ଇରାନରେ ଯୁଦ୍ଧ ଯୋଗୁଁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି । ଏହା ମଧ୍ୟରେ ସରକାର ଏହାର ସତ୍ୟା ସତ୍ୟ ସଂପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଲକଡାଉନ ହେବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ଜୋର ଦେଇ କହିଛନ୍ତି, “ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ଏପରି କୌଣସି ପ୍ରସ୍ତାବ ଭାରତ ସରକାରଙ୍କ ନିକଟରେ ବିଚାରାଧୀନ ନାହିଁ ।”ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ନେଇ ମିଥ୍ୟା ଖବର ପ୍ରସାରିତ ହେଉଥିଲା । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ସରକାରଙ୍କର ଏଭଳି କୌଣସି ଯୋଜନା ନାହିଁ । ଲୋକମାନେ ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ ସେ ଅନୁରୋଧ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କିଛି ଅସାମାଜିକ ତତ୍ତ୍ୱ ଜାଣିଶୁଣି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି।
ଲକଡାଉନ ଗୁଜବ ମଧ୍ୟରେ ଜବାବ ଦେଲେ କେନ୍ଦ୍ର ସରକାର
By madhulekha1 Min Read
