ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ । ଲୋକାୟୁକ୍ତ ଗଠନକୁ ନେଇ ଆସିଛି ବଡ଼ ଅପଡେଟ୍ । ଗତକାଲି ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ଯେ, ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏହା ବହୁମତ ଆଧାରରେ ହୁଏ। ଆଶା କରୁଛୁ ଆଗାମୀ ଦିନରେ ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ।ସେହିପରି ଏଗ୍ରୋଷ୍ଟେକ କାର୍ଡ ନେଇ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଶେଷ ଚାଷୀ କାର୍ଡ କରିନାହାନ୍ତି ସେପର୍ଯ୍ୟନ୍ତ ତାରିଖକୁ ବୃଦ୍ଧି କରାଯିବ। ଚାଷୀ ପଞ୍ଜିକରଣ ଯାହାର ଶେଷ ହୋଇଛି ସେମାନଙ୍କଠାରୁ ସରକାର ଧାନ କିଣିବେ। ଏଗ୍ରୋଷ୍ଟେକ କାର୍ଡ ଜେନେରେସନର ଶେଷ ତାରିଖ ୩୧ ବୋଲି ଧରା ହୋଇଛି କିନ୍ତୁ ଏହାର ଧାନ ପଞ୍ଜିକରଣ ସହିତ କୌଣସି ସମ୍ପର୍କ ନାହିଁ। ଏଗ୍ରୋଷ୍ଟେକ କାର୍ଡ ନଥିଲେ ଚାଷୀଙ୍କୁ ସୁବିଧା ସୁଯୋଗ ମିଳିବ ନାହିଁ। ସାର, ବିହନ, ପିଏମ କିଷାନ, ସିଏମ କିଷାନ ଭଳି ସୁବିଧା ଚାଷୀଙ୍କୁ ମିଳିବା ପାଇଁ ଏହି କାର୍ଡର ଆବଶ୍ୟକତା ରହିଛି। ୩୧ ତାରିଖ ଶେଷ ତାରିଖ ବୋଲି କହୁଛୁ କିନ୍ତୁ ଶେଷ ଚାଷୀର ଏଗ୍ରୋଷ୍ଟେକ କାର୍ଡ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲିବ। ଯେ ପର୍ଯ୍ୟନ୍ତ ଶେଷ ଚାଷୀ କାର୍ଡ କରିନାହାନ୍ତି ସେପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯିବ।
