ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି। ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ନିଜ ପକ୍ଷ ରଖିଛନ୍ତି।ଯାତ୍ରା ସୂର୍ଯମନ୍ଦିର ମାଲିକ ଆଣିଥିଲେ ଚୁକ୍ତି ଖିଲାପର ସାଙ୍ଘାତିକ ଅଭିଯୋଗ। ସମିର ତ୍ରିପାଠୀ ଙ୍କ ପକ୍ଷରୁ ଦାଖଲ ହୋଇଥିଲା ଇନଜକ୍ସନ ପିଟିସନ।ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନ ପାଇବା ପର୍ଯ୍ୟନ୍ତ ମୁଁ ମଞ୍ଚ ଚଢିବି।
ବ୍ୟକ୍ତିଗତ ଭାବେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ
By madhulekha1 Min Read
