ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହାପରେ ନଭେମ୍ବର ୨ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଆଜି ସକାଳ ୫ଟା ୩୦ ସୁଦ୍ଧା ଗଭୀର ଅବପାତଟି ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ।ବାତ୍ୟାର ଗତିପଥ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ରହିବ।ଯାହାଫଳରେ ଆସନ୍ତା ୩ ତାରିଖ ବେଳକୁ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ ବିଶେଷ କରି ନେଲୋର ଓ ନାରସାପୁର ଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ୩ ତାରିଖ ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବାକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟାରେ ଏହା ଅତିକ୍ରମ କରିବ। ସେ ସମୟରେ ପବନର ବେଗ ୧୦୦ରୁ ୧୧୦ ବା ଝଟକା ପବନ ୧୨୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବ ପୁଣି ଦକ୍ଷିଣ ଓଡ଼ିଶାରେ ପଡ଼ିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
