ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା ।ଯୁକ୍ତ ୨ ପରୀକ୍ଷା ବ୍ୟବସ୍ଥାରେ ଆସିଲା ନୂଆ ନିୟମ। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ। ଥରେ ଇଣ୍ଟରନାଲ ପରୀକ୍ଷା ଦେଇଥିଲେ, ସେହି ମାର୍କକୁ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରଖାଯିବ। ତେବେ ତିନି ବର୍ଷ ମଧ୍ୟରେ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନ ହେଲେ ପୁଣିଥରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ପଡ଼ିବ।। । ସିଏଚଏସଇ ସିଲାବସ କମିଟି ମିଟିଂରେ ନୂଆ ନିୟମକୁ ମିଳିଲା ଅନୁମୋଦନ । ନୂଆ ନିୟମ ୨୦୨୭ରୁ ଲାଗୁ ନେଇ ସିଏଚଏସ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
