କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ।ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ।କୂଳରେ ତାଙ୍କ ବ୍ୟବହୃତ ଜିନିଷପତ୍ର ପଡ଼ିଥିବା ଦେଖି କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସ୍ପଷ୍ଟ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସୁଚିତ୍ରାଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍ ଓ ବିଶେଷ ସରଞ୍ଜାମ ସାହାଯ୍ୟରେ ନଦୀ ଭିତରେ ଖୋଜାଖୋଜି ଜାରି ରହିଛି। ଏହି ଘଟଣା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୁଚିତ୍ରା ଜଣେ ପାଚିକା ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ।
କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ। ମହିଳାଙ୍କୁ ଟାଣିନେଲା କୁମ୍ଭୀର
By madhulekha1 Min Read
