ରାଜ୍ୟର ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ବଡ଼ ଖବର। UPI ମାଧ୍ୟମରେ ଇନ୍ଧନ କିଣିବା ସମୟରେ ୨ ହଜାର ଟଙ୍କାରୁ ଅଧିକ ଅର୍ଥ ପେମେଣ୍ଟ କଲେ ଗ୍ରାହକଙ୍କଠାରୁ ଆଉ ଅତିରିକ୍ତ ୫ ଟଙ୍କା ଆଦାୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।ପେଟ୍ରୋଲ ପମ୍ପରେ UPI ପେମେଣ୍ଟ ଉପରେ ଲାଗୁଥିବା MDR ଚାର୍ଜକୁ ନେଇ ଡିଲରମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ମଧ୍ୟରେ ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର କହିବା ଅନୁସାରେ, ଏହି ଚାର୍ଜ ସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଅବଗତ କରାଯାଇଛି। ତୈଳ ଡିଲରମାନଙ୍କ ଉପରେ ପଡୁଥିବା ଏହି ଅତିରିକ୍ତ ଚାର୍ଜ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଛି।ଗ୍ରାହକମାନେ ପୂର୍ବଭଳି ଡିଜିଟାଲ ପେମେଣ୍ଟ କରିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
