କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ସେମାନଙ୍କର ପୁଅର ନାମ ପ୍ରକାଶ କରିଛନ୍ତି । ଏଥିସହ ଇନଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପୁଅର ହାତ ଧରିଥିବାର ଦେଖିବାକୁ ମିଳିଛି ।ଏଥିସହ ସେୟାର ହୋଇଥିବା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ‘‘ବିହାନ କୌଶଲ ଆମର ଆଲୋକର କିରଣ । ଯିଏ କି ଆମ ପାଇଁ ଆଶୀର୍ବାଦ । ଆମ ଜୀବନର ସବୁଠାରୁ ବଡ଼ ଉପହାର । ଯାହା ଆମର ଦୁନିଆକୁ ବଦଳାଇ ଦେଇଛି ।
ଏହା ବ୍ୟତୀତ ବିହାନର ଅର୍ଥ ମଧ୍ୟ ପ୍ରକାଶ କରିଛନ୍ତି । ଯାହାର ଅର୍ଥ ନୂଆ ସକାଳର ଆରମ୍ଭ । ସୂର୍ଯ୍ୟୋଦୟ ଗୋଟିଏ ନୂଆ ଆଶାର ପ୍ରତୀକ । ଫଟୋ ସେୟାର ହେବା ପରେ ସେମାନଙ୍କୁ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନଙ୍କର ପ୍ରତିକ୍ରିୟା ମିଳିଚାଲିଛି ।
