଂ ‘ରେହମାନ ଡାକାୟତ୍’ ଚରିତ୍ରର ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ଆଦିତ୍ୟ ଧର ‘ଧୁରନ୍ଧର-୨’ର କାହାଣୀରେ ପରିବର୍ତ୍ତନ କରିବା ସହ ଅକ୍ଷୟ ଖାନ୍ନା। ଯଦିଓ ‘ଧୁରନ୍ଧର-୨’ର ମୁଖ୍ୟ ସୁଟିଂ ଶେଷ ହୋଇସାରିଛି, କିନ୍ତୁ ଅକ୍ଷୟଙ୍କ ଚରିତ୍ରକୁ ସ୍ଥାନ ଦେବା ପାଇଁ ଚଳିତ ମାସ ଶେଷ ଆଡ଼କୁ କିଛି ଦୃଶ୍ୟର ପୁନଃ ସୁଟିଂ କରାଯିବ।
ତେବେ ପ୍ରଥମ ଭାଗରେ ‘ରେହମାନ ଡାକାଇତ୍’ର ମୃତ୍ୟୁ ଘଟିସାରିଛି। ତେଣୁ ସିକ୍ୱେଲରେ ତାଙ୍କୁ ଜୀବିତ ଦେଖାଇବା ପରିବର୍ତ୍ତେ ‘ଫ୍ଲାସବ୍ୟାକ୍’ ଜରିଆରେ ତାଙ୍କର ପୁରୁଣା କାହାଣୀ, ତାଙ୍କର ଉତ୍ଥାନ ଏବଂ ସେ ସମ୍ପର୍କିତ ଅଜଣା ତଥ୍ୟକୁ ପରଦାକୁ ଅଣାଯିବ। ଏହା ଦ୍ୱାରା ଚଳଚ୍ଚିତ୍ରର ମୂଳ କାହାଣୀ ପ୍ରଭାବିତ ନହୋଇ ମଧ୍ୟ ଅକ୍ଷୟଙ୍କୁ ଅଧିକ ସ୍କ୍ରିନ୍ ଟାଇମ୍ ମିଳିପାରିବ।
