ପ୍ରାୟ ଦୁଇ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ ପୁଣି ଥରେ କୋଲକାତା ମାଟିରେ ପାଦ ଥାପିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ଶୁକ୍ରବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ। ୧୯ ବର୍ଷ ପରେ ନିଜ ପ୍ରିୟ ସହରକୁ ଫେରି ଫେରି ତସଲିମା କହିଛନ୍ତି, “କୋଲକାତା ମୋ ପାଇଁ କେବଳ ଗୋଟିଏ ସହର ନୁହେଁ, ଏହା ମୋର ଘର।” ସହରର ପରିବେଶରେ ପୁଣିଥରେ ନିଶ୍ୱାସ ନେଇ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ କହିବା ଅନୁସାରେ, ତାଙ୍କୁ ଏପରି ଲାଗୁଛି ଯେ ସେ ନିଜ ଦେଶକୁ ଫେରି ଆସିଛନ୍ତି। ବଙ୍ଗାଳ ତାଙ୍କ ହୃଦୟରେ କେବେ ବିଭକ୍ତ ହୋଇନଥିଲା। ସେ ଏଠାକୁ ଅତିଥି ଭାବେ ନୁହେଁ, ବରଂ ଏହି ମାଟି ଓ ବଙ୍ଗାଳର ଜଣେ ଅଂଶ ଭାବେ ଫେରିଛନ୍ତି।୨୦୦୭ ମସିହାରେ ତାଙ୍କ ଆତ୍ମଜୀବନୀ ‘ଦ୍ୱିଖଣ୍ଡିତ’କୁ ନେଇ କୋଲକାତାରେ ପ୍ରବଳ ବିରୋଧ ପ୍ରଦର୍ଶନ ଏବଂ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏହି ପୁସ୍ତକରେ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଯେ, ସେତେବେଳର ବାମପନ୍ଥୀ ସରକାର ତାଙ୍କୁ ତୁରନ୍ତ ରାଜ୍ୟ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେନା ମୁତୟନ ମଧ୍ୟ କରିବାକୁ ପଡ଼ିଥିଲା। ପରେ ସେ ରାଜସ୍ଥାନର ଜୟପୁର ଏବଂ ଶେଷରେ ନୂଆଦିଲ୍ଲୀରେ ଆଶ୍ରୟ ନେଇଥିଲେ, ଯେଉଁଠାରେ କେନ୍ଦ୍ର ସରକାର ତାଙ୍କୁ ଦୀର୍ଘକାଳୀନ ଆବାସିକ ଅନୁମତି ପ୍ରଦାନ କରିଥିଲେ। ଏବେ ଦୀର୍ଘ ୧୯ ବର୍ଷ ପରେ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ରାଜ୍ୟ ରାଜନୀତିରେ ପୁଣି ଥରେ ହଲଚଲ୍ ସୃଷ୍ଟି କରିଛି।
୧୯ ବର୍ଷ ପରେ କୋଲକାତାରେ ବାଂଲାଦେଶର ପ୍ରସିଦ୍ଧ ଏବଂ ସ୍ପଷ୍ଟବାଦୀ ଲେଖିକା ତସଲିମା
By madhulekha1 Min Read
